ହିମାଚଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ବନ୍ଦେ ଭାରତ ଟ୍ରେନର କଲେ ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହିମାଚଳ ପ୍ରଦେଶ ଗସ୍ତରେ ଯିବେ। ଉନା ଜିଲ୍ଲାର ଦେଶର ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।

ବନ୍ଦେ ଭାରତ ଟ୍ରେନର କରିବେ ଶୁଭାରମ୍ଭ

ବନ୍ଦେ ଭାରତ ଟ୍ରେନର କରିବେ ଶୁଭାରମ୍ଭ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହିମାଚଳ ପ୍ରଦେଶ ଗସ୍ତରେ ଯିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଉନା ଜିଲ୍ଲାର ଦେଶର ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର କରିବେ ଶୁଭାରମ୍ଭ ଏବଂ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ନଅ ଦିନ ମଧ୍ୟରେ ହିମାଚଳ ପ୍ରଦେଶକୁ ଏହା ତାଙ୍କର ଦ୍ୱିତୀୟ ଗସ୍ତ। ଏହାପୂର୍ବରୁ ଅକ୍ଟୋବର ୨ରେ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶ ଗସ୍ତରେ ଯାଇଥିଲେ।

ଏହି ଟ୍ରେନ ଦିଲ୍ଲୀ ଏବଂ ଉନା ମଧ୍ୟରେ ରହିଥିବା ଅମ୍ବ ଅନ୍ଦୌରା ରେଳ ଷ୍ଟେସନ ମଧ୍ୟରେ ଚଳାଚଳ କରିବ। ବୁଧବାର ବ୍ୟତୀତ ସପ୍ତାହର ସମସ୍ତ ଦିନରେ ସେବା ଯୋଗାଇବ ବନ୍ଦେ ଭାରତ ଏକ୍ସପ୍ରେସ। ଆଜି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (IIIT) ଦେଶ ପାଇଁ ଉତ୍ସର୍ଗୀକୃତ ହେବ। ୨୦୧୭ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆଇଆଇଟିର ମୂଳଦୁଆ ପକାଯାଇଥିଲା। ବର୍ତ୍ତମାନ ଏହି ଅନୁଷ୍ଠାନରେ ୫୩୦ ରୁ ଅଧିକ ଛାତ୍ର ଅଧ୍ୟୟନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଉନା ଜିଲ୍ଲାର ହରୋଲି ଠାରେ ବଲ୍କ ଡ୍ରଗ୍ ପାର୍କର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ, ଯାହା ୧୯୦୦ କୋଟିରୁ ଅଧିକ ବ୍ୟୟରେ ନିର୍ମିତ ହେବ। ଏହା ଏପିଆଇ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ।

ପ୍ରଧାନମନ୍ତ୍ରୀ ଦୁଇଟି ଜଳ ବିଦ୍ୟୁତ୍ ପ୍ରକଳ୍ପର ୪୮ ମେଗାୱାଟ ଚାନଜୁ -୩ ହାଇଡ୍ରୋ-ଇଲେକ୍ଟ୍ରିକ୍ ପ୍ରକଳ୍ପ ଏବଂ ୩୦ ମେଗାୱାଟ ଦେଓଥାଲ ଚାନଜୁ ହାଇଡ୍ରୋ-ଇଲେକ୍ଟ୍ରିକ୍ ପ୍ରକଳ୍ପର ମୂଳଦୁଆ ପକାଇବେ। ପ୍ରଧାନମନ୍ତ୍ରୀ ମଧ୍ୟ ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY) ଆରମ୍ଭ କରିବେ ଏବଂ ରାଜ୍ୟରେ ପ୍ରାୟ ୩୧୨୫ କିଲୋମିଟର ରାସ୍ତା ନବୀକରଣ କରିବେ।

ଦିଲ୍ଲୀ ଠାରୁ ଉନ୍ନା ଅମ୍ବ ଅନ୍ଦୌରା ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ଅମ୍ବାଲା, ଚଣ୍ଡିଗଡ଼ ଏବଂ ଆନନ୍ଦପୁର ସାହିବ ଠାରେ ଅଟକି ରହିବ। ସାଢେ ପାଞ୍ଚ ଘଣ୍ଟା ମଧ୍ୟରେ ଏହି ଟ୍ରେନ ଏହାର ଯାତ୍ରା ଶେଷ କରିବ। ଏହି ଟ୍ରେନ୍ ମଧ୍ୟାନ୍ନ ୧ ସମୟରେ ଅମ୍ବ ଅନ୍ଦୌରା ଛାଡି ସନ୍ଧ୍ୟା ୬ଟା ୨୫ ମିନିଟ ସମୟରେ ଦିଲ୍ଲୀରେ ପହଞ୍ଚିବ। ସେହିପରି ସକାଳ ୫ଟା ୫୦ ମିନିଟ ସମୟରେ ଦିଲ୍ଲୀ ଛାଡି ଦିନ ୧୧ଟା ୫ ମିନିଟ ସମୟରେ ଅମ୍ବ ଅନ୍ଦୌରା ଠାରେ ପହଞ୍ଚିବ।
Published by:Soumyashree Mishra
First published: