Madhya Pradesh: ଆଜି ୪ ଲକ୍ଷରୁ ଅଧିକ ପରିବାରକୁ ଘର ଉପହାର ଦେବେ PM ମୋଦି

MP News: ପ୍ରଧାନମନ୍ତ୍ରୀ ମୋଦି ଆଜି ଧନ ତେରସ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସତ୍ୟନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ୪.୫୧ ଲକ୍ଷ ହିତାଧିକାରୀଙ୍କ 'ଗୃହ ପ୍ରବେଶମ୍' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଆଜି ୪ ଲକ୍ଷରୁ ଅଧିକ ପରିବାରକୁ ଘର ଉପହାର ଦେବେ PM ମୋଦି

ଆଜି ୪ ଲକ୍ଷରୁ ଅଧିକ ପରିବାରକୁ ଘର ଉପହାର ଦେବେ PM ମୋଦି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତଥା ଧନ ତେରସ ଅବସରରେ ମଧ୍ୟପ୍ରଦେଶର ୪.୫ ଲକ୍ଷ ପରିବାରଙ୍କୁ ଗୃହ ପ୍ରବେଶ କରାଇବେ। ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସତ୍ୟନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ୪.୫୧ ଲକ୍ଷ ହିତାଧିକାରୀଙ୍କ 'ଗୃହ ପ୍ରବେଶମ୍' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଏହି ଅବସରରେ ଉପସ୍ଥିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସମ୍ବୋଧିତ କରିବେ। ମଧ୍ୟପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ୩୮ ଲକ୍ଷ ଘରକୁ ମଞ୍ଜୁର କରାଯାଇଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ପ୍ରାୟ ୨୯ ଲକ୍ଷ ଘରର ନିର୍ମାଣ କାର୍ଯ୍ୟ ୩୫,୦୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଶେଷ ହୋଇଛି।

୩୫ ଦିନରେ ତୃତୀୟ କାର୍ଯ୍ୟକ୍ରମ

ପ୍ରାୟ ୩୫ ଦିନ ମଧ୍ୟରେ ମଧ୍ୟପ୍ରଦେଶରେ ପିଏମ ମୋଦିଙ୍କ ଏହା ହେଉଛି ତୃତୀୟ କାର୍ଯ୍ୟକ୍ରମ। ଏହାପୂର୍ବରୁ ଅକ୍ଟୋବର ୧୧ରେ ପ୍ରଧାନମନ୍ତ୍ରୀ ମୋଦି ଉଜୈନରେ ପହଞ୍ଚି ଶ୍ରୀ ମହାକାଳ ଲୋକ ଉଦଘାଟନ କରିଥିଲେ। ଏହାପୂର୍ବରୁ ତାଙ୍କ ଜନ୍ମଦିନରେ, ସେପ୍ଟେମ୍ବର ୧୭ରେ, ସେ କୁନୋ ଜାତୀୟ ଉଦ୍ୟାନରେ ଚିତା ବାଘ ଛାଡ଼ିବାକୁ ଯାଇଥିଲେ।

ପ୍ରକାଶ ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶ ଗସ୍ତରେ ଥିଲେ। ବଦ୍ରିନାଥ ଧାମ ଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଭାରତ-ଚୀନ୍ ସୀମା ନିକଟ ମାନା ଗ୍ରାମରେ ପହଞ୍ଚିଥିଲେ। ଏଠାରେ ସେ ସରସ ମେଳାକୁ ଯାଇ ସ୍ଥାନୀୟ ଉତ୍ପାଦ ବିଷୟରେ ପଚାରି ବୁଝିଥିଲେ। ଏହା ପରେ ସେ ମାନା ଗ୍ରାମରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ସବୁଜିମା ପାହାଡ଼ ପର୍ବତ ଭିତରେ ରେଲଗାଡ଼ିର ଆବାଜ ଉତ୍ତରାଖଣ୍ଡ ବିକାଶର ଗାଥା ବର୍ଣ୍ଣନା କରିବ। ଡେରାଡୁନ ଏୟାରପୋର୍ଟର ଏକ ନୂଆ ଅବତାର ଦେଖିବାକୁ ମିଳିବ। ଆଧୁନିକ କନେକ୍ଟିଭିଟି ଏବେ ରାଷ୍ଟ୍ରରକ୍ଷାର ଗ୍ୟାରେଣ୍ଟି ହେବ। ଏଥିପାଇଁ ଆମେ ୮ବର୍ଷରୁ ଏହି ଦିଗକୁ ନେଇ କାମ କରୁଛୁ ବୋଲି କହିଥିଲେ ମୋଦି।

ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡକୁ ୩୪୦୦ କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି। କେଦାରନାଥରେ ଚାଲୁଥିବା ବିକାଶ କାର୍ଯ୍ୟ ଓ ବଦ୍ରିନାଥ ମାଷ୍ଟର ପ୍ଲାନ ବାବଦରେ ସମାକ୍ଷା କରିଛନ୍ତି। କେଦେରାନାଥରେ ନିର୍ମାଣଧୀନ ରୋପଓ୍ୱେ ପ୍ରାୟ ୯.୭କିଲୋମିଟର ହେବ। ଗୌରୀକୁଣ୍ଡକୁ କେଦାରନାଥ ସହ ସଂଯୋଗ କରିଯିବ। ଯାହା ଫଳରେ ଦୁଇ ସ୍ଥାନ ମଧ୍ୟର ଯାତ୍ରା ସମୟ ୬-୭ଘଣ୍ଟାରୁ କମି ୩୦ ମିନିଟ ହୋଇଯିବ। ହେମକୁଣ୍ଡ ରୋପଓ୍ୱେ ମଧ୍ୟ ହେମକୁଣ୍ଡ ସାହିବ ସହ ଯୋଡ଼ା ହେବ। ଏହା ପ୍ରାୟ ୧୨.୪ କିଲୋମିଟର ହେବ।
Published by:Lipina Das
First published: