News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜୁରାଟର ମେହସାନା ଜିଲ୍ଲାର ମୋଢ଼େରା ଗ୍ରାମକୁ ଭାରତର ପ୍ରଥମ ସୌର ଶକ୍ତି ଚାଳିତ ଗ୍ରାମ ଭାବେ ଘୋଷଣା କରିବେ। ମୋଢେରା ସୂର୍ଯ୍ୟ ମନ୍ଦିର ପାଇଁ ବେଶ ପ୍ରସିଦ୍ଧ।
ଗୁଜୁରାଟ ସରକାର ଏ ସମ୍ପର୍କରେ ଟ୍ୱିଟ୍ ସେୟାର କରିଛନ୍ତି। ଗୁଜୁରାଟ ସରକାରଙ୍କ ଅନୁଯାୟୀ, ଗାଁରେ ଥିବା ଘରେ ୧୦୦୦ରୁ ଅଧିକ ସୌର ପ୍ୟାନେଲ ଲଗାଯାଇଛି ଯାହା ଗ୍ରାମବାସୀଙ୍କ ପାଇଁ ଘଣ୍ଟା ଘଣ୍ଟା ବିଦ୍ୟୁତ୍ ଉତ୍ପାଦନ କରିବ। ଶୂନ ମୂଲ୍ୟରେ ଲୋକ ସୌର ବିଦ୍ୟୁତ ଉପଲବ୍ଧ କରାଯିବାର ଯୋଜନା ରହିଛି।
ଗୁଜୁରାଟ ସରକାରଙ୍କ କହିବାନୁସାରେ ଭାରତରେ ଅକ୍ଷୟ ଶକ୍ତିର ବ୍ୟବହାର ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଦୃଷ୍ଟିରେ ରଖି ଗୁଜୁରାଟରେ ବିଭିନ୍ନ କଲ୍ୟାଣମୂଳକ ପ୍ରକଳ୍ପର ନିରନ୍ତର କାର୍ଯ୍ୟକାରିତା ନିଶ୍ଚିତ ହୋଇଛି।
ମୋଢ଼େରାର ସୂର୍ଯ୍ୟ ମନ୍ଦିର ଏକ ସଂରକ୍ଷିତ ପ୍ରତ୍ନତାତ୍ତ୍ୱିକ ସ୍ଥାନ। ଆଜି ଏହି ମନ୍ଦିରରେ 3-D ପ୍ରୋଜେକ୍ଟ ସୁବିଧା ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀ ମୋଦି ସୌର ଶକ୍ତି ଦ୍ୱାରା ଚାଳିତ-ଡି ପ୍ରୋଜେକ୍ଟକୁ ଉତ୍ସର୍ଗ କରିବେ। ଏହା ମାଧ୍ୟମରେ, ବାହାରୁ ଆସୁଥିବା ଲୋକଙ୍କୁ ମୋଢ଼େରାର ଇତିହାସ ବାବଦରେ ଅବଗତ ହେବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।