- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତୀୟ ଯୁଦ୍ଧ ସ୍ମାରକୀରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୋଦିଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ୱାଗତ କରିଥିଲେ। ୭୪ ତମ ଗଣତନ୍ତ୍ର ଦିବସରେ ଦେଶକୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦି ଏହା ପୂର୍ବରୁ କହିଛନ୍ତି ଯେ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ମିଳିତ ଭାବେ ଆଗକୁ ବଢ଼ିବାକୁ ଚାହୁଁଛୁ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଇଜିପ୍ଟର ରାଷ୍ଟ୍ରପତିଙ୍କୁ ପ୍ରଥମ ଥର ନିମନ୍ତ୍ରଣ କରାଯାଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ଯୁଦ୍ଧ ସ୍ମାରକୀରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ତାରିଖରେ ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେବା ପଛର କାରଣ ହେଉଛି ତାହାର ଠିକ୍ ୨୦ ବର୍ଷ ତଳେ ୧୯୩୦ ଜାନୁଆରି ୨୬ ତାରିଖରେ ଭାରତୀୟ ଜାତୀୟ କଂଗ୍ରେସ ଦ୍ବାରା ଭାରତୀୟ ସ୍ବାଧୀନତା ବା ପୂର୍ଣ୍ଣ ସ୍ବରାଜ ଘୋଷଣା କରାଯାଇଥିଲା। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ମଧ୍ୟରାତ୍ରରେ ବ୍ରିଟିସ୍ ସରକାର ଭାରତ ଛାଡ଼ି ଚାଲିଯିବା ପରେ ଭାରତୀୟମାନେ ନିଜକୁ ନିଜେ ଶାସନ କରିବାର ପର୍ବ ଆରମ୍ଭ ହେଲା। ମାତ୍ର ଦେଶର ସୁପରିଚାଳନା ପାଇଁ ସେତେବେଳେ ଦେଶର କୌଣସି ନିଜସ୍ବ ସମ୍ବିଧାନ ଉପଲବ୍ଧନଥିଲା। ଏ ବର୍ଷ ନୂଆଦିଲ୍ଲୀର ‘କର୍ତ୍ତବ୍ୟ ପଥ’ରେ ସାଧାରଣତନ୍ତ୍ର ଦିବସ ପାଳିତ ହେବ। ଏହି ଅବସରରେ ଦେଶର ପ୍ରଗତିର ସଂକେତ ସ୍ବରୂପ ଦେଶ ନିଜ ସାର୍ବଭୌମ୍ୟର ସୁରକ୍ଷା ପାଇଁ ହାସଲ କରିଥିବା ନୂତନ ଜ୍ଞାନକୌଶଳ ସଂପନ୍ନ ବିଭିନ୍ନ ଯୁଦ୍ଧାସ୍ତ୍ର ଓ ବିମାନକୁ ମଧ୍ୟ ପ୍ରଦର୍ଶନ କରାଯାଇଥାଏ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।