ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»PMAY-G: ୧.୪୭ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ୭୦୦ କୋଟି ଦେବେ ପ୍ରଧାନ ମନ୍ତ୍ରୀ

PMAY-G: ୧.୪୭ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ୭୦୦ କୋଟି ଦେବେ ପ୍ରଧାନ ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ନଭେମ୍ବର ୧୪) ତ୍ରିପୁରାର ୧.୪୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା-ଗ୍ରାମୀଣ ଅର୍ଥାତ୍ PMAY-Gରେ ଅଧୀନରେ ବ୍ୟାଙ୍କ ଆକାଉଣ୍ଟକୁ କିସ୍ତି ଦେବେ।

PMAY-G: ୧.୪୭ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ୭୦୦ କୋଟି ଦେବେ ପ୍ରଧାନ ମନ୍ତ୍ରୀ
ତ୍ରିପୁରାରେ PMAY-G ଯୋଜନାରେ ଭୂମିହୀନଙ୍କୁ ଘର ଯୋଗାଇ ଦିଆଯାଉଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 14, 2021, 9:30 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଜି (ନଭେମ୍ବର ୧୪) ତ୍ରିପୁରାର ୧.୪୭ ଲକ୍ଷରୁ  ଅଧିକ ହିତାଧିକାରୀଙ୍କୁ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା-ଗ୍ରାମୀଣ ଅର୍ଥାତ୍ PMAY-Gରେ ଅଧୀନରେ ବ୍ୟାଙ୍କ ଆକାଉଣ୍ଟକୁ କିସ୍ତି ଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅର୍ଥାତ୍ PMO ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଅବସରରେ ଏହି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭୦୦ କୋଟିରୁ ଅଧିକ ଟଙ୍କା ସିଧାସଳଖ ଜମା ହେବ।

ତ୍ରିପୁରା ପାଇଁ 'କଚ୍ଚା' ଘରର ରୂପରେଖ ବଦଳିବ

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏବଂ ତ୍ରିପୁରାର ଅନନ୍ୟ ଜିଓ-ଜଳବାୟୁ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ପାଇଁ କଚ୍ଚା' ଘରର ସଂଜ୍ଞା ବିଶେଷ ଭାବରେ ପରିବର୍ତ୍ତନ କରାଯାଇଛି। ବହୁ ସଂଖ୍ୟକ ହିତାଧିକାରୀଙ୍କୁ ପକ୍କା ଘର କରିବା ପାଇଁ ସହାୟତା ମିଳୁଛି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲାବ ଦେବ ମଧ୍ୟ ଉପସ୍ଥିତ ରହିବେ।

୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନ୍ୟତମ ଯୋଜନା ହେଉଛି ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା-ଗ୍ରାମୀଣ।  PMAY-G ଯୋଜନାର ଉଦ୍ଦେଶ୍ୟ ହେଉଛି ଭୂମିହୀନ ଲୋକଙ୍କୁ ଘର ଯୋଗାଇବା। ଏହି ଯୋଜନା ଅଧୀନରେ ଦାରିଦ୍ର ସୀମାରେଖା ତଳେ ଥିବା ପରିବାରମାନଙ୍କୁ ଘର ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।
Published by: Soumya Das
First published: November 14, 2021, 9:30 AM IST