News18 Odia Digital
Mann Ki Baat 100th Episode: ଏବେ ପର୍ଯ୍ଯନ୍ତ ଆପଣ ୫ ଟଙ୍କିଆ, ୧୦ ଓ ୨୦ ଟଙ୍କିଆ କଏନ ଦେଖିଥିବେ । ଏବେ ଆପଣ ୧୦୦ ଟଙ୍କିଆ କଏନ (Rs 100 Coin) ମଧ୍ଯ ଦେଖିପାରିବେ । ସରକାର ଖୁବଶୀଘ୍ର ଦେଶରେ ୧୦୦ ଟଙ୍କିଆ କଏନ ଜାରି କରିବାକୁ ଯାଉଛନ୍ତି । ଏହା କଏନ ଅନ୍ଯ କଏନଠାରୁ ସାମାନ୍ଯ ଅଲଗା । ସରକାରଙ୍କ ତରଫରୁ ଏନେଇ ଅଧିସୂଚନା ଜାରି କରାଯାଇଛି ।
ଖୁବ ଶୀଘ୍ର ବଜାରକୁ ଆସୁଛି ୧୦୦ ଟଙ୍କିଆ କଏନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ମନ୍ କୀ ବାତ୍ ର ୧୦୦ ଏପିସୋଡ୍ ପୂର୍ଣ୍ଣ ଅବସରରେ ଉନ୍ମୋଚନ କରିବେ । ମୁଦ୍ରାରେ ‘ମନ୍ କି ବାତ ୧୦୦’ ଲେଖାଯିବ। ମୋଦିଙ୍କ ‘ମନ କି ବାତ’ର ୧୦୦ ତମ ଏପିସୋଡ ଏପ୍ରିଲ ୩୦ରେ ପ୍ରସାରିତ ହେବ।
ସୁପ୍ରିମକୋର୍ଟର ୫ ବିଚାରପତିଙ୍କୁ କରୋନା; ଶୁଣାଣି ହେବନି ସମଲିଙ୍ଗୀ ବିବାହ ମାମଲା!ସୂଚନା ଅନୁଯାୟୀ, ଏହି ମୁଦ୍ରା ସାଧାରଣ ମୁଦ୍ରା ଠାରୁ ଭିନ୍ନ ଅଟେ । ୧୦୦ଟଙ୍କିଆ ମୁଦ୍ରାର ଗୋଲେଇ ୪୪ ମିମି ହେବ। ଏହା ରୂପା, ତମ୍ବା, ନିକେଲ୍ ଓ ଜିଙ୍କ ଭଳି ଚାରୋଟି ଧାତୁରେ ତିଆରି ହେବ । ସରକାର କହିଛନ୍ତି ଯେ ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ରହିବ ଓ ଏହା ତଳେ ସତ୍ୟମେବ ଜୟତେ ଲେଖାଯିବ। ସେହିପରି ଅନ୍ୟପାର୍ଶ୍ୱରେ ଏକ ମାଇକ୍ରୋଫୋନ୍ ଚିତ୍ର ରହିବ ଓ ଏହା ଉପରେ ୨୦୨୩ ଲେଖାଯିବ । ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଭାରତ ଏବଂ ଅନ୍ୟ ପଟେ ଇଣ୍ଡିଆ ଲେଖାଯିବ ଏବଂ ₹ ପ୍ରତୀକ ରହିବ ।
ଏହାକୁ ନେଇ ବିଜେପି ତରଫରୁ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଜେପି ଏକ ଲକ୍ଷରୁ ଅଧିକ ବୁଥରେ ମନ କୀ ବାତର ପ୍ରସାରଣ କରିବାକୁ ଯୋଜନା ରଖିଛି । ଦୁନିଆ ସାରା ଏହାର ପ୍ରସାରଣ ହେଉ ବୋଲି ଦଳ ଇଚ୍ଛା ପ୍ରକାଶ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ ସୋ ମନ କୀ ବାତ ୨୦୧୪ ଅକ୍ଟୋବର ୩ ରେ ଆରମ୍ଭ ହୋଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।