ଆସନ୍ତାକାଲି ହାଇଦ୍ରାବାଦ ଯିବେ PM ମୋଦି; BJP କାର୍ଯ୍ୟକାରିଣୀ ବୈଠକରେ ହେବେ ସାମିଲ

ପିଏମ ମୋଦି ହାଇଦ୍ରାବାଦ ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (HICC) ର ନୋଭୋଟେଲ ହୋଟେଲରେ ରହିବାର ସମ୍ଭାବନା ରହିଛି, ଯାହାକି ବିଜେପି ସମ୍ମିଳନୀ ପାଇଁ ସ୍ଥାନ ରୂପେ ବଛା ଯାଇଛି।

ଆସନ୍ତାକାଲି ହାଇଦ୍ରାବାଦ ଯିବେ PM ମୋଦି

ଆସନ୍ତାକାଲି ହାଇଦ୍ରାବାଦ ଯିବେ PM ମୋଦି

  • Share this:
News18 Odia Digital

ହାଇଦ୍ରାବାଦ: ବିଜେପିର ଜାତୀୟ କାର୍ଯ୍ୟକାରିଣୀର ଦୁଇ ଦିନିଆ ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ହାଇଦ୍ରାବାଦ ଯିବେ।

ପିଏମ ମୋଦି ହାଇଦ୍ରାବାଦ ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (HICC) ର ନୋଭୋଟେଲ ହୋଟେଲରେ ରହିବାର ସମ୍ଭାବନା ରହିଛି, ଯାହାକି ବିଜେପି ସମ୍ମିଳନୀ ପାଇଁ ସ୍ଥାନ ରୂପେ ବଛା ଯାଇଛି।

କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଧାନମନ୍ତ୍ରୀ ଅପରାହ୍ନ ୨.୩୦ରେ ସହରର ବେଗମପେଟ୍ ବିମାନବନ୍ଦରରେ ପହଞ୍ଚିବେ। ଏହା ପରେ ସେ ହେଲିକପ୍ଟର ଯୋଗେ HICC ଛାଡ଼ି ନୋଭୋଟେଲରେ ପହଞ୍ଚିବେ। ସେହିପରି ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବେ।

ମୋଦି ଏହି ବୈଠକରେ ସମ୍ବୋଧିତ କରିବେ, ଯେଉଁଥିରେ ୩୬୦ ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ଯୋଗ ଦେବେ, ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ବିଶିଷ୍ଟ ନେତାମାନେ ମଧ୍ୟ ଯୋଗ ଦେବେ। ଆଉ ରବିବାର ସକାଳ ୧୦ଟାରୁ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବେ। ରାଜନୈତିକ ପ୍ରସଙ୍ଗରେ ସମାଧାନ ସମେତ ପ୍ରମୁଖ ପ୍ରସ୍ତାବ ଉପରେ ବିଚାର ବିମର୍ଶ ସମୟରେ ସେ ଉପସ୍ଥିତ ରହିବେ।

ଦଳକୁ ଆହୁରି ମଜବୁତ କରିବା ତଥା ଚଳିତ ବର୍ଷ ତଥା ଆସନ୍ତା ବର୍ଷ ଭିନ୍ନ ଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସହ ୨୦୨୪ ଲୋକସଭା ନିର୍ବାଚନ ପାଇଁ ସେ ଜାତୀୟ କାର୍ଯ୍ୟକାରିଣୀକୁ ନିର୍ଦ୍ଦେଶ ଦେବେ।
Published by:Lipina Das
First published: