ଜଳବାୟୁ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନ ମନ୍ତ୍ରୀ ମୋଦୀ; ସି ଜିନପିଙ୍ଗ ମଧ୍ୟ ସାମିଲ ହେବେ

ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଜୋ ବିଡେନ ୨୦ ଜାନୁଆରୀରେ ପ୍ୟାରିସ ଜଳବାୟୁ ଚୁକ୍ତିରେ ଆମେରିକାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଘୋଷଣା କରିଥିଲେ ।

ଜଳବାୟୁ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନ ମନ୍ତ୍ରୀ ମୋଦୀ; ସି ଜିନପିଙ୍ଗ ମଧ୍ୟ ସାମିଲ ହେବେ
ଜଳବାୟୁ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନ ମନ୍ତ୍ରୀ ମୋଦୀ
  • News18 Odia
  • Last Updated: April 22, 2021, 11:53 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୩-୨୪ ଏପ୍ରିଲରେ ଦୁଇ ଦିନିଆ ଶିଖର ସମ୍ମିଳନୀ ବୈଠକର ପ୍ରଥମ ଦିନ ଜଳବାୟୁ ପ୍ରସଙ୍ଗ ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ଉଦ୍ୟମକୁ ନେଇ ସମ୍ବୋଧିତ କରିବେ । ଏହି ସମ୍ମିଳନୀରେ ଭାଗ ନେବାକୁ ଆମେରିକା ରାଷ୍ଟ୍ରପତି ନରେନ୍ଦ୍ର ମୋଦୀ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ୪୦ ଟି ଦେଶର ନେତାଙ୍କୁ ଆମନ୍ତ୍ରଣ କରିଛନ୍ତି । ତେବେ ଏହି ସମ୍ମିଳନୀକୁ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇ ନାହିଁ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ନେତାମାନେ ଆଲୋଚନା କରିବେ ଯେ ଜଳବାୟୁ କାର୍ଯ୍ୟକୁ କିପରି ସାମିଲ ତଥା ନମନୀୟ ଅର୍ଥନୀଥିକ ବିକାଶ ସହିତ ଜାତୀୟ ସ୍ଥିତି ଓ ନିରନ୍ତର ବିକାଶ ପ୍ରାଥମିକତାକୁ ସମ୍ମାନ ଦେଇହେବ । ଏଥିରେ କୁହାଯାଇଛି ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାମାନେ ପ୍ରଥମ ସେସନରେ ଭାରତୀୟ ସମୟ ଅପରାହ୍ନ ୫.୩୦ ରୁ ୭.୩୦ ମଧ୍ୟରେ '୨୦୩୦ ଆଡକୁ ଆମର ସାମୂହିକ ଦୌଡ଼' ପ୍ରସଙ୍ଗରେ ଏକ ସମ୍ବୋଧନ ପ୍ରଦାନ କରିବେ ।

ବିଡେନ ପାଇଁ ଜଳବାୟୁ ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ
ଏହି ଶିଖର ସମ୍ମିଳନୀରେ ବିଶ୍ୱର ପ୍ରାୟ ୪୦ ନେତା ଅଂଶଗ୍ରହଣ କରିବେ ବୋଲି ମନ୍ତ୍ରଣାଳୟ କହିଛି । ଜଳବାୟୁ ପରିବର୍ତ୍ତନ ବିପଦର ସମ୍ମୁଖୀନ ହେଉଥିବା ଦେଶ ସମେତ ସେମାନେ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଫୋରମର ସଦସ୍ୟମାନଙ୍କୁ ପ୍ରତିନିଧିତ୍ୱ କରିବେ । ମନ୍ତ୍ରଣାଳୟ କହିଛି ଯେ ଏହି ନେତାମାନେ ଜଳବାୟୁ ପରିବର୍ତ୍ତନ, ଜଳବାୟୁ କାର୍ଯ୍ୟକୁ ଦୃଢ଼ କରିବା, ଜଳବାୟୁ ସମାଧାନ, ପ୍ରକୃତି ଭିତ୍ତିକ ସମାଧାନ, ଜଳବାୟୁ ସୁରକ୍ଷା ଓ ସ୍ୱଚ୍ଛ ଶକ୍ତି ପାଇଁ ପ୍ରଯୁକ୍ତିବିଦ୍ୟା ନବୀକରଣ ଭଳି ପ୍ରସଙ୍ଗରେ ମତ ବିନିମୟ କରିବେ ।

ଉଲ୍ଲେଖନୀୟ କଥା ହେଉଛି ବିଡେନଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଛି । ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ସେ ଜାନୁଆରୀ ୨୦ ରେ ପ୍ୟାରିସ ଜଳବାୟୁ ଚୁକ୍ତିରେ ଆମେରିକାର ପ୍ରତ୍ୟାବର୍ତ୍ତନ ଘୋଷଣା କରିଥିଲେ ।

ହ୍ୱାଇଟ ହାଉସର ବିବୃତ୍ତି ଅନୁଯାୟୀ ୨୨ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ଏହି ଦୁଇ ଦିନିଆ ସମ୍ମିଳନୀ ପାଇଁ ବିଡେନ ମୋଦୀଙ୍କ ସମେତ ବିଶ୍ୱର ୪୦ ଜଣ ନେତାଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହି ସମ୍ମିଳନୀ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଆବଶ୍ୟକତା ଓ ଆର୍ଥିକ ଲାଭ ଉପରେ ଆଲୋକପାତ କରିବ । ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (COP 26) ମାର୍ଗରେ ଏହା ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ ବୋଲି ବିବୃତ୍ତିରେ କୁହାଯାଇଛି ।

ଚୀନ୍ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଜିନପିଙ୍ଗଙ୍କୁ ଏହି ସମ୍ମିଳନୀକୁ ଆମନ୍ତ୍ରଣ କରିବା ସିନୋ-ଆମେରିକା ସମ୍ପର୍କ ପାଇଁ ଏକ ସକରାତ୍ମକ ବାର୍ତ୍ତା, ଯାହା ମଧ୍ୟରେ ଜିନଜିଆଙ୍ଗ, ହଂକଂ ଓ ତାଇୱାନ ପ୍ରସଙ୍ଗରେ ତିକ୍ତତା ବଢୁଛି । ଏହି ସମ୍ମିଳନୀରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଭାଷଣ ନିଶ୍ଚିତ ହେବାର ଗୋଟିଏ ଦିନ ପରେ ଚୀନ୍ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ ନିଶ୍ଚିତ ହୋଇଛି ।
Published by: Jagdish Barik
First published: April 22, 2021, 11:53 AM IST