SCO Meet: ଆସନ୍ତା ମାସରେ ପରସ୍ପରକୁ ଭେଟିବେ ମୋଦି ଓ ଶାହବାଜ ସରିଫ

SCO Meet 2022: ଆସନ୍ତା ମାସରେ ଉଜବେକିସ୍ତାନ ଏସସିଓ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି।

 ଆସନ୍ତା ମାସରେ ପରସ୍ପରକୁ ଭେଟିବେ ମୋଦି ଓ ଶାହବାଜ ସରିଫ

ଆସନ୍ତା ମାସରେ ପରସ୍ପରକୁ ଭେଟିବେ ମୋଦି ଓ ଶାହବାଜ ସରିଫ

  • Share this:
News18 Odia Digital

PM Modi to Meet Shehbaz Sharif: ଆସନ୍ତା ମାସରେ ଉଜବେକିସ୍ତାନରେ ହେବାକୁ ଥିବା ଏସସିଓ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ଏହା ସହ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ସାକ୍ଷାତ ମଧ୍ୟ କରିବେ।

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ସମରକନ୍ଦରେ ଅନୁଷ୍ଠିତ ଏହି ବୈଠକରେ ଯୋଗଦେବେ।

ଯଦି ଉଭୟ ଦେଶର ରାଷ୍ଟ୍ର ଅଧ୍ୟକ୍ଷ ଆସନ୍ତି, ତେବେ ଏହି ଦୁଇ ନେତାଙ୍କୁ ମଧ୍ୟ ଭେଟି ପାରିବେ। ଋଷ-ୟୁକ୍ରେନ ଯୁଦ୍ଧ ପରେ ପୁଟିନଙ୍କ ସହ ଓ ଗାଲୱାନ ଭ୍ୟାଲି ଘଟଣା ପରେ ସି ଜିନପିଙ୍ଗଙ୍କ ସହ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ପ୍ରଥମ ସାକ୍ଷାତ ହେବ।
Published by:Lipina Das
First published: