ସେପ୍ଟେମ୍ବର ୫ରେ ଜାତୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କୁ ଭେଟିବେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଶିକ୍ଷକ ପୁରସ୍କାର -୨୦୨୨ ବିଜେତାମାନଙ୍କୁ ସେପ୍ଟେମ୍ବର ୫, ୨୦୨୨ ରେ ଅପରାହ୍ନ ୪.୩୦ ସମୟରେ ନୂଆଦିଲ୍ଲୀର ସାତ ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ସରକାରୀ ବାସଭବନରେ ଭେଟିବେ ।

ସେପ୍ଟେମ୍ବର ୫ରେ ଜାତୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କୁ ଭେଟିବେ ପିଏମ ମୋଦି

ସେପ୍ଟେମ୍ବର ୫ରେ ଜାତୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କୁ ଭେଟିବେ ପିଏମ ମୋଦି

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶିକ୍ଷକ ଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର -2022 ର ବିଜେତାଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଏକ ବିବୃତ୍ତି ଦେଇ ଏହି ସୂଚନା ଦେଇଛି । ପିଏମଓଙ୍କ ବିବୃତ୍ତି ଅନୁଯାୟୀ, ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିବାର ଉଦ୍ଦେଶ୍ୟ ହେଉଛି ଦେଶର ଶ୍ରେଷ୍ଠ ଶିକ୍ଷକମାନଙ୍କର ଅପୂର୍ବ ଅବଦାନକୁ ପାଳନ କରିବା ଏବଂ ସେମାନଙ୍କୁ ସମ୍ମାନିତ କରିବା, ଯେଉଁମାନେ ସେମାନଙ୍କର ପ୍ରତିବଦ୍ଧତା ଏବଂ ପରିଶ୍ରମ ଦ୍ୱାରା କେବଳ ବିଦ୍ୟାଳୟ ଶିକ୍ଷାର ଗୁଣବତ୍ତା ଉନ୍ନତି କରିନାହାଁନ୍ତି, ବରଂ ନିଜର ଛାତ୍ରମାନଙ୍କ ଜୀବନକୁ ମଧ୍ୟ ସମୃଦ୍ଧ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ ଶିକ୍ଷକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଶିକ୍ଷକ ପୁରସ୍କାର -୨୦୨୨ ବିଜେତାମାନଙ୍କୁ ସେପ୍ଟେମ୍ବର ୫, ୨୦୨୨ ରେ ଅପରାହ୍ନ ୪.୩୦ ସମୟରେ ନୂଆଦିଲ୍ଲୀର ସାତ ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ସରକାରୀ ବାସଭବନରେ ଭେଟିବେ ।

ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ବିଶିଷ୍ଟ ଶିକ୍ଷକମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ଦେଶର ୪୫ ଜଣ ଶିକ୍ଷକଙ୍କୁ ତିନୋଟି ପର୍ଯ୍ୟାୟ ଅନଲାଇନ୍ ପ୍ରକ୍ରିୟା ମାଧ୍ୟମରେ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି । ୫ ସେପ୍ଟେମ୍ବରରେ ଶିକ୍ଷକ ଦିବସ ଅବସରରେ ମନୋନୀତ ପୁରସ୍କାର ବିଜେତାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ "ଶିକ୍ଷକମାନଙ୍କ ପାଇଁ ଜାତୀୟ ପୁରସ୍କାର ୨୦୨୨" ପ୍ରଦାନ କରିବେ । ମନୋନୀତ ଶିକ୍ଷକମାନେ ହିମାଚଳ ପ୍ରଦେଶ, ହରିୟାଣା, ପଞ୍ଜାବ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନାରୁ ଆସିଛନ୍ତି । ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହେବ ଏବଂ ଶିକ୍ଷା ମନ୍ତ୍ରଣାଳୟର ଦ୍ୱାରଦେଶ ଏବଂ ସ୍ଵୟଂ ପ୍ରଭା ଚ୍ୟାନେଲରେ ସିଧା ପ୍ରସାରଣ ହେବ ।

ପ୍ରତିବର୍ଷ ସେପ୍ଟେମ୍ବର ୫ ରେ ଦେଶର ଶ୍ରେଷ୍ଠ ଶିକ୍ଷକମାନଙ୍କୁ ପୁରସ୍କାର ପ୍ରଦାନ କରିବା ପାଇଁ ବିଜ୍ଞାନ ଭବନରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଦାର୍ଶନିକ-ଲେଖକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି, ଯିଏ କି ସେପ୍ଟେମ୍ବର ୫, ୧୮୮୮ ରେ ଜନ୍ମ ହୋଇଥିଲେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏସ୍ ରାଧାକୃଷ୍ଣନଙ୍କ ସ୍ମୃତିରେ ସାରା ଦେଶରେ ଶିକ୍ଷକ ଦିବସ ପାଳନ କରାଯାଏ । ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଆଦର୍ଶ ଅଟେ। ପୂର୍ବତନ ରାଷ୍ଟ୍ରପତି ତଥା ଦେଶର ସମସ୍ତ ଶିକ୍ଷକଙ୍କୁ ସମ୍ମାନିତ କରିବା ପାଇଁ ୧୯୬୨ ମସିହାରେ ଶିକ୍ଷକ ଦିବସ ପାଳନ କରିବାର ପରମ୍ପରା ଆରମ୍ଭ ହୋଇଥିଲା ।
Published by:Soubhagya Mishra
First published: