ଗୁଜୁରାଟରେ ୨୯ ହଜାର କୋଟିର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୯,୦୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ।

ନରେନ୍ଦ୍ର ମୋଦି (ପ୍ରତୀକାତ୍ମକ ଛବି)

ନରେନ୍ଦ୍ର ମୋଦି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଅହମ୍ମଦାବାଦ: ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୯,୦୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକରେ ଭବନଗରରେ ବିଶ୍ୱର ପ୍ରଥମ ସିଏନଜି (କମ୍ପ୍ରେସ ନ୍ୟାଚୁରାଲ ଗ୍ୟାସ) ଟର୍ମିନାଲ, ଅହମ୍ମଦାବାଦରେ ମେଟ୍ରୋ ପ୍ରଥମ ପର୍ଯ୍ୟାୟ ଓ ସୁରଟରେ ଥିବା ଡାଇମଣ୍ଡ ରିସର୍ଚ୍ଚ ଓ ମର୍କାଣ୍ଟାଇଲ (ସ୍ୱପ୍ନ) ସହରର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ବୋଲି ଗୁଜୁରାଟ ସରକାର ବୁଧବାର ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି, ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ 'ଗାନ୍ଧିନଗର-ମୁମ୍ବାଇ ସେଣ୍ଟ୍ରାଲ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ'ରୁ ଶୁଭାରମ୍ଭ କରିବେ ଓ ପ୍ରଥମ ଥର ପାଇଁ ଗୁଜରାଟରେ ଅନୁଷ୍ଠିତ ୩୬ ତମ ଜାତୀୟ ଖେଳର ଉଦଘାଟନ କରିବେ।  ଚଳିତ ବର୍ଷ ଶେଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବ। ପ୍ରାୟ ତିନି ଦଶନ୍ଧି ଧରି ଗୁଜୁରାଟରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି କ୍ଷମତା ବଜାୟ ରଖିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛି।

ସୁରଟ ସହରର ଲିମ୍ବାୟତ ଅଞ୍ଚଳରେ ଏକ ସମାବେଶକୁ ସମ୍ବୋଧିତ କରିବା ପରେ ମୋଦୀ ଗୁରୁବାରରେ ତାଙ୍କର ଯାତ୍ରା ଆରମ୍ଭ କରିବେ ବୋଲି ପ୍ରକାଶ ପାଇଛି।  ଏହି ସମୟ ମଧ୍ୟରେ ସେ ୩୪୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଆରମ୍ଭ କରିବେ।  ସୁରଟ ପରେ ଭବନଗରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପ୍ରାୟ ୬ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଆରମ୍ଭ କରିବେ, ଯେଉଁଥିରେ ବିଶ୍ୱର ପ୍ରଥମ ସିଏନଜି ଟର୍ମିନାଲ ଓ 'ବ୍ରାଉନଫିଲ୍ଡ ବନ୍ଦର' ପାଇଁ ମୂଳଦୁଆ ପକାଯିବ।
Published by:Soumya Das
First published: