ଆଜି AI RAISE 2020ର ଉଦଘାଟନ କରିବେ PM ମୋଦୀ; Reliance ମୁଖ୍ୟ ମୁକେଶ ଅମ୍ବାନୀ ବି ରହିବେ

ଜୁନ୍ ମାସରେ ଭାରତ ଅଷ୍ଟ୍ରେଲିଆ, ଆମେରିକା, ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ ଓ ଅନ୍ୟ କିଛି ଦେଶମାନଙ୍କ ସହ ମିଶି କୃତ୍ରିମ ଇଣ୍ଟେଲିଜେନ୍ସର (AI) ଦାୟିତ୍ୱପୂର୍ଣ୍ଣ ବିକାଶ ତଥା ବ୍ୟବହାର ପାଇଁ GPAI ଗଠନ କରିଥିଲା ।

ଆଜି AI RAISE 2020ର ଉଦଘାଟନ କରିବେ PM ମୋଦୀ; Reliance ମୁଖ୍ୟ ମୁକେଶ ଅମ୍ବାନୀ ବି ରହିବେ
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ
  • News18 Odia
  • Last Updated: October 5, 2020, 5:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଆଜି କୃତ୍ରିମ ଇଣ୍ଟେଲିଜେନ୍ସ (AI) ଉପରେ ପାଞ୍ଚଦିନିଆ ଗ୍ଲୋବାଲ ଭର୍ଚୁଆଲ ସମ୍ମିଳନୀର (Global AI Summit RAISE 2020) ଉଦଘାଟନ କରିବେ। ଶିଳ୍ପ ଓ ଶିକ୍ଷା ଜଗତର ସହଭାଗିତାରେ 'ସାମାଜିକ ସଶକ୍ତିକରଣ ପାଇଁ ଦାୟିତ୍ୱବାନ କୃତ୍ରିମ ଇଣ୍ଟେଲିଜେନ୍ସ' (Responsible Artificial Intelligence for Social Empowerment ବା RAISE 2020) ଆୟୋଜିତ ହେଉଛି ।

ଏହି ସମ୍ମିଳନୀରେ ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସମ୍ମିଳନୀରେ ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ (Mukesh Ambani) ମଧ୍ୟ ଉପସ୍ଥିତ ରହିବେ । ଏହି ସମ୍ମିଳନୀ ଆଜି ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ।

ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ସୂଚନା ଦେଇଛନ୍ତି ଯେ ଜୁନ୍ ମାସରେ ଭାରତ ଅଷ୍ଟ୍ରେଲିଆ, ଆମେରିକା, ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ ଓ ଅନ୍ୟ କିଛି ଦେଶମାନଙ୍କ ସହ ମିଶି କୃତ୍ରିମ ଇଣ୍ଟେଲିଜେନ୍ସର (AI) ଦାୟିତ୍ୱପୂର୍ଣ୍ଣ ବିକାଶ ତଥା ବ୍ୟବହାର ପାଇଁ 'ଗ୍ଲୋବାଲ୍ ପାର୍ଟନରସିପ୍ ଅନ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ' (GPAI) ଗଠନ କରିଥିଲା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ


ଅମିତାଭ କାନ୍ତ କହିଛନ୍ତି, ‘‘ମୁଁ ନିଶ୍ଚିତ ଯେ AI ଜୀବନକୁ ବଦଳାଇବାରେ ସହାୟକ ହେବ । ସାମାଜିକ ସଶକ୍ତିକରଣ ପାଇଁ ଭାରତ ସ୍ୱାସ୍ଥ୍ୟ, ଶିକ୍ଷା, ଅର୍ଥ, ଚାଷ ଓ ଶାସନ କ୍ଷେତ୍ରରେ AI ଆଧାରିତ ପଦକ୍ଷେପ ପ୍ରସ୍ତୁତ କରୁଛି । ଭାରତ ନିଜ ଡାଟା ଓ ସୃଜନଶୀଳତା ସାହାଯ୍ୟରେ ବିଶ୍ୱର AI ଲ୍ୟାବ୍‌ ହୋଇପାରେ ।’’

RAISE 2020 ବିଷୟରେ ଗୁରୁତ୍ୱପୂର୍ଣ୍ଣ କଥା:

>> ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ଟେଲିକମ୍ ଓ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅମିତାଭ କାନ୍ତ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଓ ଆଇବିଏମ୍ ସିଇଓ ଅରବିନ୍ଦ କୃଷ୍ଣ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିବେ ।

>> RAISE 2020 ଭାବନା ବିନିମୟ ପାଇଁ ଆୟୋଜିତ ହେଉଛି । ସାମାଜିକ ସଶକ୍ତିକରଣ, ସ୍ୱାସ୍ଥ୍ୟ ସେବା, କୃଷି, ଶିକ୍ଷା ଓ ସ୍ମାର୍ଟ ମୋବିଲିଟି ଭଳି ପ୍ରମୁଖ କ୍ଷେତ୍ରରେ AI ବ୍ୟବହାର ପାଇଁ ଏକ ସିଲାବସ୍ ପ୍ରସ୍ତୁତ କରିବା ପାଇଁ ଏହାର ଆୟୋଜନ କରାଯାଉଛି ।

>> ଏହି ଶିଖର ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ସାମାଜିକ ସଶକ୍ତିକରଣ, ପରିବର୍ତ୍ତନ ଓ ସମାଜ ସହ ଜଡ଼ିତ AI ଉପରେ ଆଲୋଚନାକୁ ଉତ୍ସାହିତ କରିବା ।

>> ଏ ପର୍ଯ୍ୟନ୍ତ ଶିଖର ସମ୍ମିଳନୀ ପାଇଁ ଏକାଡେମିକ୍ସର ୩୮,୭୦୦ରୁ ଅଧିକ ହିତାଧିକାରୀ, ୧୨୫ଟି ଦେଶର ଅନୁସନ୍ଧାନ ଶିଳ୍ପର ପ୍ରତିନିଧି ଓ ସରକାର ଏହି ଶିଖର ସମ୍ମିଳନୀ ପାଇଁ ପଞ୍ଜୀକୃତ ହୋଇଛନ୍ତି ।
> ଶିଳ୍ପ ବିଶ୍ଳେଷକମାନେ ପୂର୍ବାନୁମାନ କରିଛନ୍ତି ଯେ ଏହି ଶିଖର ସମ୍ମିଳନୀ ୨୦୩୫ ସୁଦ୍ଧା ଭାରତର ଅର୍ଥନୀତିରେ 9୫୭ ବିଲିୟନ ଡଲାରରୁ ଅଧିକ ଯୋଗ କରିବ ।

ଏହା ବି ପଢ଼ନ୍ତୁ | ହାଥରସ ଯିବା ବାଟରେ ରାହୁଳ ଓ ପ୍ରିୟଙ୍କା କାର୍‌ରେ ହସୁଥିଲେ; BJP କହିଲା ‘‘ରାଜନୈତିକ ଶାଗୁଣାବାଦ’’

ଏହା ବି ପଢ଼ନ୍ତୁ | ଆଉ ନାହାନ୍ତି BJD ନେତା ପ୍ରଦୀପ ମହାରଥୀ; କରୋନାରୁ ସୁସ୍ଥ ହେବା ପରେ ବିଗିଡ଼ିଥିଲା ସ୍ୱାସ୍ଥ୍ୟ

RAISE 2020 ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ:

>> ସନ୍ଧ୍ୟା ୭ ରୁ ୭:୦୫- NITI ଆୟୋଗ ସିଇଓ ଅମିତାଭ କାନ୍ତଙ୍କ ସ୍ୱାଗତ ଭାଷଣ

>> 7 ସନ୍ଧ୍ୟା ୭:୫ ରୁ ୭:୭ - RAISE 2020 ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।

>> ସନ୍ଧ୍ୟା ୭:୭ରୁ ୭:୧୫ - ଆଇବିଏମ୍ ସିଇଓ ଅରବିନ୍ଦ କୃଷ୍ଣଙ୍କ ଭାଷଣ

>> ସନ୍ଧ୍ୟା ୭:୧୫ରୁ ରୁ ୭:୨୩ - ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଭାଷଣ

>> ସନ୍ଧ୍ୟା ୭:୨୩ ରୁ ୭:୩୨ - ପ୍ରଫେସର ରାଜ ରେଡ୍ଡୀଙ୍କ ଭାଷଣ

>> ସନ୍ଧ୍ୟା ୭:୩୨ରୁ ୭:୪୫ - ରବି ଶଙ୍କର ପ୍ରସାଦଙ୍କ ଭାଷଣ
> ସନ୍ଧ୍ୟା ୭:୪୫ରୁ ୮:୨୦ - PM ମୋଦୀଙ୍କ ଭାଷଣ



>> ସନ୍ଧ୍ୟା ୮:୨୦ରୁ ୮:୨୫ ଅଜୟ ଶଙ୍କରଙ୍କ ଧନ୍ୟବାଦ ଭୋଟ୍‌
Published by: Anand Shankar Thankur Das
First published: October 5, 2020, 5:41 PM IST
corona virus btn
corona virus btn
Loading