News 18 Odia Digital
କୋଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେରଳ ଗସ୍ତର ଶେଷ ଦିନ ଶୁକ୍ରବାର । ଆଜି ପ୍ରଧାନମନ୍ତ୍ରୀ ମୋଦି ସ୍ୱଦେଶୀ ନିର୍ମିତ ବିମାନ ପରିବହନକାରୀ INS ବିକ୍ରାନ୍ତକୁ କୋଚିରୁ ନୌ ସେନାରେ ସାମିଲ କରାଇବେ । ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଏହା ପ୍ରସ୍ତୁତ କରାଯାଇଛି । ଆଜି ପର୍ଯ୍ୟନ୍ତ ଏହା ଭାରତର ସର୍ବବୃହତ ବିମାନ ପରିବହନକାରୀ ଜାହାଜ ଅଟେ। ଭାରତ ପୂର୍ବରୁ କେବଳ ପାଞ୍ଚଟି ଦେଶ ୪୦ ହଜାର ଟନରୁ ଅଧିକ ଓଜନ ବିଶିଷ୍ଟ ଏକ ବିମାନ ପରିବହନକାରୀ ନିର୍ମାଣ କରିଛନ୍ତି । INS Vikrant ର ଓଜନ ୪୫ ହଜାର ଟନ୍ ।
ଭାରତୀୟ ନୌ ସେନାର ଉପାଧ୍ୟକ୍ଷ, ଭାଇସ ଆଡମିରାଲ ଏସ.ଏନ ଘୋରମାଡେ ଏହା ପୂର୍ବରୁ କହିଥିଲେ ଯେ ଭାରତ-ପ୍ରଶାନ୍ତ ମହାସାଗରୀୟ ତଥା ଭାରତ ମହାସାଗରରେ ଶାନ୍ତି ଏବଂ ସ୍ଥିରତା ପାଇଁ INS ବିକ୍ରାନ୍ତ ସହଯୋଗ କରିବ। ସେ କହିଛନ୍ତି ଯେ INS ବିକ୍ରାନ୍ତରେ ବିମାନ ପରୀକ୍ଷା ନଭେମ୍ବରରୁ ଆରମ୍ଭ ହେବ, ଯାହା ୨୦୨୩ ମଧ୍ୟଭାଗରେ ଶେଷ ହେବ । ସେ କହିଛନ୍ତି ଯେ ପ୍ରଥମ କିଛି ବର୍ଷ ପାଇଁ ଯୁଦ୍ଧ ଜାହାଜରୁ ମିଗ୍ -29 ବିମାନ ଚଳାଚଳ କରିବ ।
INS Vikrant ର ନିର୍ମାଣଏହି ଜାହାଜକୁ ନୌ ସେନାର ୱାରସିପ୍ ଡିଜାଇନ୍ ବ୍ୟୁରୋ ପ୍ରସ୍ତୁତ କରିଛି । ଏଥି ସହିତ ସାର୍ବଜନୀନ କ୍ଷେତ୍ରର ଜାହାଜ କୋଚିନ୍ ସିପିୟାର୍ଡ ଲିମିଟେଡ୍ ଦ୍ୱାରା ନିର୍ମାଣ କାର୍ଯ୍ୟ କରାଯାଇଛି । ଗତ ବର୍ଷ ଅଗଷ୍ଟ ୨୧ ରୁ ଏହା ସମୁଦ୍ର ପରୀକ୍ଷଣର ଅନେକ ପର୍ଯ୍ୟାୟ ସଫଳତାର ସହିତ ସମାପ୍ତ କରିଛି । ଜାହାଜଟି ନୌ ସେନା ସେବାରେ ଅନ୍ତର୍ଭୁକ୍ତ ହେବା ପରେ ଏହା ଉପରେ ବିମାନ ଅବତରଣ ପାଇଁ ପରୀକ୍ଷା କରାଯିବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।