5G in India; ପିଏମ ମୋଦିଙ୍କ 5G ସେବାର ଅନୁଭବ; ପ୍ରଗତି ମୈଦାନରେ ବସି ୟୁରୋପରେ ଚଳାଇଲେ କାର

ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ 2022 ର ୬ଷ୍ଠ ସଂସ୍କରଣରେ 5G ସେବା ଆରମ୍ଭ କରିଛନ୍ତି । 5G ଲଞ୍ଚିଙ୍ଗ ସହିତ ୟୁରୋପରେ ଏକ କାରର ଟେଷ୍ଟ ଡ୍ରାଇଭ୍ ମଧ୍ୟ କରିଥିଲେ ।

5G in India; ପିଏମ ମୋଦିଙ୍କ 5G ସେବାର ଅନୁଭବ; ପ୍ରଗତି ମୈଦାନରେ ବସି ୟୁରୋପରେ ଚଳାଇଲେ କାର

5G in India; ପିଏମ ମୋଦିଙ୍କ 5G ସେବାର ଅନୁଭବ; ପ୍ରଗତି ମୈଦାନରେ ବସି ୟୁରୋପରେ ଚଳାଇଲେ କାର

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ 5G ଲଞ୍ଚିଙ୍ଗ ସହିତ ୟୁରୋପରେ ଏକ କାରର ଟେଷ୍ଟ ଡ୍ରାଇଭ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ବସି 5G ଟେକ୍ନୋଲୋଜି ସାହାଯ୍ୟରେ ୟୁରୋପରେ ଏକ କାର ଚଳାଇଥିଲେ । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଟ୍ୱିଟ କରି ଲେଖିଛନ୍ତି ଯେ 'ଭାରତ ବିଶ୍ୱକୁ ଚଲାଉଛି' । ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ 2022 ର ଷଷ୍ଠ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି 5G ସେବା ଆରମ୍ଭ କରିଛନ୍ତି ।

IMC 2022 ଵୈଠକକୁ ମଧ୍ୟ ସମ୍ବୋଧିତ କରିଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମୋବାଇଲ୍ କଂଗ୍ରେସ 2022 ର ଷଷ୍ଠ ସଂସ୍କରଣର ଶୁଭାରମ୍ଭ ବୈଠକକୁ ମଧ୍ୟ ସମ୍ବୋଧିତ କରିଛନ୍ତି । ମୋଦି କହିଛନ୍ତି ଯେ ଆଜିର ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ଭାରତକୁ ଶୀର୍ଷକୁ ଚଢ଼ିବାକୁ କେହି ଅଟକାଇ ପାରିବେ ନାହିଁ । ଏହି ସ୍ଥାନ ପାଇଁ ଆମର ଅଧିକାର ଅଛି । ଭାରତ ଓ ଭାରତୀୟମାନେ ଏହାଠାରୁ କମରେ ବୁଝାମଣା କରିପାରିବେ ନାହିଁ । ଭାରତ ଚତୁର୍ଥ ଶିଳ୍ପ ବିପ୍ଳବର ନେତୃତ୍ୱ ନେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଜିଓ ପାଭିଲିୟନରେ ପ୍ରଦର୍ଶିତ ହୋଇଥିବା ଟ୍ରୁ 5G ଉପକରଣ ଦେଖିଛନ୍ତି ଓ ନିଜେ 'ଜିଓ-ଗ୍ଲାସ୍' ପିନ୍ଧି ମଧ୍ୟ ଅନୁଭବ କରିଛନ୍ତି । ଯୁବ ଜିଓ ଇଞ୍ଜିନିୟରମାନଙ୍କ ଏକ ଟିମ୍ ଦ୍ୱାରା ଏଣ୍ଡ-ଟୁ-ଏଣ୍ଡ 5G ଟେକ୍ନୋଲୋଜିର ସ୍ୱଦେଶୀ ବିକାଶକୁ ମଧ୍ୟ ସେ ବୁଝିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ଵୈଷ୍ଣବ, ରାଜ୍ୟ ମନ୍ତ୍ରୀ ଦେବୁସିଂହ ଚୌହାନ, ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଓ ରିଲାଏନ୍ସ ଜିଓ ଅଧ୍ୟକ୍ଷ ଆକାଶ ଅମ୍ବାନୀ ମଧ୍ୟ ଉପସ୍ଥିତ ଥିଲେ ।
Published by:Soubhagya Mishra
First published: