ଆନ୍ନା ବିଶ୍ୱବିଦ୍ୟାଳୟର ସମାରୋହରେ ଯୋଗଦେଲେ PM ମୋଦି
News18 Odia Digital
PM Modi Tamil Nadu Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ଦୁଇ ଦିନିଆ ଗସ୍ତର ଦ୍ୱିତୀୟ ଦିନରେ ତାମିଲନାଡୁରେ ପହଞ୍ଚିଛନ୍ତି। ଏଠାରେ ପିଏମ ମୋଦି ଆନ୍ନା ବିଶ୍ୱବିଦ୍ୟାଳୟର ସମାରୋହରେ ଯୋଦ ଦେଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ସନ୍ଧ୍ୟାରେ ଗୁଜୁରାଟରେ ପହଞ୍ଚିବେ।
ଗୁଜୁରାଟର ଗାନ୍ଧିନଗରର ଗୁଜୁରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍ ସିଟି (ଗିଫ୍ଟ ସିଟି) ରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ପ୍ରଥମ ଆନ୍ତର୍ଜାତୀୟ ବୁଲିୟନ ଏକ୍ସଚେଞ୍ଜକୁ ଉଦଘାଟନ କରିବେ। ଏହି ସମୟରେ ପିଏମ ମୋଦି ସେଠାରେ ଥିବା ଆନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣର ମୁଖ୍ୟାଳୟ ଭବନର ମୂଳଦୁଆ ପକାଇବେ।
ଆନ୍ନା ବିଶ୍ୱବିଦ୍ୟାଳୟ ସମାରୋହ
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଆଜି ସକାଳ ୧୦ଟାରେ ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଛନ୍ତି। ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୯ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ସ୍ୱର୍ଣ୍ଣ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିବେ।
ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ। ୧୯୭୮ ସେପ୍ଟେମ୍ବର ୪ରେ ଆନ୍ନା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଏନ୍ ଅନ୍ନଦୁରାଇଙ୍କ ନାମରେ ଏହି ବିଶ୍ୱବିଦ୍ୟାଳୟର ନାମକରଣ କରାଯାଇଛି। ଏହି ବିଶ୍ୱବିଦ୍ୟାଳୟରେ ସମୁଦାୟ ୧୩ଟି ଅନୁବନ୍ଧିତ କଲେଜ ଅଛି। ଏହା ବ୍ୟତୀତ ୪୯୪ ଅନୁବନ୍ଧିତ କଲେଜ ଓ ତିନୋଟି ଆଞ୍ଚଳିକ କ୍ୟାମ୍ପସ ତାମିଲନାଡୁର ତିରୁନେଲଭେଲି, ମଦୁରାଇ ଓ କୋଏମ୍ବାଟୋରରେ ଅନ୍ତର୍ଭୁକ୍ତ।
ଗୋଟିଏ ଦିନ ପୂର୍ବରୁ ଅନେକ କାର୍ଯ୍ୟକ୍ରମରେ ଜଡିତ ଥିଲେ
ତାଙ୍କ ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ଦିନ ଗୁଜୁରାଟର ସାବରକାଂଠାର ଗଢୋଦା ଚୌକିରେ ସାବର ଡଏରୀର ଏକାଧିକ ପ୍ରକଳ୍ପର ଉଦଘାଟନ କରିଥିଲେ। ଏହା ପରେ ସେ ଚେନ୍ନାଇ ଯାତ୍ରା କରିଥିଲେ। ଯେଉଁଠାରେ ପିଏମ ମୋଦୀ JLN ଇନଡୋର ଷ୍ଟାଡିୟମରେ ୪୪ତମ ଚେସ ଅଲିମ୍ପିଆଡର ଉଦଘାଟନ କରିଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।