ଦଲାଇ ଲାମାଙ୍କ ସହ ଏମିତି କଣ କଥା ହେଲେ ମୋଦି; ଚିହିଁକି ଉଠିଲା ଚୀନ

ଦଲାଇ ଲାମାଙ୍କୁ ଭାରତ ଆଶ୍ରୟ ଦେବାରେ ଚୀନ୍ ଅନେକ ଥର ଆପତ୍ତି କରିଛି। ଏଥି ମଧ୍ଯରେ ପିଏମ ମୋଦିଙ୍କ ଏକ ଟୁଇଟ ଚୀନ ଚିହିଁକି ଉଠିଛି।

ଦଲାଇ ଲାମାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି (ପ୍ରତୀକାତ୍ମକ ଛବି)

ଦଲାଇ ଲାମାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ତିବ୍ଦତୀୟ ଧାର୍ମିକ ନେତା ଦଲାଇ ଲାମା ଗତ କିଛି ବର୍ଷ ଧରି ଭାରତରେ ରହିଆସିଛନ୍ତି, ଯେଉଁଠାରୁ ସେ ନିଜର ଧର୍ମ ଓ ସଂସ୍କୃତିକୁ ସାରା ବିଶ୍ୱରେ ପ୍ରଚାର କରୁଛନ୍ତି। କିନ୍ତୁ ଚୀନ୍ ଏହାକୁ ସର୍ବଦା ବିରୋଧ କରିଆସୁଛି। ଦଲାଇ ଲାମାଙ୍କୁ ଭାରତ ଆଶ୍ରୟ ଦେବାରେ ଚୀନ୍ ଅନେକ ଥର ଆପତ୍ତି କରିଛି। ଏଥି ସହିତ ପିଏମ ମୋଦିଙ୍କ ଏକ ଟୁଇଟ ଚୀନ ଚିହିଁକି ଉଠିଛି। ବାସ୍ତବରେ, ଜୁଲାଇ ୬ ଦଲାଇ ଲାମାଙ୍କ ଜନ୍ମଦିନ ଥିଲା।  ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଥିଲେ ଯାହାକୁ ନେଇ ଚୀନ ତାତି ଉଠିଛି।

ଦଲାଇ ଲାମା ଉପରେ ପିଏମ ମୋଦିଙ୍କ ଆଭିମୁଖ୍ୟ ସମ୍ପର୍କରେ ଚୀନ୍ ମଧ୍ୟ ପରାମର୍ଶ ଦେଇଛି। ଚୀନ୍ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ତିବ୍ଦତ ହେଉଛି ଚୀନ୍‌ର ଆଭ୍ୟନ୍ତରୀଣ ପ୍ରସଙ୍ଗ।  ଏଥିରେ କୌଣସି ବାହ୍ୟ ଶକ୍ତି ଏଥିରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ଦଲାଇ ଲାମାର ଚୀନ୍ ବିରୋଧୀ ବିଚ୍ଛିନ୍ନତାବାଦୀ ପ୍ରକୃତିକୁ ଭାରତ ଚିହ୍ନିବା ଉଚିତ୍।

ତେବେ ଚୀନ୍‌ର ଏହି ଆପତ୍ତିରେ  ଭାରତ ମଧ୍ୟ ଜବାବ ଦେଇଛି। ଯେଉଁଥିରେ ଭାରତ କହିଛି ଯେ, ଆମ ପାଇଁ ଦଲାଇ ଲାମା ଜଣେ ସମ୍ମାନିତ ଅତିଥି ଭାବରେ, ସମସ୍ତେ ଏହାକୁ ଏହି ଦୃଷ୍ଟିକୋଣରୁ ଦେଖିବା ଉଚିତ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଦଲାଇ ଲାମା ଜଣେ ଧାର୍ମିକ ନେତା, ଯାହାର ବହୁ ସଂଖ୍ୟାରେ ଅନୁଗାମୀ ଅଛନ୍ତି। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ସେମାନଙ୍କୁ ମୁକ୍ତ କରାଯାଇଛି

ତିବ୍ଦତୀୟ ଧାର୍ମିକ ନେତା ଦଲାଇ ଲାମାଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦଲାଇ ଲାମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ତାଙ୍କୁ ସ୍ୱାସ୍ଥ୍ୟ କାମନା କରିଛନ୍ତି।  ପ୍ରଧାନମନ୍ତ୍ରୀ ନିଜେ କହିଛନ୍ତି ଯେ ସେ ଦଲାଇ ଲାମାଙ୍କ ସହ ଫୋନରେ କଥା ହୋଇଥିଲେ। କିନ୍ତୁ ପ୍ରତ୍ୟେକ ଥର ପରି ଏଥର ମଧ୍ୟ ଚୀନ୍ ପ୍ରଧାନମନ୍ତ୍ରୀ ମୋଦି ଓ ଦଲାଇ ଲାମାଙ୍କ ଆଲୋଚନାକୁ ବିରୋଧ କରିଛି।
Published by:Soumya Das
First published: