ଏହି ରିକ୍ସାଚ଼ାଳକଙ୍କ ଝିଅର ବାହାଘର ପାଇଁ ଆସିଲା ପ୍ରଧାନ ମନ୍ତ୍ରୀଙ୍କ ଠାରୁ ଶୁଭେଚ୍ଛା ପତ୍ର

ନିଜ ଝିଅର ବାହାଘର ତାରିଖ ଠିକ୍ ହେବା ପରେ ରିକ୍ସାଚ଼ାଳକ ଜଣକ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିମନ୍ତ୍ରଣ ପଠାଇଥିଲେ । ଜବାବ ମିଳିବା ନେଇ ସେତେଟା ଆଶା ମଧ୍ୟ ରଖି ନ ଥିଲେ । ହେଲେ ମୋଦି ନିଜ ପକ୍ଷରୁ ଚ଼ିଠି ଲେଖି ବଧାଇ ଦେବା ଯୋଗୁଁ ବାହାଘରର ମଜା ଆହୁରି ଅଧିକ ହୋଇଯାଇଥିଲା ।

ଏହି ରିକ୍ସାଚ଼ାଳକଙ୍କ ଝିଅର ବାହାଘର ପାଇଁ ଆସିଲା ପ୍ରଧାନ ମନ୍ତ୍ରୀଙ୍କ ଠାରୁ ଶୁଭେଚ୍ଛା ପତ୍ର
ରିକ୍ସାଚ଼ାଳକ ମଙ୍ଗଳ କେୱଟଙ୍କ ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତା ଦେଖାଉଛନ୍ତି ।
  • News18 Odia
  • Last Updated: February 16, 2020, 6:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାରାଣସୀ: ଉତ୍ତର ପ୍ରଦେଶର ପ୍ରମୁଖ ଆଧ୍ୟାତ୍ମିକ ନଗରୀ ବାରାଣସୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ ସଭା ନିର୍ବାଚ଼ନ ମଣ୍ଡଳୀ । ସେଠାରେ ଜଣେ ରିକ୍ସା ବାଲାଙ୍କ ଝିଅର ବାହାଘର ହେଉଥିବା ଜାଣି ସେ ବିବାହ ପାଇଁ ପତ୍ର ଲେଖି ଶୁଭେଚ୍ଛା ଜଣାଇଥିଲେ ମୋଦି ।

ରିକ୍ସାଚ଼ାଳକ ମଙ୍ଗଳ କେୱଟଙ୍କ ପାଖରେ ପ୍ରଧାନ ମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିବା ପରେ ଗଙ୍ଗା ନଦୀ କୂଳରେ ଅବସ୍ଥିତ ତାଙ୍କ ଗାଁ ଡୋମରୀ ଖୁସିରେ ଝୁମି ଉଠିଥିଲା । ନିଜ ଝିଅର ବାହାଘର ତାରିଖ ଠିକ୍‌ ହେବା ପରେ ରିକ୍ସାଚ଼ାଳକ ଜଣକ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିମନ୍ତ୍ରଣ ପଠାଇଥିଲେ । ଜବାବ ମିଳିବା ନେଇ ସେତେଟା ଆଶା ମଧ୍ୟ ରଖି ନ ଥିଲେ । ହେଲେ ନିଜେ ପ୍ରଧାନ ମନ୍ତ୍ରୀ ମୋଦି ନିଜ ପକ୍ଷରୁ ଚ଼ିଠି ଲେଖି ବଧାଇ ଦେବା ଯୋଗୁଁ ବାହାଘରର ମଜା ଆହୁରି ଅଧିକ ହୋଇଯାଇଥିଲା ।

ରିକ୍ସା ଚଳାଇ ନିଜ ପରିବାର ପ୍ରତିପୋଷଣ କରୁଥିବା କେୱଟଙ୍କ ଝିଅର ବାହାଘର ଫେବୃଆରୀ ୧୩ରେ ଧୁମ୍‌ ଧାମ୍‌ ରେ ହେଲା । ଭୋଜିକୁ ଆସିଥିବା ପ୍ରାୟ ସବୁ ଅତିଥିଙ୍କୁ କେୱଟ ପ୍ରଧାନ ମନ୍ତ୍ରୀଙ୍କ ପାଖରୁ ଆସିଥିବା ଶୁଭେଚ୍ଛାଭରା ପତ୍ରଟି ଦେଖାଉଥିଲେ ।

କେୱଟଙ୍କ ପରିବାରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଲୋକପ୍ରିୟତା ଆଗରୁ ରହିଛି । ତାଙ୍କ ଘର କାନ୍ଥରେ ଲାଗିଛି ମୋଦିଙ୍କ ଫଟୋ । ଆଉ ଗୋଟେ ଫଟୋକୁ ଟିକେ ଭଲ କରି ନିରୀକ୍ଷଣ କରି ଦେଖିଲେ ଜଣାପଡ଼ିବ ଯେ ତାହା ଜଣେ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଉଥିବାର ଫଟୋ । ସେ ବ୍ୟକ୍ତି ହେଉଛନ୍ତି ଏ ଘରର ମୁଖିଆ – ମଙ୍ଗଳ କେୱଟ ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସଂସଦୀୟ କ୍ଷେତ୍ର ବାରାଣସୀର ଡୋମରୀ ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଛନ୍ତି । ଆଉ ଗାଁରେ ମଙ୍ଗଳ କେୱଟ ନିଜ ପୂରା ପରିବାର ସହ ରହନ୍ତି । କଷ୍ଟରେ ଉପାର୍ଜନ କରି ନିଜ ପରିବାର ପୋଷଣ କରନ୍ତି ।

ମଙ୍ଗଳ କେୱଟ ଜଣେ ଗଙ୍ଗା ଭକ୍ତ । ନିଜ ରୋଜଗାରର ଏକ ବଡ଼ ଅଂଶ ସେ ଗଙ୍ଗା ନଦୀର ପୂଜାପାଠ ସହ ଦାନ ପାଇଁ ଖର୍ଚ୍ଚ କରିଥାନ୍ତି । କେବଳ ସେତିକି ନୁହେଁ, ମଙ୍ଗଳ ସ୍ବଚ୍ଛ ଭାରତ ଅଭିଯାନରେ ସକ୍ରିୟ ଭାବେ ଭାଗ ନେଇ ଆସୁଛନ୍ତି । ମୋଦି ବିଜେପିର ସଦସ୍ୟତା ଅଭିଯାନ ଅବସରରେ କେବଟଙ୍କୁ ଦଳର ସଦସ୍ୟ ଭାବେ ନାମାଙ୍କିତ କରିଥିଲେ ।
First published: February 16, 2020, 6:36 PM IST