ପ୍ରଧାନମନ୍ତ୍ରୀଙ୍କ ବିମାନ ସାମ୍ନାକୁ କଳା ବେଳୁନ ଛାଡ଼ିବା ଘଟଣା (ପ୍ରତୀକାତ୍ମକ ଛବି)
News18 Odia Digital
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆନ୍ଧ୍ରପ୍ରଦେଶ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାର ଏକ ମାମଲା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀଙ୍କ ଦୁଇଟି ହେଲିକପ୍ଟର ବିଜୟୱାଡାର ଗାନ୍ନାଭରମ ବିମାନବନ୍ଦରରୁ ଉଡାଣ ଭରିଥିଲା। ଏହି ସମୟରେ କଂଗ୍ରେସ କର୍ମୀମାନେ ବିମାନବନ୍ଦର ନିକଟରେ ଅବସ୍ଥିତ ଏକ ନିର୍ମାଣାଧୀନ କୋଠା ଛାତରୁ କଳା ବେଲୁନ୍ ଛାଡିଥିଲେ। ସେମାନେ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରୁଥିଲେ।
ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଏହି ଲୋକମାନେ ବେଲୁନ୍ ସହିତ ପୋଷ୍ଟର ମଧ୍ୟ ବାନ୍ଧିଥିଲେ। ବିମାନବନ୍ଦର ନିକଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଏସପି ସିଦ୍ଧାର୍ଥ କୁଶଲ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଉଡ଼ିବା ମାତ୍ରେ ଏହି ବ୍ୟକ୍ତିମାନେ ବେଲୁନଗୁଡ଼ିକୁ ଆକାଶକୁ ଛାଡ଼ି ଥିଲେ।
ସ୍ୱାଧୀନତା ସଂଗ୍ରାମୀ ଅଲୁରି ସୀତାରାମ ରାଜୁଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆନ୍ଧ୍ରପ୍ରଦେଶରେ ପହଞ୍ଚିଥିଲେ। ଏହି ଅବସରରେ ସେ ରାଜୁଙ୍କ ୩୦ ଫୁଟ ଉଚ୍ଚର ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।