ନେହେରୁ ଆରମ୍ଭ କରିଥିବା କାମ ମୁଁ ଆସିବା ପରେ ଶେଷ ହୋଇଛି: ମୋଦି

"ବହୁ ବର୍ଷ ଧରି ସହରୀ ନକ୍ସଲ୍‌ମାନେ ‘ସର୍ଦ୍ଦାର ସରୋବର ଡ୍ୟାମ୍‌’ ନିର୍ମାଣ ବନ୍ଦ କରାଇଥିଲେ । ନେହେରୁ ଜିଙ୍କ ସମୟରେ ଆରମ୍ଭ ହୋଇଥିବା କାମ ଏବେ ଶେଷ ହୋଇଛି।"

ନରେନ୍ଦ୍ର ମୋଦି (ପ୍ରତୀକାତ୍ମକ ଛବି)

ନରେନ୍ଦ୍ର ମୋଦି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ନେହେରୁ ଜିଙ୍କ ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟ ମୋ ଆସିବା ପରେ ଶେଷ ହୋଇଛି। ସର୍ଦ୍ଦାର ସରୋବର ଡ୍ୟାମ ନିର୍ମାଣକୁ ନେଇ ଏପର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଆଜି ବିଭିନ୍ନ ରାଜ୍ୟର ପରିବେଶ ମନ୍ତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି। ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ସର୍ଦ୍ଦାର ସରୋବର ଡ୍ୟାମର ଉଦଘାଟନ କରିଥିଲେ। ଭିତ୍ତି ପ୍ରସ୍ତର ସ୍ଥାପନ କଲେ, କିନ୍ତୁ ସମସ୍ତ ସହରୀ ନକ୍ସଲମାନେ ମଇଦାନକୁ ଆସିଗଲେ। ଏହା ଏକ ପରିବେଶ ବିରୋଧୀ ଅଭିଯାନ କହି ଏହାକୁ ବାରମ୍ବାର ବନ୍ଦ କରିଦିଆଯାଇଥିଲା।

ଆଜିର ନୂଆ ଭାରତ ନୂତନ ଚିନ୍ତାଧାରା ଓ ନୂତନ ଆଭିମୁଖ୍ୟ ସହିତ ଆଗକୁ ବଢୁଛି।  ଆଜି ଭାରତ ଏକ ଦ୍ରୁତ ବିକାଶଶୀଳ ଅର୍ଥନୀତି ଓ କ୍ରମାଗତ ଭାବରେ ଏହାର ଅର୍ଥନୀତିକୁ ମଜବୁତ କରୁଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପରିବେଶ ମଞ୍ଜୁର ନାମରେ ଦେଶରେ ଆଧୁନିକ ଭିତ୍ତିଭୂମି ନିର୍ମାଣ କିପରି ଜଟିଳ ହୋଇଛି ତାହା ଆମେ ଦେଖିଛୁ ବୋଲ କହିଛନ୍ତି ପିଏମ୍।

ଦେଶର ଏକୀକରଣରେ ସର୍ଦ୍ଦାର ପଟେଲଙ୍କ ପ୍ରମୁଖ ଭୂମିକା ବାବଦରେ ବର୍ଣ୍ଣନା କରି ମୋଦି କହିଛନ୍ତି ଯେଉଁଠାରେ ଆପଣ ଏକତା ନଗରରେ ବସିଛନ୍ତି ଏହା ଏକ ଉଦାହରଣ। ସହରୀ ନକ୍ସଲମାନେ, ବିକାଶ ବିରୋଧୀମାନେ ଏତେ ବଡ଼ ପ୍ରକଳ୍ପ ସର୍ଦ୍ଦାର ସରୋବର ଡ୍ୟାମକୁ କିପରି ଅଟକାଇ ରଖିଥିଲେ। ଦେଶ ସ୍ୱାଧୀନ ହେବା ପରେ ଏହାର ମୂଳଦୁଆ ପକାଯାଇଥିଲା।

ସମସ୍ତ ପ୍ରକାର ପରିବେଶ କ୍ଲିୟରାନ୍ସ ପାଇଁ ପରିବେଶ ପୋର୍ଟାଲ ହେଉଛି ଏକକ ୱିଣ୍ଡୋ ସିଷ୍ଟମ। ଏହା ପୂର୍ବରୁ କ୍ଲିୟରାନ୍ସ ପାଇବା ପାଇଁ ୬୦୦ଦିନରୁ ଅଧିକ ସମୟ ଲାଗୁଥିଲା। ଆଜି କାମ ମାତ୍ର ୭୫ ଦିନରେ ଶେଷ ହେଉଛି। ପରିବେଶ ମଞ୍ଜୁରୀ ଦେବାରେ ମଧ୍ୟ ଏହି ନିୟମକୁ ବିଚାରକୁ ନିଆଯାଏ ଓ ସେହି ଅଞ୍ଚଳର ଲୋକମାନଙ୍କର ବିକାଶ ମଧ୍ୟ ଯତ୍ନ ନିଆଯାଏ ବୋଲି ଅଭିଭାଷଣରେ କହିଛନ୍ତି ମୋଦି।
Published by:Soumya Das
First published: