News 18 Odia Digital
ନୂଆଦିଲ୍ଲୀ: କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ର ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀଙ୍କ ଉପରେ ବର୍ଷିଛନ୍ତି କରିଛନ୍ତି । ଦୁର୍ନୀତିଗ୍ରସ୍ତଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆମେ ଦେଖିଛୁ ଯେ ଜେଲରେ ଦଣ୍ଡିତ ହେବା ଓ ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣିତ ହୋଇଥିଲେ ମଧ୍ୟ ଅନେକ ଥର ଦୁର୍ନୀତିଗ୍ରସ୍ତଙ୍କ ଗୌରବ ଗାନ କରାଯାଇଛି । ସେ କହିଛନ୍ତି ଯେ ମୁଁ ଦେଖୁଛି ଯେଉଁମାନେ ସଚ୍ଚୋଟତାର ମୁଖା ପିନ୍ଧିଛନ୍ତି , ସେମାନେ ଏହି ବ୍ୟକ୍ତିଙ୍କ ସହ ଫଟୋ ଉଠାଇବାକୁ ମଧ୍ୟ ଲଜ୍ଜିତ ନୁହଁନ୍ତି ।
ANI ଅନୁଯାୟୀ, ଭିଜିଲାନ୍ସ ସଚେତନତା ସପ୍ତାହରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି ପରିସ୍ଥିତି ଭାରତୀୟ ସମାଜ ପାଇଁ ଭଲ ନୁହେଁ । ଆଜି ମଧ୍ୟ କିଛି ଲୋକ ଦୁର୍ନୀତିଗ୍ରସ୍ତଙ୍କ ସପକ୍ଷରେ ଭିନ୍ନ ଯୁକ୍ତି ବାଢ଼ନ୍ତି ଯେଉଁମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବର୍ତ୍ତମାନ ଦୁର୍ନୀତିଗ୍ରସ୍ତଙ୍କୁ ସମ୍ମାନ ଦେବା ପାଇଁ ଓକିଲାତି କରାଯାଉଛି । ସମାଜ ଦ୍ୱାରା ଏହିପରି ଶକ୍ତି ଏବଂ ଏହିପରି ଲୋକଙ୍କୁ କର୍ତ୍ତବ୍ୟର ବିଷୟରେ ସୂଚାଇବା ଅତ୍ୟନ୍ତ ଆବଶ୍ୟକ । ଏଥିରେ ମଧ୍ୟ ସିଭିସି ଦ୍ୱାରା ନିଆଯାଇଥିବା ଠୋସ୍ କାର୍ଯ୍ୟର ଏକ ବଡ଼ ଭୂମିକା ରହିଛି ।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଆହୁରି ମଧ୍ୟ କହିଛନ୍ତି ଯେଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସିଭିସି ଭଳି ସଂଗଠନ ଓ ଏଜେନ୍ସି ଗୁଡ଼ିକ ପ୍ରତିରକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଯେଉଁମାନେ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ସେମାନେ ଦୋଷୀ ହୋଇ ବଞ୍ଚିବା ଆବଶ୍ୟକ ନାହିଁ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ସିଭିସି ପରି ଅନୁଷ୍ଠାନମାନେ ନିଜକୁ ଦୃଢ଼ ରଖିବା ଉଚିତ ଓ ଏହିପରି ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଚେତନତା ସୃଷ୍ଟି କରିବା ଉଚିତ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।