G20 ଶିଖର ସମ୍ମିଳନୀରେ PM Modi କହିଲେ - ଜଳବାୟୁ ପରିବର୍ତ୍ତନ ବିରୋଧରେ ମିଳିତ ଭାବେ ଲଢ଼ିବାକୁ ହେବ

G20 Summit: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି୨୦ ଶିଖର ସମ୍ମିଳନୀରେ କହିଲେ ଯେ ଜଳବାୟୁ ପରିବର୍ତ୍ତନ ବିରୋଧରେ ଯୁଦ୍ଧ ବନ୍ଦ ଦ୍ୱାର ପଛରେ ନୁହେଁ ବରଂ ଏକଜୁଟ ହୋଇ ଲଢ଼ିବା ଜରୁରୀ ଅଟେ ।

G20 ଶିଖର ସମ୍ମିଳନୀରେ PM Modi କହିଲେ - ଜଳବାୟୁ ପରିବର୍ତ୍ତନ ବିରୋଧରେ ମିଳିତ ଭାବେ ଲଢ଼ିବାକୁ ହେବ
ଜି -20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କଲେ
  • News18 Odia
  • Last Updated: November 22, 2020, 8:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ରବିବାର ଦିନ ୧୫ତମ ଜି୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ପ୍ରଧାନ ମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ ଜଳବାୟୁ ପରିବର୍ତ୍ତନ (Climate Change) ସମେତ ପରିବେଶ ଭଳି ଅନେକ ପ୍ରସଙ୍ଗରେ ନିଜର ମତ ଦେଇଛନ୍ତି । ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବା ଉପରେ ମଧ୍ୟ ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ କେବଳ ବନ୍ଦ ଦ୍ୱାର ପଛରେ ନୁହେଁ ବରଂ ଏକୀକୃତ, ବ୍ୟାପକ ଓ ସାମଗ୍ରିକ ଢଙ୍ଗରେ ଲଢାଯିବା ଉଚିତ ।

ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି, "ବର୍ଷ ୨୦୩୦ ସୁଦ୍ଧା ଆମେ ୨୬ ନିୟୁତ ହେକ୍ଟର ଅବନତି ହୋଇଥିବା ଜମିକୁ ସଂଶୋଧନ କରିବାର ଲକ୍ଷ୍ୟ ସ୍ଥିର କରିଛୁ । ଆମେ ଏକ ବୃତ୍ତାକାର ଅର୍ଥନୀତିକୁ ଉତ୍ସାହିତ କରୁଛୁ ।'' ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ପରିବେଶ ସହିତ ସୁସମ୍ପର୍କରେ ବଞ୍ଚିବାର ପାରମ୍ପାରିକ ନୈତିକତା ପ୍ରତି ମୋର ସରକାରଙ୍କ ପ୍ରତିବଦ୍ଧତା ହେତୁ ଭାରତ ସ୍ୱଳ୍ପ ଅଙ୍ଗାରକାମ୍ଳ ଓ ଜଳବାୟୁ-ସ୍ଥିର ବିକାଶ ଅଭ୍ୟାସ ଗ୍ରହଣ କରିଛି । ଭାରତ କେବଳ ଆମର ପ୍ୟାରିସ୍ ଚୁକ୍ତିନାମା (Paris Agreements) ଗୁଡିକର ଲକ୍ଷ୍ୟ ପୂରଣ କରୁନାହିଁ ବରଂ ଏହା ଆଗରେ ମଧ୍ୟ ଅଛି ।

ସୌର ଶକ୍ତିର ମହତ୍ତ୍ୱ ବିଷୟରେ ମୋଦୀ କହିଛନ୍ତି ଯେ ଦ୍ରୁତ ଗତିରେ ବଢୁଥିବା ଆନ୍ତର୍ଜାତୀୟ ସଂଗଠନ ମଧ୍ୟରୁ ଆନ୍ତର୍ଜାତୀୟ ସୌର ଆଲାଇନ୍ସ ଅନ୍ୟତମ । ଆମେ କୋଟି କୋଟି ଟଙ୍କା ସଂଗ୍ରହ କରିବାକୁ, ହଜାର ହଜାର ହିତାଧିକାରୀଙ୍କୁ ତାଲିମ ଦେବା ଓ ଅକ୍ଷୟ ଶକ୍ତିରେ ଗବେଷଣା ଓ ବିକାଶକୁ ପ୍ରୋତ୍ସାହିତ କରିବାକୁ ଯୋଜନା କରୁଛୁ । କାର୍ବନ ଫୁଟ୍ ପ୍ରିଣ୍ଟ ହ୍ରାସ କରିବାରେ ISA ସହଯୋଗ କରିବ ବୋଲି ସେ କହିଛନ୍ତି । ଜି୨୦ ର ବର୍ତ୍ତମାନର ଅଧକ୍ଷ ସାଉଦି ଆରବ । କରୋନା ଭୂତାଣୁ କାରଣରୁ ଚଳିତ ବର୍ଷର ଶିଖର ସମ୍ମିଳନୀ ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହେଉଛି ।

ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେଉଛି ଜି୨୦ ଗୋଷ୍ଠୀର ସଦସ୍ୟ
ଜି୨୦ ଗୋଷ୍ଠୀରେ ବିଶ୍ୱର ବୃହତ୍ତମ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଅନ୍ତର୍ଭୁକ୍ତ । ଏହି ଦେଶଗୁଡିକ ବିଶ୍ୱ GDP ର ଜିଡିପିର ୮୫ ପ୍ରତିଶତ ଓ ବିଶ୍ୱ ଜନସଂଖ୍ୟାର ଦୁଇ ତୃତୀୟାଂଶ ଯୋଗଦାନ କରନ୍ତି । ଏକ ଶକ୍ତିଶାଳୀ ଗୋଷ୍ଠୀର ଏହି ଶିଖର ସମ୍ମିଳନୀ ୧୯୩୦ ମସିହାର ମହାବାତ୍ୟା ପରେ ସବୁଠାରୁ ଖରାପ ବିଶ୍ୱ ଅର୍ଥନୀତି ମଧ୍ୟରେ ଚାଲିଛି । ମାର୍ଚ୍ଚରେ ଏକ ଭର୍ଚୁଆଲ୍ ଶିଖର ସମ୍ମିଳନୀ ପରେ ଜି୨୦ ମହାମାରୀର ପ୍ରଭାବକୁ ହ୍ରାସ କରିବା ପାଇଁ ବିଶ୍ୱ ଅର୍ଥନୀତିରେ ପାଞ୍ଚ ହଜାର ବିଲିୟନ ଡଲାରରୁ ଅଧିକ ବିନିଯୋଗ କରିବାକୁ ଘୋଷଣା କରିଥିଲା ।

ବହୁ ପ୍ରତୀକ୍ଷିତ ଏହି ସମ୍ମିଳନୀରେ ବ୍ରିଟିଶ ପ୍ରଧା ନମନ୍ତ୍ରୀ ବୋରିସ୍ ଜନସନ, ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାପାନର ପ୍ରଧାନ ମନ୍ତ୍ରୀ ୟୋଶିହିଦା ସୁଗା, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ଜର୍ମାନୀର ଚାନ୍ସେଲର ଆଞ୍ଜେଲା ମର୍କେଲ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଓ ଦଳର ଅନ୍ୟ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ।
Published by: Jagdish Barik
First published: November 22, 2020, 8:11 PM IST
corona virus btn
corona virus btn
Loading