କଂଗ୍ରେସକୁ ଟାର୍ଗେଟ କଲେ PM ମୋଦି; କହିଲେ କଳା ଯାଦୁ କରିବାର ପ୍ରୟାସ

PM Modi On Congress Protest: କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେମାନେ ଭାବନ୍ତି ଯେ କଳା ପୋଷାକ ପିନ୍ଧି ସେମାନଙ୍କର ନିରାଶା ଓ ହତାଶ ଅବଧି ଶେଷ ହେବ।

କଂଗ୍ରେସକୁ ଟାର୍ଗେଟ କଲେ PM ମୋଦି

କଂଗ୍ରେସକୁ ଟାର୍ଗେଟ କଲେ PM ମୋଦି

  • Share this:
News18 Odia Digital

PM Modi On Congress Protest: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ଏକ ବଡ଼ ଆକ୍ରମଣ କରି କହିଛନ୍ତି ଯେ ଆମ ଦେଶରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନକାରାତ୍ମକତାର ଘୂର୍ଣ୍ଣିବଳୟରେ ଫସି ରହି ନିରାଶାରେ ବୁଡି ରହିଛନ୍ତି।

ସେ କହିଛନ୍ତି ଯେ ସରକାରଙ୍କ ବିରୋଧରେ ମିଥ୍ୟା କହିବା ପରେ ମଧ୍ୟ ଜନ ଜନାର୍ଦ୍ଦନ ଏଭଳି ଲୋକଙ୍କ ଉପରେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଏହିପରି ହତାଶାରେ, ଏହି ଲୋକ ବର୍ତ୍ତମାନ କଳା ଯାଦୁ ଆଡକୁ ମୁହାଁଇଥିବାର ମଧ୍ୟ ଦେଖାଯାଉଛି।

ସେ ଆହୁରି କହିଛନ୍ତି ଯେ ଆମେ ବର୍ତ୍ତମାନ ଅଗଷ୍ଟ ୫ରେ ଦେଖିଛୁ କିପରି କଳା ଯାଦୁ ବିସ୍ତାର କରିବାର ପ୍ରୟାସ କରାଯାଇଥିଲା। ଏହି ଲୋକମାନେ ଭାବନ୍ତି ଯେ କଳା ପୋଷାକ ପିନ୍ଧି ସେମାନଙ୍କର ନିରାଶା ଓ ହତାଶର ଅବଧି ଶେଷ ହେବ। କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ସେମାନେ ଯେତେ କଳା ଯାଦୁ କରନ୍ତୁ କିମ୍ବା ଅନ୍ଧବିଶ୍ୱାସରେ ବିଶ୍ବାସ କରନ୍ତୁ, ସେମାନଙ୍କ ଉପରେ ଜନସାଧାରଣଙ୍କ ବିଶ୍ୱାସ ଆଉ ନିର୍ମାଣ ହେବ ନାହିଁ।

ପ୍ରକାଶ ଥାଉକି ଅଗଷ୍ଟ ୫ରେ କଂଗ୍ରେସ ମୁଦ୍ରାସ୍ଫୀତି ବିରୋଧରେ ପ୍ରଦର୍ଶନ କରିଥିଲା। ଏହି ସମୟରେ କଂଗ୍ରେସ ନେତାମାନେ କଳା ପୋଷାକ ପିନ୍ଧିଥିଲେ। ଦିଲ୍ଲୀର ସଂସଦ ନିକଟରେ ବିରୋଧ କରୁଥିବା କଂଗ୍ରେସ ନେତାମାନଙ୍କୁ ପୋଲିସ ଗିରଫ କରିଥିଲା।

ଅମୃତ ମହୋତ୍ସବ ବିଷୟରେ ଆଲୋଚନା

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘‘ଆଜି ଯେତେବେଳେ ଅମୃତ ମହୋତ୍ସବରେ ଦେଶ ତ୍ରିରଙ୍ଗାର ରଙ୍ଗରେ ରଙ୍ଗି ଯାଇଛି, ସେତେବେଳେ ଏପରି କିଛି ଘଟିଛି ଯାହା ଆଡକୁ ମୁଁ ଦେଶର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି। ଏହି ପବିତ୍ର ଉତ୍ସବକୁ ବଦନାମ କରିବାକୁ, ଆମର ସାହସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅପମାନିତ କରିବାକୁ ଚେଷ୍ଟା କରାଯାଇଛି। ଦେଶରେ ଏପରି ଲୋକଙ୍କ ମାନସିକତା ମଧ୍ୟ ବୁଝିବା ଜରୁରୀ।’’

ମୋଦି ନାମ ନ ନେଇ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଯଦି ରାଜନୀତିରେ ସ୍ୱାର୍ଥପରତା ଅଛି, ତେବେ କେହି ଆସି ମାଗଣା ପେଟ୍ରୋଲ ଓ ଡିଜେଲ ଦେବାକୁ ଘୋଷଣା କରିପାରିବେ। ଏହିପରି ପଦକ୍ଷେପ ଆମ ପିଲାମାନଙ୍କ ଠାରୁ ସେମାନଙ୍କର ଅଧିକାର ଛଡ଼ାଇ ନେବ, ଦେଶକୁ ଆତ୍ମନିର୍ଭରଶୀଳ ହେବାକୁ ରୋକିବ। ଏହିପରି ସ୍ୱାର୍ଥପର ନୀତି ସହିତ ଦେଶର ସଚ୍ଚୋଟ ଟିକସଦାତାଙ୍କ ଭାର ମଧ୍ୟ ବୃଦ୍ଧି ପାଇବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହରିୟାଣାର ପାନିପଥ ଠାରେ ଦ୍ୱିତୀୟ ପିଢ଼ି (2G) ଇଥାନଲ କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି।
Published by:Lipina Das
First published: