ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ; ୧୫ ଅଗଷ୍ଟ ଯାଏ ପ୍ରୋଫାଇଲରେ ରଖନ୍ତୁ ତ୍ରିରଙ୍ଗା

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏଥର 'ମନ କି ବାତ୍' ଅତ୍ୟନ୍ତ ସ୍ୱତନ୍ତ୍ର । ଏହାର କାରଣ ହେଉଛି, ସ୍ୱାଧୀନତା ଦିବସର ପାଳନ କରିବାର ସମୟ ଆସିଛି ।

ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ; ପ୍ରୋଫାଇଲରେ ରଖନ୍ତୁ ତ୍ରିରଙ୍ଗା

ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ; ପ୍ରୋଫାଇଲରେ ରଖନ୍ତୁ ତ୍ରିରଙ୍ଗା

  • Share this:
News 18 Odia Digital

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଥମେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ମନ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହ ଯୋଡ଼ି ହୋଇଛନ୍ତି । ଏଥର ପିଏମ ମୋଦି ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ବିଷୟରେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏଥର 'ମନ କି ବାତ୍' ଅତ୍ୟନ୍ତ ସ୍ୱତନ୍ତ୍ର । ଏହାର କାରଣ ହେଉଛି, ସ୍ୱାଧୀନତା ଦିବସର ପାଳନ କରିବାର ସମୟ ଆସିଛି । ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବ । ଆମେ ସମସ୍ତେ ଏକ ଅଦ୍ଭୁତ ଏବଂ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛେ । ୩୧ ଜୁଲାଇ ଅର୍ଥାତ୍ ଆଜିର ଦିନରେ, ଆମେ ସମସ୍ତ ଦେଶବାସୀ, ସହିଦ ଉଦ୍ଧବ ସିଂଙ୍କର ବଳିଦାନ ପାଇଁ ପ୍ରଣାମ କରୁଛୁ । ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅନ୍ୟ ସମସ୍ତ ମହାନ ବିପ୍ଳବୀଙ୍କୁ ମୁଁ ମୋର ନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି , ଏହା ଦେଖି ମତେ ବହୁତ ଖୁସି ଲାଗୁଛି କି ଆଜାଦିକା ଅମୃତ ମହୋତ୍ସବ ଏକ ଜନ ଆନ୍ଦୋଳନର ରୂପ ନେଲାଣି। ବିଭିନ୍ନ ବର୍ଗର ତଥା ସମାଜର ପ୍ରତ୍ୟେକ ବିଭାଗର ଲୋକମାନେ ଏହା ସହ ଜଡିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଆଜାଦିକା ଅମୃତ ମହୋତ୍ସବ ଅବସରରେ, ୧୩ ରୁ ୧୫ ଅଗଷ୍ଟ ମଧ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ହର ଘର ତିରଙ୍ଗା' ଆୟୋଜିତ ହେଉଛି । ଏହି କାର୍ଯ୍ୟକ୍ରମର ଏକ ଅଂଶ ହୋଇ, ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ, ଆପଣ ନିଜ ଘରେ ନିଶ୍ଚିତ ଭାବରେ ତ୍ରିରଙ୍ଗା ଉଡ଼ାନ୍ତୁ , କିମ୍ବା ଏହାକୁ ନିଜ ଘରେ ଲଗାନ୍ତୁ । ଅଗଷ୍ଟ ୨ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ, ଆମେ ସମସ୍ତେ ଆମ ସୋସିଆଲ୍ ମିଡିଆ ପ୍ରୋଫାଇଲ୍ ଛବିରେ ତ୍ରିରଙ୍ଗା ରଖିପାରିବା ।

ମନ କି ବାତ କାର୍ଯ୍ୟକ୍ରମରେ ପିଏମ ମୋଦି ପିଙ୍ଗଲି ଭେଙ୍କେୟାଙ୍କୁ ମନେ ପକାଇ ଥିଲେ । ସେ କହିଛନ୍ତି, “୨ ଅଗଷ୍ଟ ହେଉଛି ପିଙ୍ଗଲି ଭେଙ୍କେୟାଙ୍କର ଜନ୍ମ ବାର୍ଷିକୀ ଯିଏକି ଆମର ଜାତୀୟ ପତାକା ପ୍ରସ୍ତୁତ କରିଥିଲେ । ମୁଁ ତାଙ୍କୁ ସମ୍ମାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । କରୋନା ବିରୋଧରେ ଆୟୁଷ ବିଶ୍ୱ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବିଶ୍ୱରେ ଆୟୁର୍ବେଦ ଏବଂ ଭାରତୀୟ ଔଷଧ ପ୍ରତି ଆକର୍ଷଣ ବଢୁଛି । ନିକଟରେ ଏକ ଗ୍ଲୋବାଲ୍ ଆୟୁଷ ନିବେଶ ଏବଂ ଇନୋଭେସନ୍ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଗ୍ରହଣ କରାଯାଇଛି। ଜୁଲାଇ ମାସରେ ଇଣ୍ଡିଆନ୍ ଭର୍ଚୁଆଲ୍ ହରବାରିୟମ୍ ଲଞ୍ଚ କରାଯାଇଥିଲା । ଆମର ପ୍ରତ୍ୟେକ ଜିନିଷ ସହିତ ସଂଯୋଗ କରିବାକୁ ଆମେ କିପରି ଡିଜିଟାଲ୍ ଦୁନିଆର ବ୍ୟବହାର କରିପାରିବା ଏହା ମଧ୍ୟ ଏକ ଉଦାହରଣ ।

କୃଷକ ଏବଂ ସ୍ଥାନୀୟ ମେଳା ବିଷୟରେ କହିଛନ୍ତି ମୋଦି

କୃଷକମାନଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମହୁର ମଧୁରତା ଆମ ଚାଷୀଙ୍କ ଜୀବନକୁ ବଦଳାଇ ସେମାନଙ୍କ ଆୟ ବଢ଼ାଉଛି । ମହୁ, କେବଳ ଆମକୁ ସ୍ୱାଦ ଦେଇନଥାଏ, ବରଂ ସ୍ୱାସ୍ଥ୍ୟ ମଧ୍ୟ ଦେଇଥାଏ । ଆଜି ମହୁ ଉତ୍ପାଦନରେ ଏତେ ସମ୍ଭାବନା ଅଛି ଯେ ବୃତ୍ତିଗତ ଅଧ୍ୟୟନ କରୁଥିବା ଯୁବକମାନେ ମଧ୍ୟ ଏହାକୁ ସ୍ବରୋଜଗାର ଭାବେ ବାଛି ନେଉଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଦେଶରେ ମେଳାର ମଧ୍ୟ ସାଂସ୍କୃତିକ ମହତ୍ତ୍ୱ ରହିଛି । ମେଳା ଉଭୟ ଜନ ଏବଂ ମନକୁ ଯୋଡ଼ି ରଖିଥାଏ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମର ଯୁବକ, ଷ୍ଟାର୍ଟ-ଅପ୍ ଏବଂ ଉଦ୍ୟୋଗୀମାନଙ୍କ ସହାୟତାରେ, ଆମର ଖେଳନା ଶିଳ୍ପ ଯାହା କରିଦେଖାଇଛି, ଯେଉଁ ସଫଳତା ହାସଲ କରିଛି , କେହି କଳ୍ପନା କରିନଥିବେ । ଆଜି ଯେତେବେଳେ ଭାରତୀୟ ଖେଳନା କଥା ଆସେ, ଭୋକାଲ୍ ଫର୍ ଲୋକାଲ୍ ର ଶଦ୍ଦ ସବୁଆଡେ ଶୁଣାଯାଏ । ଖେଳାଳି ଏବଂ ଛାତ୍ରମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଆଜି ଆମର ଯୁବକମାନେ, ପ୍ରତ୍ୟେକ କ୍ଷେତ୍ରରେ, ଦେଶକୁ ଗର୍ବିତ କରୁଛନ୍ତି । ଏହି ମାସରେ, ପିଭି ସିନ୍ଧୁ ସିଙ୍ଗାପୁର ଓପନର ପ୍ରଥମ ଟାଇଟଲ୍ ଜିତିଛନ୍ତି । ନିଜର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖି ନୀରଜ ଚୋପ୍ରା ମଧ୍ୟ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି ।

ଚେନ୍ନାଇରେ ୪୪ ତମ ଚେସ୍ ଅଲିମ୍ପିଆଡ୍ ଆୟୋଜନ କରିବା ମଧ୍ୟ ଭାରତ ପାଇଁ ଏକ ଗୌରବର ବିଷୟ । ଏହି ଟୁର୍ଣ୍ଣାମେଣ୍ଟ ୨୮ ଜୁଲାଇରୁ ଆରମ୍ଭ ହୋଇଥିବାବେଳେ ମୁଁ ଉଦଘାଟନୀ ସମାରୋହରେ ଯୋଗଦେବାର ସଭାଗ୍ୟ ପାଇଛି। କିଛି ଦିନ ପୂର୍ବରୁ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଫଳାଫଳ ମଧ୍ୟ ସାରା ଦେଶରେ ଘୋଷିତ ହୋଇଛି, ମୁଁ ସେହି ସମସ୍ତ ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଉଛି ଯେଉଁମାନେ ସେମାନଙ୍କର ପରିଶ୍ରମ ଏବଂ ନିଷ୍ଠା ସହିତ ସଫଳତା ହାସଲ କରିଛନ୍ତି ।
Published by:Soubhagya Mishra
First published: