ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- News18 Odia
- Last Updated :
- New Delhi, India
News 18 Odia Digital
PM Modi in Maharashtra: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi) କାଲି (ଜାନୁଆରୀ ୧୯) ରେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର(Maharashtra) ଗସ୍ତ କରିବେ ଯେଉଁଥିରେ ସେ ଉଭୟ ରାଜ୍ୟରେ ପ୍ରାୟ ୪୯,୬୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଯୋଜନାର ମୂଳଦୁଆ ପକାଇବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଏକ ବିବୃତ୍ତିରେ ଏହି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ମୁମ୍ବାଇ ମେଟ୍ରୋ ରେଳ ଲାଇନ 2A ଏବଂ 7 କୁ ଦେଶ ପାଇଁ ଉତ୍ସର୍ଗ କରିବେ ଏବଂ ଏଥିରେ ମଧ୍ୟ ଯାତ୍ରା କରିବେ। ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ୩୮,୮୦୦କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ।
ଏଥିମଧ୍ୟରେ ସାତଟି ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ , ସଡକ କନକ୍ରିଟାଇଜେସନ୍ ପ୍ରକଳ୍ପ ଏବଂ ମୁମ୍ବାଇରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲର ପୁନଃ ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ମଧ୍ୟ ଜାତୀୟ ରାଜପଥ -150C ର 65.5 କିଲୋମିଟର ଷ୍ଟ୍ରେଚର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏହି ଲେନ ବିଶିଷ୍ଟ ଗ୍ରୀନ୍ ଫିଲ୍ଡ ସଡକ ପ୍ରକଳ୍ପ ସୁରତ-ଚେନ୍ନାଇ ଏକ୍ସପ୍ରେସୱେର ଏକ ଅଂଶ। ଏହାକୁ ତିଆରି କରିବା ପାଇଁ ପ୍ରାୟ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ସୁରତ ଚେନ୍ନାଇ ଏକ୍ସପ୍ରେସୱେ ୬ଟି ରାଜ୍ୟ- ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଦେଇ ଯିବ। ଏହା ପରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରରେ ପହଞ୍ଚିବେ ଯେଉଁଠାରେ ସେ ପ୍ରାୟ ୩୮,୮୦୦କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ମୂଳଦୁଆ ପକାଇବେ।
ଅପରାହ୍ନ ପ୍ରାୟ ୫ଟା ସମୟରେ ପ୍ରଧାନମନ୍ତ୍ରୀ ମୁମ୍ବାଇରେ ଅନେକ ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଏହା ପରେ ସନ୍ଧ୍ୟା ପ୍ରାୟ ୬:୩୦ ବେଳେ ସେ ମୁମ୍ବାଇ ମେଟ୍ରୋର ଦୁଇଟି ଲାଇନର ଉଦଘାଟନ କରିବେ ଏବଂ ମେଟ୍ରୋ ଯାତ୍ରା ମଧ୍ୟ କରିବେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।