ପଞ୍ଚ ପଣ ସହ ୨୦୪୭ ସୁଦ୍ଧା ବିକଶିତ ଦେଶ ଗଠନ ନେଇ ଦେଶବାସୀଙ୍କୁ ଆହ୍ୱାନ କଲେ ମୋଦି

୨୦୪୭ ସୁଦ୍ଧା ବିକଶିତ ଦେଶ ଗଠନ ଦିଗରେ ଆଶାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ପଞ୍ଚ ପଣ ବାବଦରେ ସେ ଆଲୋଚନା କରିଛନ୍ତି।

PM ମୋଦି

PM ମୋଦି

  • Share this:
News18 Odia Digital

ନୂଆ ଦିଲ୍ଲୀ:  ୨୦୪୭ ସୁଦ୍ଧା ବିକଶିତ ଦେଶ ଗଠନ ଦିଗରେ ଆଶାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ପଞ୍ଚ ପଣ ବାବଦରେ ସେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ ୨୫ ବର୍ଷ ଦେଶ ପାଇଁ ମହତ୍ତ୍ୱପୂର୍ଣ୍ଣ। ଆଗାମୀ ବର୍ଷ ପାଇଁ ପଞ୍ଚପଣ , ସାମର୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡିବ। ପ୍ରଥମ ପଣ ଦେଶ ବଡ଼ ସଂକଳ୍ପ (ବିକଶିତ ଭାରତ) ନେଇ ଚାଲିବ। କୌଣସି କୋଣରୁ ମନରେ ଶତପ୍ରତିଶତ ଗୁଲାମୀ ମନୋଭାବରୁ ମୁକ୍ତି ପାଇବା। ତୃତୀୟ ପଣ ଶକ୍ତି ଆମ ଜାତିକୁ ନେଇ ଗର୍ବ ଅନୁଭବ କରିବା ଉଚିତ। ଚତୁର୍ଥ ପଣ ଏକତା ଓ ଏକ ଜୁଟତା। ଏକତାର ଶକ୍ତି ଭାରତକୁ ବାନ୍ଧି ରହିବ। ପଞ୍ଚମ ପଣ ନାଗରିକଙ୍କ କର୍ତ୍ତବ୍ୟ। ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିରେ ସାମିଲ ଅଛନ୍ତି। ସ୍ୱପ୍ନ ବଡ଼ ହେଲେ, ସଂକଳ୍ପ ବଡ଼ ହେଲେ ତୃଷାର୍ଥ ଓ ଶକ୍ତି ବି ବଡ଼ ହୋଇଥାଏ। ୨୫ବର୍ଷ ପୂର୍ବରୁ ଏକ ସିଦ୍ଧ ଭାରତ ଗଢ଼ିବା ନେଇ ସଂକଳ୍ପ କରିବା ଉଚିତ। ଭାରତର ୧୦୦ବର୍ଷ ପୂରଣ ପାଇଁ ମୋ ସହ ସଂକଳ୍ପ ନିଅନ୍ତୁ ଯେ ମୋ ଦେଶ ବିକଶିତ ଦେଶ ଓ ମାନବ କେନ୍ଦ୍ରିତ ଦେଶ ଭାବେ ତିଆରି ହେବ।

ଟୀକାକରଣ ଓ ସ୍ୱଚ୍ଛ ଭାରତ ଯୋଜନା ପରି ଦେଶ ସବୁକିଛି ସମ୍ଭବ କରିପାରିବ। ୧୦ପ୍ରତିଶତ ଇଥାନଲ ପ୍ଲାଣ୍ଟ ଓ ନଳ ସେ ଜଳ, ବିଦ୍ୟୁତ ବିତରଣ, ସ୍ୱଚ୍ଛ ଭାରତ ଭାରତର ସମ୍ଭବ ହୋଇଛି। ଦେଶରେ ନୂଆ ମେଡ଼ିକାଲ କଲେଜ ଭଳି ଦେଶରେ ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ପ୍ରାଣ ଓ ପଣ କରିବା ଉଚିତ। କୌଣସି ବି ସ୍ଥିତିରେ ଆମେ ଅନ୍ୟ ଭଳି ହେବାର ନାହିଁ। ଆମେ ଯେମିତି ଅଛୁ ସେମିତି ରହିବା ଉଚିତ କିନ୍ତୁ ସାମର୍ଥ୍ୟ ସହ ଠିଆ ହେବା ଉଚିତ। ଜାତୀୟ ଶିକ୍ଷା ନୀତି ସାମର୍ଥ୍ୟ ଆମକୁ ଶକ୍ତି ଦେଇଛି। ଆମକୁ ଦେଶର ଭାଷାକୁ ନେଇ ଗର୍ବ କରିବା କଥା। ଡିଜିଟାଲ ଇଣ୍ଡିଆ,ଷ୍ଟାର୍ଟ ଅପ ସହ ନୂଆ ନୂଆ ଖୋଜ ସହ ସାମ୍ନାକୁ ଆସୁଛନ୍ତି। ଯେତେବେଳେ ଆମେ ଆମ ମାଟି ସହ ଯୋଡ଼ି ହେବା ସେତେବେଳେ ଯାଇ ଉଚ୍ଚା ଉଡ଼ି ପାରିବା। ସେତେବେଳେ ଆମେ ବିଶ୍ୱକୁ ସମାଧାନ ଦେଇପାରିବେ। ଭାରତର ଆୟୁର୍ବେଦ, ଯୋଗ ବିଶ୍ୱ ପାଇଁ ଉଦାହରଣ ସାଜିଛି। ଆମେ ସେହି ଲୋକ ଯିଏ ପ୍ରକୃତିକୁ ଭଲ ପାଉଛୁ। ଆମ ମୋଟା ଧାନ, କୃଷକ, ଶସ୍ୟକୁ ନେଇ ଦୁନିଆରେ ଆଲୋଚନା ହେଉଛି। ପରିବାରକରଣ ଆମର ଗର୍ବ। ଆମେ ପଥରରେ ଶିବ, ନାରୀକୁ ନାରାୟଣୀ, ଶଙ୍କରରେ କଙ୍କର, ନଦୀରେ ଭଗବାନ ଦେଖୁଛୁ। ସମସ୍ତଙ୍କ ସୁଖ ଓ ସୁସ୍ଥତାକୁ ନେଇ ଆମେ ଗର୍ବ କରିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପରମ୍ପରା ହେଉଛି ଆମର ଆନ ବାନ ଶାନ। ପୁଅ ଝିଅଙ୍କ ମଧ୍ୟରେ ଏକତା ହିଁ ପ୍ରକୃତ ଏକତା। ମୋର ତୋର ଭେଦ ଭାବରୁ ଦୂରରେ ରହିବା ଉଚିତ। ଦେଶବାସୀଙ୍କ ଆଗରେ ମୁଁ ମୋ ଦୁଃଖ କହୁଛି। ଆମେ ନାରୀଙ୍କ ଅପମାନ କରୁଛେ। ସ୍ଵଭାଵ, ସଂସ୍କାରରେ ନାରୀଙ୍କ ସମ୍ମାନ , ଗୌରବ ପାଇଁ ସଂକଳ୍ପ ନେଇପାରିବା। ନାରୀଙ୍କ ଗୌରବ ଆମ ବିକଶିତ ଭାରତ ଗଢ଼ିବାରେ ସାହାଯ୍ୟ କରିବ। ସରକାର ବିଜୁଳି ପ୍ରଦାନ କରିବେ କିନ୍ତୁ ବିଜୁଳି ବଞ୍ଚାଇବା ନାଗରିକଙ୍କ କର୍ତ୍ତବ୍ୟ। ପାଣି ସରକାର ଦେବେ କିନ୍ତୁ ଜଳ ବଞ୍ଚାଓ କର୍ତ୍ତବ୍ୟ ନାଗରିକଙ୍କ ଅଟେ। ସ୍ବଦେଶୀରୁ ସ୍ୱରାଜ ଓ ସ୍ୱରାଜରୁ ସୁରାଜ ବାବଦରେ ଚିନ୍ତା କରିବା ଉଚିତ। ଆମ ଦେଶରେ ଅନ୍ନରୁ ଆମ ପେଟ ନିଜେ ଭରିବା। ଆତ୍ମ ନିର୍ଭର ଭାରତର ସମାଜର ସରକାରୀ ଏଜେଣ୍ଡା ନୁହେଁ। ଏହା ସମାଜ କଲ୍ୟାଣ ପାଇଁ। ସେନା ଯବାନ, ସେନା ନାୟକଙ୍କୁ ସ୍ୟାଳୁଟ କରିଛନ୍ତି ପିଏମ ମୋଦି ।
Published by:Soumya Das
First published: