ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ PM ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି।

ବନ୍ଦେ ଭାରତ ଟ୍ରେନର କରିବେ ଶୁଭାରମ୍ଭ

ବନ୍ଦେ ଭାରତ ଟ୍ରେନର କରିବେ ଶୁଭାରମ୍ଭ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

କର୍ଣାଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ବନ୍ଦେ ଭାରତ ଏକ୍ସପ୍ରେସ ପରେ କେଏସଆର ରେଳ ଷ୍ଟେସନରେ ପ୍ରଧାନମନ୍ତ୍ରୀ ମୋଦି 'ଭାରତ ଗୌରବ କାଶୀ ଦର୍ଶନ' ଟ୍ରେନର ମଧ୍ୟ ଶୁଭାରମ୍ଭ ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଆଜି ବେଙ୍ଗାଲୁରୁ ବିମାନବନ୍ଦରର ଟର୍ମିନାଲକୁ ମଧ୍ୟ ଉଦ୍ଘାଟନ କରିଛନ୍ତି। ସେ ବେଙ୍ଗାଲୁରୁର ବିଧାନ ସୌଧରେ ଥିବା ସନ୍ଥ କନକ ଦାସ ଓ ମହର୍ଷି ବାଲ୍ମିକୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳା ଅର୍ପଣ କରିଥିଲେ। ଏହାପରେ ସେ କ୍ରାନ୍ତିଭିରା ସଙ୍ଗୋଲୀ ରାୟନା ରେଳ ଷ୍ଟେସନ୍‌ ଅଭିମୂଖେ ଯାଇ ମହୀଶୂର-ଚେନ୍ନାଇ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି।

ବିଦ୍ୟୁତ୍‌ଶକ୍ତିରେ ଚାଳିତ ବନ୍ଦେ ଭାରତ ଟ୍ରେନ୍ ଆଧୁନିକ ଦେଶୀୟ ପ୍ରଯୁକ୍ତିରେ ତିଆରି। ଏହାର ଦୁଇଟା ବିଭାଗ ରହିବ- ଏକ୍‌ଜିକ୍ୟୁଟିଭ୍ ଓ ଇକନମି। ଏକ୍‌ଜିକ୍ୟୁଟିଭ୍ ବଗିରେ ୧୮୦ ଡିଗ୍ରି ଘୂର୍ଣ୍ଣାୟମାନ ଚେୟାର ରହିବ ଏବଂ ଇକନମି ବଗିରେ ସିଟ୍‌ଗୁଡ଼ିକ କାର୍ ସିଟ୍ ପରି ଆରାମଦାୟକ ‌ହେବ। ଏହି ଏକ୍ସପ୍ରେସ୍ ଟ୍ରେନ୍ ବୁଧବାର ଛଡ଼ା ସବୁଦିନ ଚାଲିବ। ଏଥିରେ ୧୬ଟି କୋଚ୍‌ରେ ୧,୧୨୮ ଜଣ ଯାତ୍ରୀ ବସିପାରିବେ। ଶନିବାର ଦିନ ସେ ଆନ୍ଧ୍ରପ୍ରଦେଶର ବିଶାଖାପାଟନାମରେ ୧୦୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ପ୍ରକଳ୍ପର ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ମୋଦି ତେଲେଙ୍ଗାନାର ରାମଗୁଣ୍ଡମ ଠାରେ ଥିବା ଆରଏଫସିଏଲ୍ କାରଖାନା ପରିଦର୍ଶନ କରିବେ ଏବଂ ସେଠାରେ ୯୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
Published by:Soumyashree Mishra
First published: