ପ୍ରଧାନମନ୍ତ୍ରୀଙ୍କ ପ୍ରତି ସ୍ନେହ ଓଜାଡ଼ିଦେଲେ ବୃଦ୍ଧ; କଥା ଶୁଣି ହୋଇଯିବ ଦିଲ ଖୁସ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏକ ଭିଡ଼ିଓ ଭାଇରାଲ ହେଉଛି । ଜଣେ ବୃଦ୍ଧ ବ୍ଯକ୍ତି ମୋଦିଙ୍କ ଫଟୋକୁ ଦେଖି ନିଜର ସ୍ନେହ ଓଜାଡ଼ି ଦେଉଛନ୍ତି ।

 ଭିଡ଼ିଓ ଭାଇରାଲ

ଭିଡ଼ିଓ ଭାଇରାଲ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Viral Video: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଭିଡ଼ିଓ ସାମ୍ନାକୁ ଆସେ । ଯାହାକୁ କି ଲୋକମାନେ ବେଶ ପସନ୍ଦ ମଧ୍ଯ କରନ୍ତି । ଏହାରି ମଧ୍ଯରେ ଏକ ଭିଡ଼ିଓ ବେଶ ଭାଇରାଲ(Viral Video) ହେବାର ଲାଗିଛି । ଯେଉଁଥିରେ ମୋଦିଙ୍କ ପ୍ରତି ଲୋକମାନଙ୍କ ଭଲ ପାଇବା ଓ ସମ୍ମାନର ପ୍ରମାଣ ମିଳିଛି ।

ଏବେ ନିର୍ବାଚନ ଖବରକୁ ନେଇ କର୍ଣ୍ଣାଟକ(Karnataka Election 2023) ରେ ମାହୋଲ ସରଗରମ ଅଛି । ଏହାରି ଭିତରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକୁ ନେଇ ବେଶ ପ୍ରଶଂସା ମଧ୍ଯ ହେଉଛି । ଗୋଟିଏ ବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଫଟୋ ଲଗାଯାଇଛି ।  ଜଣେ ବୃଦ୍ଧ କୃଷକ ସେହି ଫଟୋକୁ ଚୁମ୍ୱନ କରିଚାଲିଛନ୍ତି । ଯାହାର ଭିଡ଼ିଓ ଏବେ ଭାଇରାଲ ହେଉଛି । ବୃଦ୍ଧ ଜଣଙ୍କ ଫଟୋରେ ମୋଦିଙ୍କ ମୁଣ୍ଡ ଉପରେ ହାତ ରଖି କହୁଛନ୍ତି, ମୋତେ ଏକ ହଜାର ଟଙ୍କା ମିଳୁଥିଲା, ଆପଣ ମୋତେ ଆଉ ୫୦୦ଟଙ୍କା ଦେଲେ..ଆପଣ ଆମର ଦେଖାଶୁଣା କରିବା ପାଇଁ ୫ଲକ୍ଷ ଟଙ୍କା ଦେବାର ନିଷ୍ପତ୍ତି ନେଇଛନ୍ତି । ଆପଣ ଦୁନିଆ ଜିତିନେବେ ।

ଏହି ଭିଡ଼ିଓକୁ ଇଞ୍ଜିନିୟର ମୋହନଦାସ କାମଥ ସେୟାର କରିଛନ୍ତି । ସେ ଲେଖିଛନ୍ତି ଭିଡ଼ିଓରେ କୃଷକ ଜଣଙ୍କ ପ୍ରଧାନମନ୍ତ୍ରୀ ମୋଦି ପ୍ରତି ନିଜର ସ୍ନେହ ଓ ଆର୍ଶିବାଦ ଦେଖାଇଛନ୍ତି । ଭିଡ଼ିଓ ଭାଇରାଲ ହେବା ପରେ କର୍ଣ୍ଣାଟକ ବିଜେପି କାର୍ଯ୍ଯକର୍ତ୍ତା ଓ ସମର୍ଥକ ହେବା ପରେ କାଫି ଖୁସି ନଜର ଆସିଛନ୍ତି । ସେହି ଭିଡ଼ିଓରେ ଲୋକମାନେ କନ୍ନଡ଼ ଭାଷାରେ ଲୋକମାନେ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ଉପଭୋକ୍ତା କହିଛନ୍ତି, ନିର୍ମଳ ମନରେ କହିଥିବା କଥା ଶୁଣି ମନ ଖୁସି ହୋଇଗଲା । କନ୍ନଡ଼ ଭାଷାରେ ଏହି ଭିଡ଼ିଓ ଭାଇରାଲ ହେଉଛି । ଭିଡ଼ିଓରେ ବୃଦ୍ଧଙ୍କ କଥା ଶୁଣି ସେ ପୁରୁଣା ମୈସୁର କ୍ଷେତ୍ରର ଲୋକ ବୋଲି ଜଣା ପଡୁଛି ।

କର୍ଣ୍ଣାଟକରେ ବିଧାନସଭାରେ ୨୨୪ଟି ସିଟ ଅଛି । ରାଜ୍ଯ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା । କର୍ଣ୍ଣାଟକରେ ଏଥିରେ ୧୦ମେ ଭୋଟ ହେବ । ନିର୍ବାଚନ ୩ ଦିନ ପରେ ଅର୍ଥାତ ୧୩ ଦିନ ପରେ ଫଳାଫଳ ଘୋଷଣା ହେବ । ଏଥର ୫କୋଟି ୨୧ଲକ୍ଷ ଲୋକ ମତଦାନ କରିବେ । ଚଳିତବର୍ଷ ନିର୍ବାଚନ ୨୦୨୧ରେ ଲୋକସଭାର ସେମିଫାଇଲ ବୋଲି ଧରାଯାଉଛି ।
Published by:Soumya Das
First published: