ଜନତାଙ୍କ ସହଭାଗୀତା ଓ ଇଚ୍ଛାଶକ୍ତି ପାଇଁ ସଫଳ ହୋଇଛି ହର ଘର ଜଲ ଉତ୍ସବ: PM ମୋଦି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଓ ପବିତ୍ର ଦିନ। ସାରା ଦେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯଉଛି। ବିଶ୍ବରରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ସମସ୍ତ ଭକ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ।

ହର ଘର ଜଲ ଉତ୍ସବ ଯୋଜନାକୁ ନେଇ ଏମିତି କହିଲେ ପିଏମ ମୋଦି

ହର ଘର ଜଲ ଉତ୍ସବ ଯୋଜନାକୁ ନେଇ ଏମିତି କହିଲେ ପିଏମ ମୋଦି

  • Share this:
News18 Odia Digital

PM Modi: ଆଜି ଜନ୍ମାଷ୍ଟମୀର ବିଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆର ଜଳ ଜୀବନ ମିଶନ ଅଧୀନରେ 'ହର ଘର ଜଲ ଉତ୍ସବ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଛନ୍ତି।

ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଏହି ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଓ ପବିତ୍ର ଦିନ। ସାରା ଦେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯଉଛି। ବିଶ୍ବରରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ସମସ୍ତ ଭକ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ।

ସେ କହିଛନ୍ତି ଯେ ଆଜି ଦେଶର ୧୦ କୋଟି ଗ୍ରାମୀଣ ପରିବାର ପାଇପ ମାଧ୍ୟମରେ ବିଶୁଦ୍ଧ ଜଳର ସୁବିଧା ସହ ସଂଯୁକ୍ତ ହୋଇଛନ୍ତି। ପ୍ରତ୍ୟେକ ପରିବାରକୁ ଜଳ ଯୋଗାଇବା ପାଇଁ ସରକାରଙ୍କ ଅଭିଯାନ ଏକ ବଡ଼ ସଫଳତା ହାସଲ କରିଛି। ସମସ୍ତଙ୍କ ପ୍ରୟାସର ଏହା ଏକ ଉତ୍ତମ ଉଦାହରଣ। ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟର ଏକ ଲକ୍ଷରୁ ଅଧିକ ଗାଁ ODF ପ୍ଲସରେ ପରିଣତ ହୋଇଛି। ଏହି ପରିପ୍ରେକ୍ଷୀରେ ଦେଶ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି।

ତାଙ୍କ ସମ୍ବୋଧନ ସମୟରେ ବିରୋଧୀଙ୍କୁ ଆକ୍ରମଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଦେଶ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ସେମାନେ ଦେଶ ପାଇଁ କିଛି କରନ୍ତି ନାହିଁ। କିଛି ଲୋକ କେବଳ ବଡ଼ ବଡ଼ କଥା କୁହନ୍ତି। ଏକ ଦେଶ ଗଠନ ପାଇଁ କଠିନ ପରିଶ୍ରମ ଆବଶ୍ୟକ।

ସେ ଆହୁରି କହିଛନ୍ତି, ‘‘ଏହି ଚାରୋଟି ଦୃଢ଼ ସ୍ତମ୍ଭ ହେତୁ ଜଳ ଜୀବନ ମିଶନ ଆଜି ଏତେ ସଫଳ ହୋଇଛି। ପ୍ରଥମ- ଲୋକମାନଙ୍କର ଅଂଶଗ୍ରହଣ, ଦ୍ୱିତୀୟ- ପ୍ରତ୍ୟେକଙ୍କ ସହଭାଗୀତା, ତୃତୀୟ- ରାଜନୈକ ଇଚ୍ଛାଶକ୍ତି ଓ ଚତୁର୍ଥ- ସମ୍ବଳର ସର୍ବୋଚ୍ଚ ଉପଯୋଗ।’’
Published by:Lipina Das
First published: