News 18 Odia Digital
ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜୁରାଟର ଅହମ୍ମଦାବାଦର ସାବରମତୀ ନଦୀରେ ପଥଚାରୀଙ୍କ ପାଇଁ ଅଟଳ ସେତୁ ଉଦଘାଟନ କରିଛନ୍ତି। ଶନିବାର ଠାରୁ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି। ଏକ ଆକର୍ଷଣୀୟ ଡିଜାଇନ୍ ଓ ଏଲଇଡି ଲାଇଟ୍ ସହିତ ସଜ୍ଜିତ ଏହି ସେତୁଟି ପ୍ରାୟ ୩୦୦ ମିଟର ଲମ୍ବ ଓ ୧୪ ମିଟର ଚଉଡା। ପଥଚାରୀଙ୍କ ବ୍ୟତୀତ ସାଇକେଲ ଚାଳକମାନେ ମଧ୍ୟ ଏହି ସେତୁ ବ୍ୟବହାର କରି ଏହି ନଦୀ ପାର ହୋଇ ପାରିବେ।
ସେତୁର ଡିଜାଇନ ମୁମ୍ବାଇ ସ୍ଥିତ କମ୍ପାନୀ STUP କନସୁଲାଣ୍ଟ କରିଛି। ଆକର୍ଷଣୀୟ ଆଲୋକରେ ସଜ୍ଜିତ ହୋଇଥିବା ସେତୁ ପର୍ଯ୍ୟଟକଙ୍କୁ ଆକର୍ଶିତ କରିବ। ଏହି ସେତୁରେ ବହୁସ୍ତରୀୟ କାର୍ ପାର୍କିଂ ସହ ବହୁ ସୁବିଧା ରହିଛି। ଏହା ନଦୀର ପୂର୍ବ ଓ ପଶ୍ଚିମ କୂଳକୁ ଗମନାଗମନକୁ ସୁଗମ କରିବ।
ଲୋକ ପୂର୍ବ ଭାଗରେ ବହୁସ୍ତରୀୟ କାର ପାର୍କିଂ ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରୁ ପଶ୍ଚିମ ଭାଗରେ ଫୁଲ ପାର୍କ ଓ ଇଭେଣ୍ଟ ଗ୍ରାଉଣ୍ଡକୁ ସହଜରେ ଯିବାକୁ ସକ୍ଷମ ହେବେ। ଏହି ସେତୁ ନିର୍ମାଣ ପରେ ଏହି ନଦୀ କୂଳ ଏକ ବିଶେଷ ପର୍ଯ୍ୟଟନ ସ୍ଥଳରେ ପରିଣତ ହେବ। ଅଟଳ ସେତୁ ନିର୍ମାଣ ପାଇଁ ମୋଟ ମୂଲ୍ୟ ୭୪.୨୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।