ଆଜି ହିମାଚଳ ପ୍ରଦେଶ ଗସ୍ତ କରିବେ ମୋଦି; କୁଲ୍ଲୁ ଦଶହରା ଉତ୍ସବରେ ହେବେ ସାମିଲ

PM Modi: ଏଥର ପ୍ରଧାନମନ୍ତ୍ରୀ ମୋଦି ହିମାଚଳ ପ୍ରଦେଶରେ ଦଶହରା ପାଳନ କରିବେ। ପ୍ରଧାନମନ୍ତ୍ରୀ ଆଜି ହିମାଚଳ ପ୍ରଦେଶ ଗସ୍ତରେ ଆସିବେ।

ଆଜି ହିମାଚଳ ପ୍ରଦେଶ ଗସ୍ତ କରିବେ ମୋଦି

ଆଜି ହିମାଚଳ ପ୍ରଦେଶ ଗସ୍ତ କରିବେ ମୋଦି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

PM Modi: ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶରେ ଦଶହାର ପାଳନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଆଜି ହିମାଚଳ ପ୍ରଦେଶ ଗସ୍ତରେ ଯିବେ।

ପ୍ରଧାନମନ୍ତ୍ରୀ ଏଠାରେ ବିଳାସପୁରରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ର ଉଦଘାଟନ କରିବେ। ଏହା ସହିତ ସେ ଏଠାରେ ଏକ ରାଲିରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

AIIMS ବ୍ୟତୀତ ସେ ବିଳାସପୁରର ବାନ୍ଦଲା ଠାରେ ହାଇଡ୍ରୋ ଇଞ୍ଜିନିୟରିଂ କଲେଜ ମଧ୍ୟ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ମୋଦି ନାଲାଗଡରେ ଏକ ମେଡିକାଲ ଉପକରଣ ପାର୍କ ଓ ପିଞ୍ଜୋରରୁ ନାଲାଗଡ ପର୍ଯ୍ୟନ୍ତ ଏକ ଚାରି ଲେନ ବିଶିଷ୍ଟ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।

ଏଥିସହ କୁଲ୍ଲୁର ବିଶ୍ୱ ପ୍ରସିଦ୍ଧ ଦଶହରା ରଥ ଯାତ୍ରାରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ। କୁଲ୍ଲୁର ଏହି ଦଶହରା ବିଜୟଦଶମୀ ଦିନରୁ ଆରମ୍ଭ ହୁଏ। ଦଶହରା କାର୍ଯ୍ୟକ୍ରମ ଅପରାହ୍ନା ପ୍ରାୟ ୩.୩୦ରୁ ଆରମ୍ଭ ହେବ। ଅଟଳ ସଦନର ମଞ୍ଚରୁ, ପୂରା ସହର ଭଗବାନ ରଘୁନାଥ ଜୀଙ୍କର ରଥ ଯାତ୍ରା ଅନ୍ତର୍ଜାତୀୟ କୁଲ୍ଲୁ ଦଶହରା ପର୍ବ ଦେଖିବାକୁ ପାଇବେ। ଏଠାରୁ ସମସ୍ତେ ଦେବତାମାନଙ୍କୁ ଦେଖିବେ।

ସୂଚନାଯୋଗ୍ୟ ଯେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଆସନ୍ତା ମାସରେ ହେବ। ତେଣୁ ରାଜ୍ୟରେ ନିର୍ବାଚନ ଉତ୍ସାହ କ୍ରମାଗତ ଭାବେ ବୃଦ୍ଧି ପାଉଛି। ରାଜ୍ୟରେ ରାଜନୈତିକ ଆନ୍ଦୋଳନ ମଧ୍ୟ ତୀବ୍ର ହୋଇଛି। ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୨୪ରେ ମଣ୍ଡିରେ ଯୁବ ବିଜୟ ସଙ୍କଳ୍ପ ରାଲିକୁ ସମ୍ବୋଧିତ କରିବାକୁ ଯାଉଥିଲେ। କିନ୍ତୁ ଖରାପ ପାଗ ହେତୁ ପ୍ରଧାନମନ୍ତ୍ରୀ ମଣ୍ଡିରେ ପହଞ୍ଚି ପାରିନଥିଲେ।
Published by:Lipina Das
First published: