ମୋରବି ଦୁର୍ଘଟଣା ନେଇ ଉଚ୍ଚ ସ୍ତରୀୟ ବୈଠକ କଲେ ପିଏମ ମୋଦି; କହିଲେ ଦୁର୍ଘଟଣାର ହେବ କଡ଼ା ଯାଞ୍ଚ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପିଡିତଙ୍କୁ ଭେଟିବା ଏବଂ ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ଗୁଜୁରାଟର ମୋରବିରେ ଏକ ଉଚ୍ଚ ସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ ।

ମୋରବି ଦୁର୍ଘଟଣା ନେଇ ଉଚ୍ଚ ସ୍ତରୀୟ ବୈଠକ କଲେ ପିଏମ ମୋଦି; କହିଲେ ଦୁର୍ଘଟଣାର ହେବ କଡ଼ା

ମୋରବି ଦୁର୍ଘଟଣା ନେଇ ଉଚ୍ଚ ସ୍ତରୀୟ ବୈଠକ କଲେ ପିଏମ ମୋଦି; କହିଲେ ଦୁର୍ଘଟଣାର ହେବ କଡ଼ା

  • News18 Odia
  • Last Updated :
  • Gujarat, India
  • Share this:
News 18 Odia Digital

ଅହମ୍ମଦାବାଦ ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପିଡିତଙ୍କୁ ଭେଟିବା ଏବଂ ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ଗୁଜୁରାଟର ମୋରବିରେ ଏକ ଉଚ୍ଚ ସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ । ଯେଉଁଥିରେ ସେ ଦୁର୍ଭାଗ୍ୟଜନକ ବ୍ରିଜ ଦୁର୍ଘଟଣା ପରିସ୍ଥିତିର ସମୀକ୍ଷା କରିଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଧିକାରୀମାନେ ପ୍ରଭାବିତ ପରିବାରଙ୍କ ସହ ଯୋଗାଯୋଗରେ ରହିବା ଉଚିତ ଓ ଏହା ନିଶ୍ଚିତ କରିବା ଉଚିତ କି ଏହି ଦୁଃଖଦ ସମୟରେ ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ମିଳିବ । ଏଥି ସହିତ ଉଦ୍ଧାର କାର୍ଯ୍ୟ ଏବଂ ପ୍ରଭାବିତ ଲୋକଙ୍କୁ ଦିଆଯାଇଥିବା ସହାୟତା ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ।

ଦୁର୍ଘଟଣା ସହ ଜଡିତ ସମସ୍ତ ଦିଗ ଅନୁସନ୍ଧାନ କରାଯିବା ଉଚିତ: ପିଏମ ମୋଦି
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଅତିଶିଘ୍ର ସମସ୍ତ ଦିଗରୁ ଅନୁସନ୍ଧାନ କରାଯାଉ, ଏହି ଦୁର୍ଘଟଣା ସହ ଜଡିତ ସମସ୍ତ ଦିଗ ଚିହ୍ନଟ କରନ୍ତୁ । ସେ ଏହା ମଧ୍ୟ କହିଛନ୍ତି, ତଦନ୍ତରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଶୀଘ୍ର କାର୍ଯ୍ୟକାରୀ କରାଯିବା ଉଚିତ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲ, ଗୃହମନ୍ତ୍ରୀ ହର୍ଷ ସଂଘଭି, ଗୁଜରାଟ ସରକାରଙ୍କ ମନ୍ତ୍ରୀ ଶ୍ରୀ ବ୍ରିଜେଶ ମର୍ଜା, ଗୁଜୁରାଟର ମୁଖ୍ୟ ଶାସନ ସଚିବ, ରାଜ୍ୟ ଡିଜିପି, ସ୍ଥାନୀୟ କଲେକ୍ଟର, ଏସପି, ପୋଲିସ୍ ମହାନିରୀକ୍ଷକ, ବିଧାୟକ ତଥା ସାଂସଦ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଘଟଣାସ୍ଥଳକୁ ଯାଇଥିଲେ

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ବ୍ରିଜ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏହା ସହିତ ମୋରବି ଜିଲ୍ଲାର ସ୍ଥାନୀୟ ଡାକ୍ତରଖାନା ପରିଦର୍ଶନ କରି ଆହତମାନଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଜଡିତ ଥିବା ଲୋକଙ୍କ ସହ ସେ ମଧ୍ୟ ଯୋଗାଯୋଗ କରିଥିଲେ ଏବଂ ସେମାନଙ୍କର ଧୌର୍ଯ୍ୟର ପ୍ରଶଂସା କରିଥିଲେ । ଆପଣକୁ ଜଣାଇବୁ ଯେ, ରବିବାର ସନ୍ଧ୍ୟାରେ ମଚ୍ଛୁ ନଦୀ ଉପରେ ଝୁଲୁଥିବା ବ୍ରିଜ ଭୁଶୁଡ଼ିବା ପରେ ୧୩୫ ଜଣଙ୍କର ମୃତ୍ୟୁ ଘଟିଛି।
Published by:Soubhagya Mishra
First published: