News 18 Odia Digital
PM Modi Speech: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗୁଜୁରାଟର ଅହମ୍ମଦାବାଦରେ ପ୍ରମୂଖ ସ୍ୱାମୀ ମହାରାଜ ଶତାବ୍ଦୀ ମହୋତ୍ସବର ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ପିଏମ ମୋଦି ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସ୍ୱାମୀ ମହାରାଜଙ୍କ ସହ ଜଡିତ ସ୍ମୃତି ବାଣ୍ଟିଥିଲେ । ତାଙ୍କ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସ୍ୱାମୀ ମହାରାଜ ତାଙ୍କ ପାଇଁ କେତେ ସ୍ୱତନ୍ତ୍ର । ୨୦୦୨ ନିର୍ବାଚନ ପରଠାରୁ ସେ ଯେଉଁ କଲମରେ ଦସ୍ତଖତ କରୁଛନ୍ତି ସେ ବିଷୟରେ ମଧ୍ୟ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, 'ଯେତେବେଳେ ମୁଁ ୨୦୦୨ ନିର୍ବାଚନ ପ୍ରଚାର ସମୟରେ ରାଜକୋଟରୁ ପ୍ରାର୍ଥୀ ଥିଲି, ସେତେବେଳେ ମୁଁ ଦୁଇଜଣ ସାଧୁଙ୍କଠାରୁ କଲମ ପାଇଥିଲି, ଯେଉଁଥିରେ ଲେଖାଥିଲା ଯେ, ପ୍ରମୂଖ ସ୍ୱାମୀ ମହାରାଜ ଜୀ ଅନୁରୋଧ କରିଛନ୍ତି ଏହି ପେନରେ କାଗଜପତ୍ରରେ ଦସ୍ତଖତ କରିନ୍ତୁ । ସେବେଠାରୁ ମୁଁ ଏହାକୁ କାଶୀ ପର୍ଯ୍ୟନ୍ତ ବ୍ୟବହାର କରିଥିଲି ।
ଆପଣଙ୍କୁ କହିରଖୁଛୁ ଯେ ୨୦୦୨ ରେ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟର ରାଜକୋଟ ଆସନରୁ ଜିତି ବିଧାନସଭାରେ ପହଞ୍ଚିଥିଲେ । ଏଥି ସହିତ, ସେ ୨୦୧୪ରେ ତାଙ୍କର ପ୍ରଥମ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ବାରାଣାସୀରୁ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ । ଏହା ପରେ, ୨୦୧୯ ରେ କାଶିର ଜନତା ତାଙ୍କୁ ଲୋକସଭାକୁ ପଠାଇଥିଲେ।
କାର୍ଯ୍ୟକ୍ରମରେ ପିଏମ ମୋଦି ଆଉ କ’ଣ କହିଛନ୍ତି ?ପ୍ରମୂଖ ସ୍ୱାମୀ ମହାରାଜଙ୍କ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦୁନିଆର ଯେକୌଣସି ଅଞ୍ଚଳକୁ ଯାଆନ୍ତୁ, ଆପଣଙ୍କୁ ପ୍ରମୂଖ ସ୍ୱାମୀ ମହାରାଜ ଜୀଙ୍କର ଦୂରଦର୍ଶୀତାର ଫଳାଫଳ ଦେଖାଯିବ । ମୋଦି କହିଛନ୍ତି, ଆମର ମନ୍ଦିରଗୁଡିକ ଆଧୁନିକ ଏବଂ ଆମର ପରମ୍ପରାକୁ ଆଲୋକିତ କରେ । ତାଙ୍କ ପରି ଜଣେ ମହାନ ବ୍ୟକ୍ତି ଏବଂ ରାମକୃଷ୍ଣ ମିଶନ ସାଧୁ ପରମ୍ପରାକୁ ପୁନଃ ପରିଭାଷିତ କରିଛନ୍ତି । ମହାରାଜ ଜୀ ଭଗବାନଙ୍କ ପ୍ରତି ଭକ୍ତି ଏବଂ ଦେଶ ପ୍ରତି ଭକ୍ତିରେ ବିଶ୍ୱାସ କରୁଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।