କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦି ସରକାରଙ୍କ ବଡ଼ ଭେଟି; ୧୦ ହଜାର ଯାଏ ମିଳିବ ଆଡଭାନ୍ସ!

Festival Advance Scheme: କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଆଡଭାନ୍ସ ସ୍କିମ୍ ଦେବାକୁ ସରକାର ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ ପ୍ରତ୍ୟେକ କେନ୍ଦ୍ରୀୟ କର୍ମଚାରୀ ସରକାରଙ୍କଠାରୁ ୧୦ ହଜାର ଟଙ୍କା ପାଇବେ।

କେନ୍ଦ୍ରୀୟ କର୍ମଚାରୀଙ୍କ ଉପରେ ଟଙ୍କା ବର୍ଷା

କେନ୍ଦ୍ରୀୟ କର୍ମଚାରୀଙ୍କ ଉପରେ ଟଙ୍କା ବର୍ଷା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Festival Advance Scheme:  ହୋଲି ଅବସରରେ କେନ୍ଦ୍ରୀୟ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର (Special Festival Advance Scheme) ଦେଇଛନ୍ତି।  ଏଥର ଯଦିଓ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ସରକାର ଘୋଷଣା କରିନାହାଁନ୍ତି। କିନ୍ତୁ ଏଇ ଭେଟି ନିଶ୍ଚିତ ଅନେକଙ୍କୁ ସାହାଯ୍ୟ କରିବ।

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଆଡଭାନ୍ସ ସ୍କିମ୍ ଦେବାକୁ ସରକାର (Modi Govt) ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ ପ୍ରତ୍ୟେକ କେନ୍ଦ୍ରୀୟ କର୍ମଚାରୀ ସରକାରଙ୍କଠାରୁ ୧୦ ହଜାର ଟଙ୍କା ପାଇବେ। ଅର୍ଥାତ୍ ସରକାରୀ କର୍ମଚାରୀ ୧୦ ହଜାର ଟଙ୍କା ଆଡଭାନ୍ସ ନେଇପାରିବେ।

ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମିଳିବ ଏହି ଉପହାର

କେବଳ ଏତିକି ନୁହେଁ, ସରକାରଙ୍କଠାରୁ ମିଳିଥିବା ଏହି ଟଙ୍କା ଉପରେ କୌଣସି ସୁଧ (Interest) ଦେବାକୁ ପଡ଼ିବ ନାହିଁ। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ଟଙ୍କା ଖର୍ଚ୍ଚ କରିବାକୁ ସମୟ ଦିଆଯାଇଛି। ପ୍ରତିବର୍ଷ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଅର୍ଥ ମନ୍ତ୍ରାଳୟ (Finance Ministry) ଏହି ଉପହାର ପ୍ରଦାନ କରିଥାଏ। କର୍ମଚାରୀମାନଙ୍କୁ ଦିଆଯାଉଥିବା ଏହି ଟଙ୍କାକୁ ଆଡଭାନ୍ସ ପ୍ରି ଲୋଡେଡ୍ (Pre Loaded) କୁହାଯାଏ। ଏହି ଟଙ୍କା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ଆକାଉଣ୍ଟ (Salary Account)ରେ ପଞ୍ଜିକୃତ ହୋଇଛି।

ଟଙ୍କା ପରିଶୋଧ କରିବାର ଅତି ସହଜ ସର୍ତ୍ତାବଳୀ

ସବୁଠାରୁ ବଡ଼ କଥା ହେଉଛି ସରକାରୀ କର୍ମଚାରୀମାନଙ୍କୁ ଏହି ଆଡଭାନ୍ସ ଟଙ୍କା ପାଇଁ କୌଣସି ପ୍ରକାରର ସୁଧ ଦେବାକୁ ପଡ଼ିବ ନାହିଁ। ଏହି ଟଙ୍କା ପରିଶୋଧ କରିବାର ସର୍ତ୍ତାବଳୀ ମଧ୍ୟ ବହୁତ ସହଜ। ଆପଣ ୧୦୦୦ ଟଙ୍କାର ସହଜ କିସ୍ତିରେ ୧୦ ହଜାର ଟଙ୍କା ଫେରସ୍ତ କରିପାରିବେ, ଯାହା ମଧ୍ୟ ବିନା ସୁଧରେ। ପ୍ରତିବର୍ଷ ଫେଷ୍ଟିଭାଲ୍ ଆଡଭାନ୍ସ ସ୍କିମ୍ ଅଧୀନରେ ସରକାର କର୍ମଚାରୀମାନଙ୍କୁ ଟଙ୍କା ପ୍ରଦାନ କରନ୍ତି।

ପଢ଼ନ୍ତୁ ଏହି ଖବର: ଲିଭୁନି ନିଆଁ; ଜଳୁଛି ପୁରୀର ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ

ପାଞ୍ଚ ହଜାର କୋଟି ଆବଣ୍ଟନ

କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅଧୀନରେ ଚାରିରୁ ପାଞ୍ଚ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ଆଡଭାନ୍ସ ଯୋଜନାର ବ୍ୟାଙ୍କ ଚାର୍ଜ ମଧ୍ୟ ସରକାର ବହନ କରନ୍ତି। କର୍ମଚାରୀମାନେ ଆଗରୁ ପ୍ରାପ୍ତ ଏହି ଟଙ୍କାକୁ ଡିଜିଟାଲ୍ ଖର୍ଚ୍ଚ କରିପାରିବେ। ଏହାପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନେ ଏଲଟିସି କ୍ୟାସ ଭାଉଚର ସ୍କିମ (LTC Cash Voucher Scheme) ଭଳି ସୁବିଧା ପାଇଥିଲେ। ଏହି ଯୋଜନା
Published by:Lipina Das
First published: