News18 Odia Digital
PM Modi: ଶୁକ୍ରବାର ଦିନ ସାଂଘାଇ ସହଯୋଗ ସଙ୍ଗଠନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ୱାଗତ କରିଛନ୍ତି। ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ସମୟରେ ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଋଷ ପରିଦର୍ଶନ କରିବାକୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି।
ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆମେ ଅନେକ ଥର ଫୋନରେ କଥାବାର୍ତ୍ତା କରିଛେ। ଆମକୁ ଏକାଠି କାମ କରିବାକୁ ପଡ଼ିବ। ଆଜିର ଯୁଗ ଯୁଦ୍ଧ ପାଇଁ ନୁହେଁ। ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ଭାରତ-ଋଷର ସମ୍ପର୍କ ବହୁଗୁଣିତ ହେବ ଓ ଆଗାମୀ ଦିନରେ ଆମର ସମ୍ପର୍କ ଆହୁରି ଗଭୀର ହେବ। ୨୨ ବର୍ଷରୁ ଆମର ବନ୍ଧୁତା ମଜବୁତ ହେଉଛି। ଆମେ ଶାନ୍ତି ରାସ୍ତାରେ ଆଗକୁ ବଢ଼ିବା।
ସେପଟେ ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ପୁଟିନ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ଏହା ଜାଣିଛନ୍ତି। ମୁଁ ଯୁଦ୍ଧକୁ ଶୀଘ୍ର ଶେଷ କରିବାକୁ ଚାହୁଁଛି।’’ ଏହା ବ୍ୟତୀତ ପୁଟିନ ସ୍ୱାଧୀନତାର ୭୫ ବର୍ଷ ପାଇଁ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି।
ଭାରତର ଅର୍ଥନୀତି ବିଶ୍ୱର ବୃହତ୍ତମ ହେବଏହା ପୂର୍ବରୁ ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖାଦ୍ୟ ଓ ଶକ୍ତି ସୁରକ୍ଷା ସଙ୍କଟର ମୁକାବିଲା ପାଇଁ ଏକ ନମନୀୟ ଯୋଗାଣ ଶୃଙ୍ଖଳାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଉ କହିଥିଲେ ଯେ ଚଳିତ ବର୍ଷ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୫ ପ୍ରତିଶତ ହେବ ବୋଲି ଆଶା କରାଯାଉଛି। ଅର୍ଥନୀତି ସର୍ବାଧିକ ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।