ନାଗପୁର-ବିଳାସପୁର ମଧ୍ୟରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ
- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ର ଗସ୍ତ କରିଛନ୍ତି। ନାଗପୁରରେ ପହଞ୍ଚିବା ପରେ ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ମହାରାଷ୍ଟ୍ର ନାଗପୁର ଓ ଛତିଶଗଡର ବିଳାସପୁର ମଧ୍ୟରେ ଏହି ଏକ୍ସପ୍ରେସ ଯାତାୟତ କରିବ । ମେଟ୍ରୋର ଶୁଭାରମ୍ଭ ପରେ ପ୍ରଧାନମନ୍ତ୍ରୀ ନାଗପୁର ମେଟ୍ରୋରେ ଫ୍ରିଡମ ପାର୍କ ମେଟ୍ରୋ ଷ୍ଟେସନରୁ ଖାଫ୍ରି ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଏହି ସମୟରେ ସେ ଟ୍ରେନରେ ଛାତ୍ରଛାତ୍ରୀଙ୍କ ସହ କଥା ମଧ୍ୟ ହୋଇଥିଲେ । ଟ୍ରେନରେ ଯାତ୍ରା କରିବା ପୂର୍ବରୁ ଫ୍ରିଡମ୍ ପାର୍କ ଷ୍ଟେସନରେ ନିଜ ଟିକେଟ ନିଜେ ମଧ୍ୟ କରିଥିଲେ।
ପ୍ରଧାନମନ୍ତ୍ରୀ ନାଗପୁର ଗସ୍ତ ସମୟରେ ନାଗପୁର ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରଧାନମନ୍ତ୍ରୀ ମୋଦି ନାଗପୁର ଏବଂ ଶିର୍ଡିକୁ ସଂଯୋଗ କରୁଥିବା ସମୃଦ୍ଧି ମାର୍ଗର ପ୍ରଥମ ପର୍ଯ୍ୟାୟର ଉଦଘାଟନ କରିବେ ଏବଂ ନାଗପୁରରେ ନୂତନ ଭାବେ ନିର୍ମିତ AIIMS କୁ ଦେଶ ପାଇଁ ଉତ୍ସର୍ଗ କରିବେ।
ପ୍ରଧାନମନ୍ତ୍ରୀ ମୋଦି ନାଗପୁର ପରେ ଗୋଆ ଯିବେ ଯେଉଁଠାରେ ସେ ମୋପା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିବେ। ଏହି ବିମାନବନ୍ଦରର କେତେକ ବିଶିଷ୍ଟ୍ୟ ହେଉଛି ବିଶ୍ୱର ବୃହତ୍ତମ ବିମାନ ପରିଚାଳନା କରିବାରେ ସକ୍ଷମ ରନୱେ। ୧୪ଟି ପାର୍କିଂ ବେ, ବିମାନ ପାଇଁ ନାଇଟ୍ ପାର୍କିଂ ସୁବିଧା, ସ୍ୱୟଂ ବ୍ୟାଗେଜ୍ ଡ୍ରପ୍ ସୁବିଧା, ଅତ୍ୟାଧୁନିକ ଏବଂ ସ୍ୱାଧୀନ ବାୟୁ ନାଭିଗେସନ୍ ଭିତ୍ତିଭୂମି ସହିତ ବିମାନ ବନ୍ଦର ଅନେକ ଉପାୟରେ ଅତ୍ୟାଧୁନିକ ହେବ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।