News 18 Odia Digital
ହାଇଦ୍ରାବାଦ: ଆଜି ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସର(Vande Bharat Express)ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଲଙ୍ଗାନାର(Telangana) ସିକନ୍ଦରାବାଦରୁ(Secunderabad,) ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପର୍ଯ୍ୟନ୍ତ ଚାଲିବ ଏହି ଟ୍ରେନ୍ ।ଏହି ଟ୍ରେନ୍ ତେଲେଙ୍ଗାନରୁ ଆନ୍ଧ୍ରପ୍ରଦେଶ ମଧ୍ୟରେ ଗଡିବ। ସିକନ୍ଦରାବାଦରୁ ବିଶାଖାପାଟଣା ପର୍ଯ୍ୟନ୍ତ ୭୦୦ କିମି ରାସ୍ତାକୁ ୮ ଘଣ୍ଟାରେ ଯାତ୍ରା କରିବ ।ରାଜମୁନ୍ଦ୍ରି, ବିଜୟଓ୍ବାଡ଼ା ଓ ଓ୍ବାରଙ୍ଗଲରେ ରହଣୀ କରିବ । ସୂଚନା ଅନୁଯାୟୀ ଏହା ଦକ୍ଷିଣ ଭାରତ ଦ୍ବିତୀୟ ଏବଂ ଭାରତ ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ।
ବିଶାଖାପାଟଣାରୁ ସକାଳ ୫.୪୫ରେ ବାହାରି ଦ୍ବିପ୍ରହର ୧୪.୧୫ରେ ସିକନ୍ଦରାବାଦରେ ପହଞ୍ଚିବ । ସେହିପରି ସିକନ୍ଦରାବାଦରୁ ୧୪.୪୫ ମିନିଟରେ ବାହାରି ରାତି ୨୩.୧୫ରେ ବିଶାଖାପାଟଣାରେ ପହଞ୍ଚିବ। ଏହା ତେଲେଙ୍ଗାନା ଓ ଆନ୍ଧ୍ରକୁ ଯୋଡ଼ିବାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ।
ମୋଦି କହିଛନ୍ତି ଯେ ଏପର୍ଯ୍ୟନ୍ତ ୪୦ ଲକ୍ଷରୁ ଅଧିକ ଯାତ୍ରୀ ଏହି ଟ୍ରେନ ଦ୍ୱାରା ଯାତ୍ରା କରିଛନ୍ତି। ସେ କହିଛନ୍ତି ଯେ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରୀଙ୍କ ଯାତ୍ରା ସମୟ ହ୍ରାସ କରୁଛି।ସେ କହିଛନ୍ତି ଯେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଆଜି ବିସ୍ତା ଡୋମ କୋଚ, କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ କିସାନ ରେଳ, ଲଜିଷ୍ଟିକ୍ସକୁ ମଜବୁତ କରିବା ପାଇଁ ମାଲ ପରିବହନ କରିଡର, ଲୋକଙ୍କ ପାଇଁ ଜୀବନକୁ ସହଜ କରିବା ପାଇଁ ସହରରେ ମେଟ୍ରୋ ଟ୍ରେନର ବ୍ୟବସ୍ତା ମଧ୍ୟ ରହିଛି।
https://odia.news18.com/news/odisha/senior-actor-prasanta-nanda-reaction-on-sesha-sraban-film-tv-4srm-150123-srm-amp-148315.htmlPublished by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।