ଅନ୍ତର୍ଜାତୀୟ ମହିଳା ଦିବସରେ ପିଏମ ମୋଦୀଙ୍କ ଅଭିନନ୍ଦନ; ମହିଳା ଶକ୍ତିକୁ କଲେ ସଲ୍ୟୁଟ
ପ୍ରତିବର୍ଷ ପରି ଆଜି ମଧ୍ୟ ସାରା ବିଶ୍ୱରେ “ଆନ୍ତର୍ଜାତୀୟ ମହିଳା ଦିବସ” (International Women's Day) ପାଳନ କରାଯାଉଛି । ଏହି ଦିନଟି ମହିଳାମାନଙ୍କ ଅଧିକାର ପାଇଁ ଆନ୍ଦୋଳନର ପ୍ରତୀକ ଓ ଏହି ଦିନ ପାଳନ କରିବାର ମୂଳ ଉଦ୍ଦେଶ୍ୟ ମଧ୍ୟ ମହିଳାମାନଙ୍କର ଅଧିକାରକୁ ପ୍ରୋତ୍ସାହିତ କରିବା ।

ଅନ୍ତର୍ଜାତୀୟ ମହିଳା ଦିବସରେ ପିଏମ ମୋଦୀଙ୍କ ଅଭିନନ୍ଦନ
- News18 Odia
- Last Updated: March 8, 2021, 9:25 AM IST
ନୂଆ ଦିଲ୍ଲୀ: ପ୍ରତିବର୍ଷ ପରି ଆଜି ମଧ୍ୟ ସାରା ବିଶ୍ୱରେ “ଆନ୍ତର୍ଜାତୀୟ ମହିଳା ଦିବସ” (International Women's Day) ପାଳନ କରାଯାଉଛି । ଏହି ଦିନଟି ମହିଳାମାନଙ୍କ ଅଧିକାର ପାଇଁ ଆନ୍ଦୋଳନର ପ୍ରତୀକ ଓ ଏହି ଦିନ ପାଳନ କରିବାର ମୂଳ ଉଦ୍ଦେଶ୍ୟ ମଧ୍ୟ ମହିଳାମାନଙ୍କର ଅଧିକାରକୁ ପ୍ରୋତ୍ସାହିତ କରିବା । ଏହି ବିଶେଷ ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ଦେଶର ମହିଳାମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ଶୁଭକାମନା ଦେବା ସହ ସଲ୍ୟୁଟ କରିଛନ୍ତି ।
Saluting our indomitable #NariShakti on International Women's Day! India takes pride in the many accomplishments of the women of our nation. It is our Government’s honour to be getting the opportunity to work towards furthering women empowerment across a wide range of sectors.
— Narendra Modi (@narendramodi) March 8, 2021
ଏହି ବର୍ଷ ପାଇଁ "ଆନ୍ତର୍ଜାତୀୟ ମହିଳା ଦିବସ" ର ବିଷୟବସ୍ତୁ “Women in leadership: an equal future in a COVID-19 world”" ("ମହିଳା ନେତୃତ୍ୱ: COVID-19 ଜଗତରେ ସମାନ ଭବିଷ୍ୟତ ହାସଲ କରିବା") ରଖାଯାଇଛି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ମହିଳା ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାମନାଥ କୋବିନ୍ଦ ଟ୍ୱିଟ୍ କରି କହିଛନ୍ତି, 'ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଆମ ଦେଶର ମହିଳାମାନେ ଅନେକ କ୍ଷେତ୍ରରେ ସଫଳତାର ନୂତନ ରେକର୍ଡ ସ୍ଥାପନ କରୁଛନ୍ତି । ଆଜି ଆସନ୍ତୁ ଆମେ ସମସ୍ତେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଥିବା ଅସମାନତାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ଏକ ସାମୂହିକ ସଂକଳ୍ପ ନେବା ।'
On the occasion of International Women's Day, greetings and best wishes to all fellow citizens. Women in our country are setting new records and achievements in various fields. Let us collectively resolve to promote gender justice and eliminate inequality between women and men.
— President of India (@rashtrapatibhvn) March 8, 2021
ଏହି ଥିମ୍ COVID-19 ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବା କର୍ମଚାରୀ, ଉଦ୍ଭାବକ ଇତ୍ୟାଦି ଭାବରେ ବିଶ୍ୱର ବାଳିକା ଓ ମହିଳାଙ୍କ ଅବଦାନକୁ ସୂଚିତ କରେ । ଆନ୍ତର୍ଜାତୀୟ ମହିଳା ଦିବସ ପ୍ରଥମେ 1996 ରେ ଏକ ଥିମ୍ ସହିତ ପାଳନ କରାଯାଇଥିଲା । ସେହି ବର୍ଷ ମିଳିତ ଜାତିସଂଘର ଏକ ଥିମ୍ ଥିଲା, 'ଅତୀତର ଉତ୍ସବ, ଭବିଷ୍ୟତ ପାଇଁ ଯୋଜନା' ।