News 18 Odia Digital
ନୂଆଦିଲ୍ଲୀ : ଟାଟା ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ଜଣାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ସାଇରସ୍ ମିସ୍ତ୍ରୀଙ୍କ ଅକାଳ ବିୟୋଗ ଆଶ୍ଚର୍ଯ୍ୟଜନକ । ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ, “ସେ ଜଣେ ଭଲ ବିଜନେସ ଲିଡର ଥିଲେ । ଯିଏକି ଭାରତର ଆର୍ଥିକ ଦକ୍ଷତା ଉପରେ ବିଶ୍ୱାସ କରୁଥିଲେ । ତାଙ୍କର ବିୟୋଗ ବାଣିଜ୍ୟ ଏବଂ ଶିଳ୍ପ ପାଇଁ ଏକ ବଡ଼ କ୍ଷତି । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ମୋର ସମବେଦନା । "
ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଅନେକ ବଡ ବ୍ୟକ୍ତିତ୍ୱ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି । ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ସେ ଜଣେ ଦ୍ରୁତ ଏବଂ ପ୍ରଭାବଶାଳୀ ଉଦ୍ୟୋଗୀ । ତାଙ୍କୁ ଇଣ୍ଡଷ୍ଟ୍ରିର ଅନ୍ୟତମ ଉଜ୍ଜ୍ୱଳ ତାରକା ଭାବରେ ବର୍ଣ୍ଣନା କରି ପାୱାର କହିଛନ୍ତି ଯେ ତାଙ୍କ ପରଲୋକ ଭାରତୀୟ ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତି ।
ମୋର ଭାଇ ଚାଲିଗଲେଏନସିପି ନେତା ତଥା ସାଂସଦ ସୁପ୍ରିୟା ସୁଲେ ଟ୍ୱିଟ୍ କରି କହିଛନ୍ତି ଯେ ସେ ଏହି ଖବରକୁ ବିଶ୍ୱାସ କରିପାରୁ ନାହାଁନ୍ତି । ସୁଲେ ଲେଖିଛନ୍ତି ଯେ, ଅତ୍ୟନ୍ତ ନୈରାଶ୍ୟଜନକ ଖବର, ମୋ ଭାଇ ସାଇରସ୍ ମିସ୍ତ୍ରୀଙ୍କ ଦେହାନ୍ତ ହୋଇଛି । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଏହି ଦୁର୍ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି ।
ଶିଳ୍ପ ଜଗତରେ ଶୋକର ଲହରୀମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ମଧ୍ୟ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି । ସେ ଲେଖିଛନ୍ତି, “ଯେତେବେଳେ ସେ ଟାଟା ଗୋଷ୍ଠୀର ମୁଖ୍ୟ ହୋଇଥିଲେ ସେତେବେଳେ ମୁଁ ତାଙ୍କ ସହିତ ପରିଚିତ ହୋଇଥିଲି । ମତେ ପୁରା ବିଶ୍ୱାସ ଥିଲା ଯେ ସେ ମହାନ କାର୍ଯ୍ୟ ପାଇଁ ତିଆରି ହୋଇଛନ୍ତି । ଯଦି ତାଙ୍କ ପାଇଁ ଜୀବନ ଅନ୍ୟ କିଛି ଯୋଜନା କରିଥାନ୍ତା, ତେବେ ଏହା ଠିକ୍ ହୋଇଥାନ୍ତା, କିନ୍ତୁ ଜୀବନ ଛଡ଼ାଇ ନେବାର ନଥିଲା ।”
ଆରପିଜି ଏଣ୍ଟରପ୍ରାଇଜେସ୍ ଚେୟାରମ୍ୟାନ୍ ହର୍ଷ ଗୋଏଙ୍କା ଲେଖିଛନ୍ତି, “ଏହି ଖବର ଶୁଣି ବହୁତ ଦୁଃଖିତ। ସେ ମୋର ବନ୍ଧୁ, ଭଦ୍ରଲୋକ ଏବଂ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ । ସେ ବୈଶ୍ଵିକ କଷ୍ଟ୍ରକ୍ସନ ବିଶାଳ ଶପୁରଜୀ ପଲୋନଜୀ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ଟାଟା ଗୋଷ୍ଠୀର ନେତୃତ୍ୱ ନେଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।