News18 Odia Digital
ନୌଶେରା (ଜାମ୍ମୁ କାଶ୍ମୀର): ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi on Diwali) ଜମ୍ମୁ କଶ୍ମୀରର ସୀମାବର୍ତ୍ତୀ ରଜୌରୀ ଜିଲ୍ଲାର ନୌଶେରା ସେକ୍ଟରରେ ସେନା କର୍ମୀମାନଙ୍କ ସହ ଦୀପାବଳୀ (Deepavali 2021) ପାଳନ କରିଛନ୍ତି ଓ ସର୍ଜିକାଲ୍ ଷ୍ଟ୍ରାଇକରେ (Surgical Strike) ଏହି ବ୍ରିଗେଡର ଭୂମିକାକୁ ପ୍ରଶଂସା କରିଛନ୍ତି । ପ୍ରଧାନ ମନ୍ତ୍ରୀ ମୋଦି କହିଛନ୍ତି ଯେ ୨୦୧୬ରେ ଲାଇନ୍ ଅଫ୍ କଣ୍ଟ୍ରୋଲରେ (LoC) ହୋଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍ ଭାରତୀୟ ସେନାର ସଙ୍କଳ୍ପ ଓ ସାମର୍ଥ୍ୟର ପ୍ରତୀକ । ସେ କହିଛନ୍ତି ଯେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିବା ପରେ ଶେଷ ସୈନିକ ନିରାପଦରେ ଫେରିବା ପର୍ଯ୍ୟନ୍ତ ସେ ନିଜେ ଏହି କାର୍ଯ୍ୟର ତଦାରଖ କରିଥିଲେ ।
ମୋଦି କହିଛନ୍ତି ଯେ ସର୍ଜିକାଲ ଷ୍ଟ୍ରାଇକ୍ ପରେ କଶ୍ମୀରରେ ଆତଙ୍କବାଦ ବିସ୍ତାର କରିବାକୁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ ସେହି ଶକ୍ତିମାନଙ୍କୁ ଉପଯୁକ୍ତ ଉତ୍ତର ଦିଆଯାଇଥିଲା । ଜମ୍ମୁ କାଶ୍ମୀରର ଉରୀ ସେକ୍ଟରରେ ସେନା ବେସ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ସେପ୍ଟେମ୍ବର ୨୯, ୨୦୧୬ରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ ଉପରେ ଆତଙ୍କବାଦୀମାନଙ୍କ ଲଞ୍ଚ ପ୍ୟାଡ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋ’ରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅ
ପ୍ରଧାନ ମନ୍ତ୍ରୀ ମୋଦି ଯବାନମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଯୋଗାଯୋଗ ସୁବିଧା ତଥା ସେନାର ନିୟୋଜନ ପାଇଁ ସୀମା ଅଞ୍ଚଳରେ ଆଧୁନିକ ଭିତ୍ତିଭୂମି ବିକାଶ କରାଯାଇଛି । ପ୍ରଧାନ ମନ୍ତ୍ରୀ ମୋଦି କହିଛନ୍ତି ଯେ ପରିବର୍ତ୍ତିତ ବିଶ୍ୱ ତଥା ଯୁଦ୍ଧର ପଦ୍ଧତି ଅନୁଯାୟୀ ଭାରତକୁ ନିଜର ସାମରିକ ଦକ୍ଷତା ବିକାଶ କରିବାକୁ ପଡିବ। ସେ କହିଛନ୍ତି ଯେ ଲଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଏବଂ ଜୈସଲମେରରୁ ଆଣ୍ଡାମାନ ଓ ନିକୋବର ପର୍ଯ୍ୟନ୍ତ ସାରା ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ସୁବିଧା ସୁଦୃଢ଼ କରାଯାଇଛି ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ଡବଲ୍ ମର୍ଡ଼ର: ନାବାଳକ ପୁଅ ଓ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ; ପୋଲିସ ତାକୁ ଅଟକ ରଖିଛି
ପ୍ରଧାନ ମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ସୀମା ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଯେଉଁଠି ସାଧାରଣ ସଂଯୋଗ ଓ ଯୋଗାଯୋଗ ସୁବିଧା ନାହିଁ, ସେଠାରେ ଏବେ ରାସ୍ତା ଓ ଅପ୍ଟିକାଲ୍ ଫାଇବର୍ ସୁବିଧା ଅଛି, ଯାହା ଦ୍ୱାରା ସୈନ୍ୟ ବାହିନୀର ନିୟୋଜନ କ୍ଷମତା ଓ ସୈନିକମାନଙ୍କ ପାଇଁ ସୁବିଧା ବଢ଼ିଛି । ସେ କହିଛନ୍ତି ଯେ ପୂର୍ବରୁ ଦେଶକୁ ପ୍ରତିରକ୍ଷା କ୍ଷେତ୍ରରେ ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଥିଲା, କିନ୍ତୁ ତାଙ୍କ ସରକାରଙ୍କ ଉଦ୍ୟମ ଯୋଗୁଁ ଏଥିରେ ସ୍ୱଦେଶୀ ଦକ୍ଷତା ବୃଦ୍ଧି ପାଇଛି। ଯବାନମାନଙ୍କ ସାହସକୁ ପ୍ରଶଂସା କରି ମୋଦି କହିଛନ୍ତି ଯେ ସେମାନଙ୍କ ସାମର୍ଥ୍ୟ ଓ ଶକ୍ତି ଦେଶରେ ଶାନ୍ତି ଓ ନିରାପତ୍ତାକୁ ସୁନିଶ୍ଚିତ କରିଛି ।
ଏହା ବି ପଢ଼ନ୍ତୁ | ‘‘ସରି… ଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର ଛାତ୍ରୀ
‘‘ମୁଁ ମୋ’ ପରିବାର ସହିତ ଦୀପାବଳି ପାଳନ କରିବାକୁ ଚାହୁଁଛି, ତେଣୁ ମୁଁ ଏହି ପର୍ବରେ ଆପଣମାନଙ୍କୁ ଭେଟିବାକୁ ଆସିଛି,’’ କହିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି । ପ୍ରଧାନ ମନ୍ତ୍ରୀ ହେବା ପରେ ମୋଦି ୨୦୧୪ ଦୀପାବଳୀରେ ସିଆଚୀନ ଗସ୍ତ କରିଥିଲେ । ସେବେଠାରୁ ପ୍ରତି ବର୍ଷ ଦିୱାଲୀରେ ସେ ଏକ ସୀମା ଅଞ୍ଚଳକୁ ଯାଇ ସୈନିକମାନଙ୍କୁ ଭେଟନ୍ତି ।
ଏହା ବି ପଢ଼ନ୍ତୁ | ନିଜ ସ୍ତ୍ରୀକୁ ଜଣେ ୫୫-ବର୍ଷୀୟ ବ୍ୟକ୍ତିକୁ ବିକିଦେଲା ବଲାଙ୍ଗିରର ଯୁବକ; ସେହି ଟଙ୍କାରେ ମୋବାଇଲ୍ ଫୋନ୍ କିଣିଲା
ଆଧିକାରିକ ସରକାରୀ ସଂସ୍ଥାମାନେ ନୋଶେରାର ଆର୍ମି ପୋଷ୍ଟରେ ଉପସ୍ଥିତ ଥିବା ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଫଟୋ ଶେୟାର କରିଛନ୍ତି । ସରକାରୀ ସୂତ୍ରରୁ ପ୍ରକାଶ ଯେ ଯେତେବେଳେ ମୋଦି ସକାଳେ ନିଜ ବାସଭବନରୁ ବାହାରିଥିଲେ, ସେଠାରେ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା ରହିଥିଲା ଓ ଟ୍ରାଫିକ ମାର୍ଗରେ କୌଣସି ପରିବର୍ତ୍ତନ କରାଯାଇ ନ ଥିଲା, ଯାହା ଦ୍ୱାରା ସାଧାରଣ ଲୋକେ ଅସୁବିଧାରେ ପଡ଼ି ନ ଥିଲେ । ବୁଧବାର ସେନା ମୁଖ୍ୟ ଜେନେରାଲ ଏମ.ଏମ୍. ନରଭାଣେ ରଜୌରୀ ସମେତ ସୀମାନ୍ତ ଅଞ୍ଚଳଗୁଡ଼ିକୁ ଏକ ବିମାନ ଯାତ୍ରା କରିଥିଲେ, ଯେଉଁଥିରେ ତାଙ୍କୁ ଜମ୍ମୁ ଅଞ୍ଚଳରେ ଲାଇନ୍ ଅଫ୍ କଣ୍ଟ୍ରୋଲର (ଏଲ୍.ଓ.ସି.) ସ୍ଥିତି ସହିତ ସୁରକ୍ଷା ପରିସ୍ଥିତି ବିଷୟରେ ଅବଗତ କରାଯାଇଥିଲା।
ଏହା ବି ପଢ଼ନ୍ତୁ | ମମିତା ମେହେରଙ୍କୁ ତଣ୍ଟି ଚିପି ମାରିବା ପରେ ମୃତ ଦେହକୁ JCBରେ ଖଣ୍ଡ ଖଣ୍ଡ କରିଥିଲା ଗୋବିନ୍ଦ ସାହୁ
ପୁଞ୍ଚ ଓ ରଜୌରୀ ଜିଲ୍ଲାର ଜଙ୍ଗଲରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନ ମଧ୍ୟରେ ଏହା ଥିଲା ସେନା ମୁଖ୍ୟଙ୍କର ପ୍ରାୟ ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ଜମ୍ମୁ ଗସ୍ତ । ଏହି ଅଭିଯାନ ସାମ୍ପ୍ରତିକ ସମୟର ସବୁଠାରୁ ଲମ୍ବା ଅଭିଯାନ, ଯାହା ଗୁରୁବାର ୨୬ତମ ଦିନ ପାଇଁ ଜାରି ରହିଛି ।
(ପି.ଟି.ଆଇ. ଇନପୁଟ୍ ସହିତ)ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।