ସୈନିକମାନଙ୍କ ସହ ଦୀପାବଳି ପାଳନ କଲେ PM ମୋଦୀ, ଚୀନ ଓ ପାକିସ୍ତାନକୁ ଆଙ୍ଗୁଳି ଦେଖାଇଲେ

PM Modi celebrates Diwali with soldiers: ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି ଯେ ସୈନିକମାନଙ୍କ ପାଖକୁ ଆସିବା ପରେ ହିଁ ତାଙ୍କର ଦିୱାଲୀ ପୂରା ହୁଏ । ଦେଶର ସୈନିକମାନଙ୍କୁ ସେ ତିନୋଟି ଉପଦେଶ ବି ଦେଇଛନ୍ତି । ଜାଣନ୍ତୁ ତାଙ୍କ ସମ୍ବୋଧନର ୧୦ଟି ବଡ଼ କଥା ।

ସୈନିକମାନଙ୍କ ସହ ଦୀପାବଳି ପାଳନ କଲେ PM ମୋଦୀ, ଚୀନ ଓ ପାକିସ୍ତାନକୁ ଆଙ୍ଗୁଳି ଦେଖାଇଲେ
ଲଙ୍ଗୱାଲାରେ ସୈନିକମାନଙ୍କୁ ସମ୍ବୋଧିତ କରୁଛନ୍ତି ମୋଦୀ ।
  • News18 Odia
  • Last Updated: November 14, 2020, 7:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲଙ୍ଗୱାଲା: ଭାରତର ଶତ୍ରୁମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ଶନିବାର କହିଛନ୍ତି ଯେ ଯଦି ଭାରତର ପରୀକ୍ଷା ନିଆଯାଏ ତାହେଲେ ତୀବ୍ର ଜବାବ ଦିଆଯିବ । ୨୦୧୪ରେ ପ୍ରଧାନ ମନ୍ତ୍ରୀ ମୋଦୀ କାର୍ଯ୍ୟଭାର ଗ୍ରହଣ କରିବା ଦିନ ଠାରୁ ପ୍ରତି ଦୀପାବଳି ସୈନିକମାନଙ୍କ ସହ ପାଳନ କରିଆସୁଛନ୍ତି । ଏ ଥର ସେ ଦୀପାବଳୀ ପାଳନ କରିବାକୁ ରାଜସ୍ଥାନର ଲଙ୍ଗୱାଲା (Longewala, Rajasthan) ଆଉଟପୋଷ୍ଟକୁ ଆସିଛନ୍ତି ।

ଅଗ୍ରିମ ଆଉଟପୋଷ୍ଟରେ ସୈନିକମାନଙ୍କୁ ସମ୍ବୋଧିତ କରି ମୋଦୀ କୌଣସି ଦେଶର ନାମ ନ ନେଇ ଚୀନକୁ ଟାର୍ଗେଟ କରି କହିଛନ୍ତି ଯେ ଆଜି ବିସ୍ତାରବାଦୀ ଶକ୍ତିମାନଙ୍କ ଯୋଗୁଁ ସମଗ୍ର ବିଶ୍ୱ ଚିନ୍ତିତ ଅଛି । ବିସ୍ତାରବାଦ ଏକ ପ୍ରକାର ‘‘ମାନସିକ ବିକୃତି’’ ଓ ଏହା ଅଷ୍ଟାଦଶ ଶତାବ୍ଦୀର ଚିନ୍ତାଧାରାକୁ ପ୍ରତିଫଳିତ କରେ ବୋଲି ସେ କହିଛନ୍ତି । ଏହି ଚିନ୍ତାଧାରା ବିରୋଧରେ ଭାରତ ଏକ ଶକ୍ତିଶାଳୀ ସ୍ୱର ପାଲଟିଛି ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ପାକିସ୍ତାନରେ ପୁଣି ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଗଲା; ଗଣେଶଙ୍କ ମୂର୍ତ୍ତି ଭାଙ୍ଗିଦିଆଗଲା VIDEO

ମୋଦୀଙ୍କ ସମ୍ବୋଧନର ୧୦ଟି ବିଶେଷ କଥା ପଢ଼ନ୍ତୁ:

୧. ପ୍ରଧାନ ମନ୍ତ୍ରୀ ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି ଯେ ଆଜି ଭାରତ ଆତଙ୍କବାଦୀ ଓ ସେମାନଙ୍କ ଗୁରୁମାନଙ୍କୁ ତାଙ୍କ ଘରେ ପଶି ହତ୍ୟା କରୁଛି । ଏହି ପଡ଼ୋଶୀ ଦେଶରେ ଆତଙ୍କବାଦୀ ଶିବିର ବିରୁଦ୍ଧରେ ବିମାନ ଓ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଉଛି ।

ସୈନିକମାନଙ୍କ ସହିତ ଦୀପାବଳୀ ପାଳନ କରୁଛନ୍ତି ମୋଦୀ ।


୨. ମୋଦୀ କହିଛନ୍ତି, ‘‘ଦୁନିଆର କୌଣସି ଶକ୍ତି ଆମର ସାହସୀ ସୈନିକମାନଙ୍କୁ ଦେଶର ସୀମାକୁ ରକ୍ଷା କରିବାରୁ ରୋକି ପାରିବ ନାହିଁ । ଆଜି ବିଶ୍ୱ ଏହା ଜାଣିଛି ଓ ବୁଝିପାରୁଛି ଯେ ଭାରତ ଯେକୌଣସି ମୂଲ୍ୟ ପ୍ରତିବଦଳରେ ନିଜର ସ୍ୱାର୍ଥକୁ ରକ୍ଷା କରିବ ।’’

ଏହା ବି ପଢ଼ନ୍ତୁ | ଅଭିନେତା ଆମିର୍ ଖାନଙ୍କ ଝିଅ ଇରା ଖାନ୍ କହିଲେ ୧୪ ବର୍ଷ ବୟସରେ ତାଙ୍କର ଯୌନ ଶୋଷଣ ହୋଇଥିଲା

୩. ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଅନ୍ୟମାନଙ୍କୁ ବୁଝିବା ଓ ସେମାନଙ୍କ ସହ ପାରସ୍ପରିକ ବୁଝାମଣା ଗଠନ କରିବା ନୀତିରେ ବିଶ୍ୱାସ କରେ । ‘‘କିନ୍ତୁ ଯଦି ଏହାର ପରୀକ୍ଷା ନିଆଯାଏ ତେବେ ତା’ର ଦୃଢ଼ ଉତ୍ତର ଦିଆଯିବ… ଯେଉଁମାନେ ଏହାକୁ ଚ୍ୟାଲେଞ୍ଜ କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ଉତ୍ତର ଦେବାକୁ ଭାରତର ଶକ୍ତି ଓ ରାଜନୈତିକ ଇଚ୍ଛାଶକ୍ତି ରହିଛି ।’’

୪. ପ୍ରଧାନ ମନ୍ତ୍ରୀ ଦେଶର ଦୃଢ଼ ସାମର୍ଥ୍ୟର ମହତ୍ତ୍ୱକୁ ସୂଚାଇ କହିଛନ୍ତି ଯେ ଆନ୍ତର୍ଜାତୀୟ ସହଯୋଗରେ ଯେତେ ଅଗ୍ରଗତି ହେଉନା କାହିଁକି ଓ ସମୀକରଣ ଯେତେ ବଦଳୁଥାଉ ନା କାହିଁକି ଆମେ କେବେ ବି ଭୁଲିବା ଉଚିତ ନୁହେଁ ଯେ ସତର୍କତା ହିଁ ସୁରକ୍ଷିତ ରହିବାର ରାସ୍ତା।

୫. ମୋଦୀ କହିଛନ୍ତି, "ବିଶ୍ୱର ଇତିହାସ ଆମକୁ କହୁଛି ଯେ କେବଳ ସେହି ଦେଶଗୁଡିକ ସୁରକ୍ଷିତ ରହିଛନ୍ତି ଓ କେବଳ ସେହି ରାଷ୍ଟ୍ରମାନେ ଆଗକୁ ବଢ଼ିଛନ୍ତି ଯେଉଁମାନେ ଆକ୍ରମଣକାରୀଙ୍କ ସହ ଲଢ଼ିବାର କ୍ଷମତା ରହିଛି । ସେ ସୈନିକମାନଙ୍କୁ କହିଥିଲେ, ‘‘ଆପଣମାନଙ୍କ ବୀରତ୍ୱକୁ ନମନ କରି ଆଜି ଭାରତର ୧୩୦ କୋଟି ଦେଶବାସୀ ଆପଣଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି । ଆଜି ପ୍ରତ୍ୟେକ ଭାରତୀୟ ତାଙ୍କ ସୈନିକମାନଙ୍କ ଶକ୍ତି ଓ ସାହସ ପାଇଁ ଗର୍ବିତ । ସେମାନେ ଆପଣମାନଙ୍କ ଅପରାଜେୟତା ପାଇଁ ଗର୍ବିତ ।’’



୬. ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସୈନିକମାନଙ୍କ ପାଖକୁ ଆସିବା ପରେ ହିଁ ତାଙ୍କର ଦିୱାଲୀ ସମ୍ପୂର୍ଣ୍ଣ ହୁଏ । ସେ କହିଛନ୍ତି, ‘‘ମୁଁ ଦୀପାବଳିରେ ଆପଣମାନଙ୍କ ଠାରୁ ନିଜକୁ ଦୂରେଇ ରଖି ପାରେ ନାହିଁ । ସେଇଥି ପାଇଁ ମୁଁ ଆପଣମାନଙ୍କ ସହିତ ଏଇଠି ଅଛି ।’’

ଏହା ବି ପଢ଼ନ୍ତୁ | ପୁଣି ବର୍ଷା-ଅନୁଭବ ବିବାଦ: ବର୍ଷା କହିଲେ ଘରୁ ବାହାର କରିଦେବାକୁ ଶାଶୁଘର ଲୋକେ ଯୋଜନା କରୁଛନ୍ତି

୭. ‘‘ମୁଁ ଯେତେ ଅଧିକ ସମୟ ଆପଣମାନଙ୍କ ସହିତ ବିତାଏ ଦେଶର ସେବା ତଥା ସୁରକ୍ଷା ପାଇଁ ମୋ’ର ସଂକଳ୍ପ ସେତିକି ଦୃଢ଼ ହୁଏ… ଆପଣମାନଙ୍କ ବଳିଦାନ ଦେଶକୁ ଶୃଙ୍ଖଳା ଓ ସେବାର ଭାବନା ଶିଖାଏ,’’ କହିଛନ୍ତି ମୋଦୀ ।

୮. ପ୍ରଧାନ ମନ୍ତ୍ରୀ ମୋଦୀ ସୈନିକମାନଙ୍କୁ କହିଛନ୍ତି, ‘‘ଆଜି ମୁଁ ଆପଣଙ୍କୁ ତିନୋଟି ଅନୁରୋଧ କରିବାକୁ ଚାହୁଁଛି । ପ୍ରଥମେ, କିଛି ନୂଆ (ଇନ୍ନୋଭେଟିଭ୍‌) କରିବାର ଅଭ୍ୟାସକୁ ନିଜ ଦୈନନ୍ଦିନ ଜୀବନର ଅଙ୍ଗ ବନାନ୍ତୁ । ଦ୍ୱିତୀୟରେ, ଯୋଗକୁ ଆପଣଙ୍କ ଜୀବନର ଏକ ଅଂଶ କରନ୍ତୁ । ତୃତୀୟତଃ ନିଜ ମାତୃଭାଷା, ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଅତି କମରେ ଆଉ ଏକ ଭାଷା ଶିଖନ୍ତୁ । ଆପଣ ଦେଖିବେ ଏହି କଥାଗୁଡ଼ିକ ଆପଣଙ୍କ ଭିତରେ ଏକ ନୂଆ ଶକ୍ତି ସଞ୍ଚାର କରିବ ।’’

ଏହା ବି ପଢ଼ନ୍ତୁ | Good Bye ସାମ୍ବାଦିକ ପ୍ରବୀର ପ୍ରଧାନ! ଖବର ଠୁଁ କ୍ଷୀପ୍ର ଥିଲା ତୁମ ଗତି, ସ୍ଚ୍ଛ ଥିଲା ତୁମ ହୃଦୟ; ତୁମେ ସଦା ମନେ ରହିବ

୯. ପ୍ରଧାନ ମନ୍ତ୍ରୀ ତାଙ୍କ ସରକାରଙ୍କ ଆତ୍ମନିର୍ଭରଶୀଳତା ଓ 'ଭୋକାଲ୍ ଫର୍ ଲୋକାଲ୍' ଅଭିଯାନ ବିଷୟରେ ବି କହିଛନ୍ତି । ସେ କହିଛନ୍ତି ଯେ ନିକଟରେ ଆମର ସେନା (Indian Army) ନିଷ୍ପତ୍ତି ନେଇଛି ଯେ ବିଦେଶରୁ ୧୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ଓ ଉପକରଣ ଆଉ ଅଣାଯିବ ନାହିଁ, ଯାହା ଏକ ପ୍ରଶଂସନୀୟ କଥା ।’’ ଲଙ୍ଗୱାୱାଲାର ମହାନ ଯୁଦ୍ଧକୁ ମନେ ପକାଇ ସେ କହିଛନ୍ତି ଯେ ସେହି ଯୁଦ୍ଧକୁ ରଣନୀତିକ ଯୋଜନା ଓ ସୈନିକମାନଙ୍କ ବୀରତ୍ୱର ପାଇଁ ସର୍ବଦା ମନେ ରଖାଯିବ ।

୧୦. ଏହି ଅବସରରେ ମୋଦୀ ୧୯୭୧ ମସିହାରେ ପାକିସ୍ତାନ ବିରୋଧରେ ହୋଇଥିବା ଯୁଦ୍ଧରେ ବ୍ରିଗେଡିଅର୍‌ କୁଲଦୀପ ସିଂ ଚାନ୍ଦପୁରୀଙ୍କ (Kuldeep Singh Chandpuri) ବୀରତ୍ୱକୁ ସଲାମ କରିଛନ୍ତି । ସେ କହିଛନ୍ତି ଯେ ୧୯୭୧ ମସିହାରେ ପାକିସ୍ତାନ ବିରୋଧରେ ହୋଇଥିବା ଯୁଦ୍ଧ ସେନା, ନୌସେନା ଓ ବାୟୁ ସେନା ମଧ୍ୟରେ ଆଦର୍ଶ ସମନ୍ୱୟର ଏକ ଉଦାହରଣ ଥିଲା । ୧୯୭୧ ଯୁଦ୍ଧରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା ।



୨୦୧୪ରେ ମୋଦୀଙ୍କ ସରକାର କ୍ଷମତାକୁ ଆସିବା ପର ଠାରୁ ସେ ପ୍ରତ୍ୟେକ ଦିୱାଲୀ ପୂର୍ବରୁ ସୈନିକମାନଙ୍କ ଆଉଟପୋଷ୍ଟ ପରିଦର୍ଶନ କରିଆସୁଛନ୍ତି । ଗତ ବର୍ଷ ଦୀପାବଳିରେ ସେ ରଜୌରୀ (Rajouri) ଯାଇଥିଲେ । ୨୦୧୮ରେ ସେ ଉତ୍ତରାଖଣ୍ଡ ଓ ୨୦୧୭ରେ ଗୁରେଜ ପରିଦର୍ଶନ କରିଥିଲେ ।
Published by: Anand Shankar Thankur Das
First published: November 14, 2020, 7:23 PM IST
corona virus btn
corona virus btn
Loading