ଲାଲକିଲ୍ଲାରୁ ଦେଶ ଉଦ୍ଦେଶ୍ୟ ୨ ଟି ବଡ଼ ଯୋଜନା ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ମୋଦି!

ଆଜି ପ୍ରଧାନମନ୍ତ୍ରୀ ମୋଦି ଭାରତରେ ସ୍ୱାସ୍ଥ୍ୟ ସେବାର ସମ୍ପ୍ରସାରଣ ପାଇଁ କିଛି ବଡ ଘୋଷଣା କରିପାରନ୍ତି। ଏଥିମଧ୍ୟରେ 'Heal in India' ଓ 'Heal from India' ଭଳି ଯୋଜନା ଅନ୍ତର୍ଭୁକ୍ତ।

ଲାଲକିଲ୍ଲା

ଲାଲକିଲ୍ଲା

  • Share this:
News18 Odia Digital

ନୂଆ ଦିଲ୍ଲୀ: ସୋମବାର ଭାରତ ଏହାର ୭୬ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ଏହାକୁ ସରକାର ସ୍ୱାଧୀନତାର ଅମୃତ ଉତ୍ସବ ଭାବରେ ପାଳନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଲାଲ କିଲ୍ଲାରୁ କ୍ରମାଗତ ନବମ ଥର ଜାତୀୟ ପତାକା ଉତ୍ତୋଳନ କରିବେ ଓ ଦେଶକୁ ସମ୍ବୋଧିତ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କିଛି ନୂତନ ଯୋଜନା ଆରମ୍ଭ କରିବେ ବୋଲି ଆଶା କରାଯାଉଛି।

ସୂଚନାନୁସାରେ, ଆଜି ପ୍ରଧାନମନ୍ତ୍ରୀ ମୋଦି ଭାରତରେ ସ୍ୱାସ୍ଥ୍ୟ ସେବାର ସମ୍ପ୍ରସାରଣ ପାଇଁ କିଛି ବଡ ଘୋଷଣା କରିପାରନ୍ତି। ଏଥିମଧ୍ୟରେ 'ହିଲ୍ ଇନ୍ ଇଣ୍ଡିଆ' ଓ 'ହିଲ୍ ଫ୍ରମ ଇଣ୍ଡିଆ' ଭଳି ଯୋଜନା ଅନ୍ତର୍ଭୁକ୍ତ। Heal in India ଚିକିତ୍ସା ପର୍ଯ୍ଯଟନ କ୍ଷେତ୍ର ବୃଦ୍ଧି ପାଇଁ  ଏକ ପ୍ରୟାସ। ଯେତେବେଳେ କି Heal from India ଭାରତୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ସେବାକୁ ଅନ୍ଯ ଦେଶରେ ପରିଚିତ କରାଇବ ।

ଏହାପୂର୍ବରୁ ରବିବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ ଗଣତନ୍ତ୍ରର ପ୍ରକୃତ ସମ୍ଭାବନାକୁ ଆବିଷ୍କାର କରିବାରେ ଭାରତ ବିଶ୍ୱକୁ ସାହାଯ୍ୟ କରିଛି।  ସେ କହିଛନ୍ତି ଯେ ଆଜି ଦେଶରେ ସମ୍ବେଦନଶୀଳତା ଓ କରୁଣାର ଜୀବନ ମୂଲ୍ୟବୋଧକୁ ପ୍ରାଧାନ୍ୟ ଦିଆଯାଉଛି। ଏହି ଜୀବନ ମୂଲ୍ୟବୋଧର ମୂଳ ଉଦ୍ଦେଶ୍ୟ ହେଉଛି ସମାଜର ବଞ୍ଚିତ, ଅଭାବୀ ତଥା ବଞ୍ଚିତ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା।
Published by:Soumya Das
First published: