News18 Odia Digital
ଲକ୍ଷ୍ନୋ: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟା ଗସ୍ତ କରିବେ। ସେ ୨୩ ଅକ୍ଟୋବରରେ ଅଯୋଧ୍ୟା ଯିବେ ଓ ଅପରାହ୍ନ ୫ଟାରେ ଶ୍ରୀ ରାମ ଜନ୍ମଭୂମିରେ ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ କରିବେ। ଏହା ପରେ ସେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପରିଦର୍ଶନ କରିବେ। ଏହି ସମୟରେ, ଅପରାହ୍ନ ୫.୪୦ରେ ପିଏମ୍ ମୋଦି ଶ୍ରୀ ରାମ କଥା ପାର୍କରେ ଭଗବାନ ଶ୍ରୀ ରାମଙ୍କ ରାଜ୍ୟାଭିଷେକର ସାକ୍ଷୀ ରହିବେ।
ପ୍ରଧାନମନ୍ତ୍ରୀ ମୋଦି ସନ୍ଧ୍ୟା ୬.୩୦ରେ ସରଜୁ ନଦୀର ନୂଆ ଘାଟରେ ଆରତୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଓ ସନ୍ଧ୍ୟା ୬.୪୦ରେ ଦୀପୋତ୍ସବରେ ଅଂଶଗ୍ରହଣ କରିବେ। ସେ ୭.୩୦ ରେ ଗ୍ରୀନ ଓ ଡିଜିଟାଲ୍ ଆତସବାଜି ଦେଖିବେ ।
ଏହି ସମୟରେ ଅଯୋଧ୍ୟାରେ କେତେ ଦୀପ ଜଳାଯିବ?ଏହି ବର୍ଷ ଦୀପାବଳିରେ ଅଯୋଧ୍ୟାରେ ୧୭ ଲକ୍ଷ ମାଟି ଦୀପ ଜଳାଯିବ। ଗତ ବର୍ଷ ସେଠାରେ ୯ ଲକ୍ଷ ମାଟି ଦୀପ ଜଳାଯାଇଥିଲା। ୨୦୨୦ ମସିହାରେ ସେଠାରେ ୫.୮୪ ଲକ୍ଷ ଦୀପ ଜଳାଯାଇଥିଲା।
ଅଯୋଧ୍ଯାର ଏକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ଅକ୍ଟୋବର ୨୧ରୁ ଦୀପ ଲଗାଇବା କାର୍ଯ୍ୟ ଆରମ୍ଭ ହେବ ଓ ଏଥିରେ ତେଲ ଢାଳିବା କାର୍ଯ୍ୟ ୨୨ ତାରିଖରୁ ଆରମ୍ଭ ହେବ। ୨୩ ତାରିଖ ସନ୍ଧ୍ୟାରେ କେବଳ ଦୀପ ପ୍ରଜ୍ବଳନ କାମ ବାକି ରହିବ। ସମସ୍ତ ସୁରକ୍ଷା ସମ୍ବନ୍ଧୀୟ ପ୍ରସ୍ତୁତି ମଧ୍ୟ କରାଯାଇଛି ଓ ସେଠାରେ ଥିବା ସ୍ୱେଚ୍ଛାସେବୀମାନଙ୍କ ପାଇଁ ସଂକ୍ଷିପ୍ତ ସୂଚନା ରଖାଯାଇଛି।
ଦୀପାବଳିରେ ପ୍ରଧାନମନ୍ତ୍ରୀ କେଉଁଠାରେ ରହିବେ?ପ୍ରତିବର୍ଷ ଦୀପାବଳି ଦିନ ଅର୍ଥାତ୍ ୨୪ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ମୋଦି ଜାମ୍ମୁ କାଶ୍ମୀରରେ ଭାରତୀୟ ସଶସ୍ତ୍ର ବାହିନୀର ସୈନିକମାନଙ୍କ ସହିତ ଦୀପାବଳି ପାଳନ କରିବେ। ଉଲ୍ଲେଖନୀୟ କଥା ହେଉଛି, ଗତ ୮ ବର୍ଷ ଧରି ପିଏମ ମୋଦି ସୈନିକମାନଙ୍କ ସହ ଦୀପାବଳି ପାଳନ କରିଆସୁଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।