News18 Odia Digital
ନ୍ୟୁ ୟର୍କ୍: ମିଳିତ ଜାତିସଙ୍ଘର ସାଧାରଣ ସଭାକୁ (UNGA) ସମ୍ବୋଧିତ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ପାକିସ୍ତାନ ଓ ଚୀନର ନାମ ନ ନେଇ ସେମାନଙ୍କ ପ୍ରତି ଭାରତର କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି । ପାକିସ୍ତାନର (Pakistan) ନାମ ନ ନେଇ ପ୍ରଧାନ ମନ୍ତ୍ରୀ ମୋଦି କହିଛନ୍ତି ଯେ ଯେଉଁ ଦେଶ ଆତଙ୍କବାଦକୁ ଏକ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରୁଛି, ତାକୁ ବୁଝିଯିବା ଉଚିତ ଯେ ଆତଙ୍କବାଦ ତା’ ପାଇଁ ବି ସମାନ ବିପଦ (PM Modi at UNGA)।
କେବଳ ଏତିକି ନୁହେଁ, ସମୁଦ୍ର ସୁରକ୍ଷା ଓ ବିସ୍ତାରବାଦ ବିଷୟରେ ପ୍ରଧାନ ମନ୍ତ୍ରୀ ମୋଦି କହିଛନ୍ତି ଯେ ସମୁଦ୍ର ହେଉଛି ସବୁ ଦେଶଙ୍କ ପାଇଁ ଏକ ସାଧାରଣ ଐତିହ୍ୟ ଓ ସଂସାଧନ, ଆଉ ସମସ୍ତେ ମିଶି ସମୁଦ୍ରକୁ ରକ୍ଷା କରିବା ଆବଶ୍ୟକ । ମିଳିତ ଜାତିସଙ୍ଘର ସାଧାରଣ ସଭାର ୭୬ତମ ଅଧିବେଶନକୁ ସମ୍ବୋଧିତ କରି ପ୍ରଧାନ ମନ୍ତ୍ରୀ ମୋଦି କହିଛନ୍ତି, ‘‘ଆଫଗାନିସ୍ତାନର ମାଟି ଯେମିତି ଆତଙ୍କବାଦର ବିସ୍ତାର ପାଇଁ ବ୍ୟବହୃତ ନ ହେବ ଓ ସେଠାରେ କୌଣସି ଆତଙ୍କବାଦୀ ଘଟଣା ନ ହେବ ତାହା ସୁନିଶ୍ଚିତ କରାଯିବା ଜରୁରୀ । ଆମକୁ ମଧ୍ୟ ସତର୍କ ରହିବାକୁ ପଡି଼ବ ଯେ ସେଠାରେ ଥିବା ସୂକ୍ଷ୍ମ ପରିସ୍ଥିତିକୁ କୌଣସି ଦେଶ ନିଜ ସ୍ୱାର୍ଥର ଉପକରଣ ଭାବରେ ବ୍ୟବହାର ନ କରୁ ।’’
ଏହା ବି ପଢ଼ନ୍ତୁ | ଡଙ୍ଗା ବୁଡ଼ି ଓ ସାମ୍ବାଦିକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହେଲା; ‘ହାତୀକୁ ଘଉଡ଼ାଇବା ଅନାବଶ୍ୟକ ଥିଲା’ଇଶାରା ଇଶାରାରେ ମୋଦି ପାକିସ୍ତାନକୁ ଖୁବ୍ ସମାଲୋଚନା କରିଛନ୍ତି । ‘‘ଆତଙ୍କବାଦକୁ ରାଜନୈତିକ ଉପକରଣ ଭାବରେ ବ୍ୟବହାର କରୁଥିବା ଦେଶମାନେ ହୁଏତ ଭୁଲିଯାଉଛନ୍ତି ଯେ ଆତଙ୍କବାଦ ସେମାନଙ୍କ ପାଇଁ ବି ସମାନ ବିପଦ। ଆମେ ଏହି ସମୟରେ ଆଫଗାନିସ୍ତାନର ଜନତାକୁ, ବିଶେଷତଃ ସେଠାକାର ମହିଳା, ଶିଶୁ ଓ ସଂଖ୍ୟାଲଘୁଙ୍କୁ, ସାହାଯ୍ୟ କରିବା ଦରକାର । ଏଥିରେ ଆମକୁ ନିଜ ଦାୟିତ୍ ପୂରଣ କରିବାକୁ ପଡି଼ବ,’’ କହିଛନ୍ତି ମୋଦି ।
ଏହା ବି ପଢ଼ନ୍ତୁ | ମିଳିଲା ନିଖୋଜ ଓଡ୍ରାଫ ଯବାନଙ୍କ ମୃତ ଦେହ; ମହାନଦୀରେ ଫସିଥିବା ହାତୀର ଏ ଯାଏଁ ପତ୍ତା ମିଳୁନିଏଇଠି ଦେଖନ୍ତୁ ମୋଦିଙ୍କ ଭାଷଣ:
ଏହା ବି ପଢ଼ନ୍ତୁ | UPSC ସିଭିଲ ସର୍ଭିସେଜ୍ ଫଳ ବାହାରିଲା; ଟପ୍ପର କହିଲେ: ‘ମୋତେ ଲାଗୁଥିଲା ମୁଁ ଭୁଲ୍ ଲିଷ୍ଟ ଦେଖୁଛି!ପ୍ରଧାନମନ୍ତ୍ରୀ ମୋଦି ଇଶାରା ଇଶାରାରେ ଚୀନ୍ ଉପରେ ବି ଦୃଢ଼ ଭାବରେ ଆକ୍ରମଣାତ୍ମକ ସମାଲୋଚନା କରିଛନ୍ତି । ସମୁଦ୍ର ଦେଇ ହେଉଥିବା ବାଣିଜ୍ୟ ବିଷୟରେ ପ୍ରଧାନ ମନ୍ତ୍ରୀ କହିଛନ୍ତି, ‘‘ସମୁଦ୍ର ହେଉଛି ଆମ ସମସ୍ତଙ୍କର ଏକ ସାଧାରଣ ଐତିହ୍ୟ । ସେଥି ପାଇଁ ଆମକୁ ଯତ୍ନ ନେବାକୁ ପଡି଼ବ ଯେ ଆମେ ସମୁଦ୍ରର ସମ୍ବଳ ବ୍ୟବହାର କରିବା, ତା’ର ଅପବ୍ୟବହାର କରିବା ନାହିଁ । ସମୁଦ୍ର ହେଉଛି ଆନ୍ତର୍ଜାତୀୟ ବାଣିଜ୍ୟର ଲାଇଫ୍ ଲାଇନ୍ । ଏହାକୁ ବିସ୍ତାରବାଦୀ ଯୁଦ୍ଧରୁ ଦୂରରେ ରଖିବାକୁ ପଡି଼ବ । ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ଏହାକୁ ରକ୍ଷା କରିବା ପାଇଁ ଆନ୍ତର୍ଜାତୀୟ ସମ୍ପ୍ରଦାୟକୁ ସ୍ୱର ଉତ୍ତୋଳନ କରିବାକୁ ପଡି଼ବ ।’’
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।