ନିୟମ ଉପରେ PM ମୋଦି ମଧ୍ୟ ନୁହେଁ; ଆଣ୍ଠୁ ମାଡ଼ି ମାଗିଲେ କ୍ଷମା

ଶୁକ୍ରବାର ଦିନ ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ରାଲି ହୋଇଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଠିକ୍ ସମୟରେ ପହଞ୍ଚି ପାରିନଥିଲେ। ରାତି ୧୦ଟାରେ ସେଠାରେ ପହଞ୍ଚିଥିଲେ ମୋଦି।

ନିୟମ ଉପରେ PM ମୋଦି ମଧ୍ୟ ନୁହେଁ

ନିୟମ ଉପରେ PM ମୋଦି ମଧ୍ୟ ନୁହେଁ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Narendra Modi Video: ଶୁକ୍ରବାର ଦିନ ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ରାଲି ଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଠିକ୍ ସମୟରେ ପହଞ୍ଚି ପାରିନଥିଲେ।

ରାଲି ପାଇଁ ପ୍ରଧାନମନ୍ତ୍ରୀ ମୋଦି ରାତି ୧୦ଟାରେ ସେଠାରେ ପହଞ୍ଚିଥିଲେ। ସେପଟେ ବହୁ ଲୋକ ତାଙ୍କ କଥା ଶୁଣିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।

ମୋଦି ନିଜର ଏହି ଭୁଲ ପାଇଁ ମଞ୍ଚ ଉପରେ ଆଣ୍ଠୁ ମାଡ଼ି ବସି ସବୁ ଲୋକଙ୍କୁ କ୍ଷମା ମାଗିଥିଲେ। ଯାହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି।

ମାଇକ୍ ଓ ଲାଉଡ ସ୍ପିକର ବିନା ମୋଦି କହିଥିଲେ, ‘‘ମୁଁ ପହଞ୍ଚିବାରେ ବିଳମ୍ବ କରିଛି। ରାତି ୧୦ଟା ହୋଇଛି। ମୋର ବିବେକ କହୁଛି ଯେ ମୁଁ ନିୟମ ପାଳନ କରିବା ଜରୁରୀ। ତେଣୁ ମୁଁ ଆପଣଙ୍କ ସାମ୍ନାରେ କ୍ଷମା ପ୍ରାର୍ଥନା କରୁଛି।"
Published by:Lipina Das
First published: