ଆଗାମୀ ଦିନରେ ଭାରତରେ ନିର୍ମାଣ ହେବ ବିଶ୍ୱର ସର୍ବବୃହତ ଯାତ୍ରୀବାହୀ ବିମାନ: ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ଭାରତୀୟ ବାୟୁସେନା ପାଇଁ C-295 ମଧ୍ୟମ ପରିବହନ ବିମାନ ଉତ୍ପାଦନ ସୁବିଧା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପରେ କହିଛନ୍ତି, ଭାରତ ବର୍ତ୍ତମାନ ପରିବହନ ବିମାନର ଏକ ପ୍ରମୁଖ ନିର୍ମାଣକାରୀ ହେବ ।

ଆଗାମୀ ଦିନରେ ଭାରତରେ ନିର୍ମାଣ ହେବ ବିଶ୍ୱର ସର୍ବବୃହତ ଯାତ୍ରୀବାହୀ ବିମାନ: ପିଏମ ମୋଦି

ଆଗାମୀ ଦିନରେ ଭାରତରେ ନିର୍ମାଣ ହେବ ବିଶ୍ୱର ସର୍ବବୃହତ ଯାତ୍ରୀବାହୀ ବିମାନ: ପିଏମ ମୋଦି

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ଭଦୋଦରା ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ଭାରତୀୟ ବାୟୁସେନା ପାଇଁ C-295 ମଧ୍ୟମ ପରିବହନ ବିମାନ ଉତ୍ପାଦନ ସୁବିଧା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପରେ କହିଛନ୍ତି, ଭାରତ ବର୍ତ୍ତମାନ ପରିବହନ ବିମାନର ଏକ ପ୍ରମୁଖ ନିର୍ମାଣକାରୀ ହେବ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତରେ ଉତ୍ପାଦନ ସମେତ ଅନ୍ୟାନ୍ୟ କ୍ଷେତ୍ରଗୁଡିକରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଘଟୁଛି, କାରଣ ବର୍ତ୍ତମାନର ସରକାରଙ୍କ ନୀତି ସ୍ଥିର, ପୂର୍ବାନୁମାନଯୋଗ୍ୟ ଏବଂ ଭବିଷ୍ୟମୁଖୀ ଅଟେ । ଗୁଜୁରାଟର ଭଦୋଦରା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଭାରତ ଏକ ନୂତନ ଚିନ୍ତାଧାରା ଏବଂ ଏକ ନୂତନ କାର୍ଯ୍ୟ ସଂସ୍କୃତି ସହିତ କାର୍ଯ୍ୟ କରୁଛି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭଦୋଦରାରେ ସି- ୨୯୫ ବିମାନ ଉତ୍ପାଦନ କେବଳ ସେନାକୁ ଶକ୍ତି ଦେବ ନାହିଁ ବରଂ ଏହା ଏରୋସ୍ପେସ ଇକୋସିଷ୍ଟମ ମଧ୍ୟ ସୃଷ୍ଟି କରିବ। ଏଥି ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଅବସରକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ଭାରତର ଏକ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି । ଏହି ବିମାନର ଉତ୍ପାଦନ ଟାଟା ଗ୍ରୁପ୍ ଏବଂ ୟୁରୋପୀୟ ଏରୋସ୍ପେସ୍ କମ୍ପାନୀ ଏୟାରବସର ସହଯୋଗରେ ହେବ । ଦେଶରେ ଏହା ହେଉଛି ନିଜର ପ୍ରଥମ ପ୍ରକଳ୍ପ ଯେଉଁଥିରେ ଏକ ଘରୋଇ କମ୍ପାନୀ ଦ୍ୱାରା ଏକ ସାମରିକ ବିମାନ ଉତ୍ପାଦନ ହେବ । ଏହି ପ୍ଲାଣ୍ଟରେ ନିର୍ମାଣ ହେବାକୁ ଥିବା ମଧ୍ୟମ ପରିବହନ ବିମାନ ଭାରତୀୟ ବାୟୁସେନାକୁ ଯୋଗାଇ ଦିଆଯିବ । ଏହା ବ୍ୟତୀତ ଏହି ବିମାନଗୁଡିକ ବିଦେଶୀ ବଜାରକୁ ମଧ୍ୟ ପଠାଯିବ ।

ଚାରି ବର୍ଷ ମଧ୍ୟରେ ୧୬ ଟି ବିମାନ ହସ୍ତାନ୍ତର କରାଯିବ । ଗତ ବର୍ଷ ସେପ୍ଟେମ୍ବରରେ ଭାରତ ବାୟୁସେନାର ପୁରୁଣା ପରିବହନ ବିମାନ Avro-748 କୁ ବଦଳାଇବା ପାଇଁ ଏୟାରବସରୁ 56 C-295 ବିମାନ କ୍ରୟ ପାଇଁ ପ୍ରମୁଖ ବିମାନ ନିର୍ମାତା ଏୟାରୱସ୍ ଡିଫେନ୍ସ ଏବଂ ସ୍ପେସ୍ ସହିତ ୨୧,୯୩୫ କୋଟି ଟଙ୍କା ଚୁକ୍ତି କରିଥିଲା । ଏହି ଚୁକ୍ତିନାମା ଅନୁଯାୟୀ, ଏୟାରୱସ୍ ସ୍ପେନର ସେଭିଲରେ ଥିବା ନିଜ ଆସେମ୍ବଲି ୟୁନିଟରୁ ୧୬ ଟି ବିମାନକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି ଚାରି ବର୍ଷ ମଧ୍ୟରେ ଭାରତକୁ ହସ୍ତାନ୍ତର କରିବ । ଅବଶିଷ୍ଟ ୪୦ ଟି ବିମାନ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ (TASL) ର ସହଯୋଗରେ ଭାରତରେ ନିର୍ମାଣ ହେବ ।
Published by:Soubhagya Mishra
First published: