News 18 Odia Digital
ନୂଆଦିଲ୍ଲୀ : ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ଆଜି ନିଜ ରାଜ୍ୟରେ ପହଞ୍ଚିବା ପରେ ସେ ସାବରମତି ନଦୀ କୂଳ ନିକଟରେ ଥିବା ଏଲିସ୍ ବ୍ରିଜ୍ ଏବଂ ସର୍ଦ୍ଦାର ବ୍ରିଜ୍ ମଧ୍ୟରେ ପ୍ରତିଷ୍ଠିତ ଅଟଳ ପୁଲ୍ (ଫୁଟ୍ ଓଭର ବ୍ରିଜ୍)ର ଉଦଘାଟନ କରିବେ । ANI ମୁତାବକ ଗତ ସପ୍ତାହରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କଲାବେଳେ ଅହମ୍ମଦାବାଦର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ସାବରମତି ନଦୀ କୂଳ ମଧ୍ୟ ଏକ ଦଶନ୍ଧି ପୂରଣ କରିଛି । ପର୍ଯ୍ୟଟକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏଲିସ୍ ବ୍ରିଜ୍ ଏବଂ ସର୍ଦ୍ଦାର ବ୍ରିଜ୍ ମଧ୍ୟରେ ଫୁଟ ଓଭର ବ୍ରିଜ୍ ନିର୍ମାଣ ସହିତ ଆଉ ଏକ ଆକର୍ଷଣ ଯୋଡି ହୋଇଛି । ଏହି ୩୦୦ମିଟର ସେତୁ ସାବରମତି ନଦୀ କୂଳର ପୂର୍ବ ଓ ପଶ୍ଚିମ ପାର୍ଶ୍ୱକୁ ସଂଯୋଗ କରୁଛି ।
ଏହି ସେତୁ ମଲ୍ଟି ଲେଭଲ୍ କାର୍ ପାର୍କିଂ ଓ ନଦୀର ପୂର୍ବ ଏବଂ ପଶ୍ଚିମ କୂଳକୁ ପହଞ୍ଚିବା ପାଇଁ ସୁବିଧା କରିବ । ଲୋକମାନେ ପୂର୍ବ ପାର୍ଶ୍ୱରେ ଥିବା ମଲ୍ଟିଲେଭେଲ୍ କାର୍ ପାର୍କିଂରୁ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରୁ ପଶ୍ଚିମ ପାର୍ଶ୍ୱରେ ଥିବା ଫ୍ଲାୱାର ପାର୍କ ଏବଂ ଇଭେଣ୍ଟ ଗ୍ରାଉଣ୍ଡକୁ ସହଜରେ ଯିବାକୁ ସମର୍ଥ ହେବେ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, ଏହି ନଦୀବନ୍ଧ ପାର୍କ ଏକ ପର୍ଯ୍ୟଟନ ସ୍ଥାନ ଭାବରେ ମାନ୍ୟତା ପାଇଛି । ସେତୁ ନିର୍ମାଣର ମୋଟ ମୂଲ୍ୟ ହେଉଛି ୭୪,୨୯ ଲକ୍ଷ କୋଟି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀରେ ୨୫ ଡିସେମ୍ବରରେ ଏହାର ନାମ ଅଟଳ ବ୍ରିଜ ଭାବରେ ଘୋଷଣା କରାଯାଇଥିଲା ।
ଉଲ୍ଲେଖନୀୟ ବିଷୟ ହେଉଛି, ଏହି ସାବରମତି ରିଭରଫ୍ରଣ୍ଟ ଅହମ୍ମଦାବାଦ ସହର ଦେଇ ପ୍ରବାହିତ ସାବରମତି ନଦୀ କୂଳରେ ନିର୍ମିତ ହୋଇଛି । ଆକର୍ଷଣୀୟ ଡିଜାଇନ୍ ଏବଂ ଏଲଇଡି ଲାଇଟ୍ ସହିତ ସଜ୍ଜିତ ଏହି ବ୍ରିଜ୍ ପ୍ରାୟ ୩୦୦ ମିଟର ଲମ୍ବ ଏବଂ ୧୪ ମିଟର ଚଉଡା । ପଥଚାରୀଙ୍କ ବ୍ୟତୀତ ସାଇକେଲ ଚାଳକମାନେ ମଧ୍ୟ ଏହି ସେତୁ ବ୍ୟବହାର କରି ନଦୀ ପାର ହୋଇ ପାରିବେ । ଏହି ସେତୁ ନିର୍ମାଣରେ ୨୬୦୦ ମେଟ୍ରିକ୍ ଟନ୍ ଷ୍ଟିଲ୍ ପାଇପ୍ ବ୍ୟବହୃତ ହୋଇଛି ଏବଂ ରେଲିଂ କାଚ ଏବଂ ଷ୍ଟିଲରେ ନିର୍ମିତ ହୋଇଛି ।
ଏହା ହେଉଛି ପିଏମଙ୍କ କାର୍ଯ୍ୟକ୍ରମଦୁଇ ଦିନିଆ ଗୁଜୁରାଟ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସାବରମତି ନଦୀ କୂଳରେ ଖଦି ପର୍ବକୁ ସମ୍ବୋଧିତ କରିବେ । ଅଗଷ୍ଟ ୨୮ ରେ, ସକାଳ ପ୍ରାୟ ୧୦ ଟା ସମୟରେ ପ୍ରଧାନମନ୍ତ୍ରୀ ଭୁଜରେ ମେମୋରିଆଲ୍ ଭ୍ୟାନ ସ୍ମାରକୀ ଉଦ୍ଘାଟନ କରିବେ । ଏହା ପରେ, ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ଭୁଜରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ। ଏହା ସହିତ ପ୍ରଧାନମନ୍ତ୍ରୀ ଭାରତରେ ସୁଜୁକିର ୪୦ ବର୍ଷ ପୂର୍ତ୍ତି ସ୍ମୃତି ଉଦ୍ଦେଶ୍ୟରେ ଗାନ୍ଧିନଗରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।