News18 Odia DigitalGovernment Scheme: କୃଷକଙ୍କ ବ୍ୟତୀତ ସରକାର ବିବାହିତ ମହିଳା(Married Women)ଙ୍କ ପାଇଁ ଏହି ଯୋଜନା ଘୋଷଣା କରିଛନ୍ତି। ଦେଶର ମହିଳାମାନଙ୍କ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏକ ଯୋଜନା ବିଷୟରେ କହିବୁ, ଯେଉଁଥିରେ ମହିଳା ସରକାରଙ୍କଠାରୁ ୬୦୦୦ ଟଙ୍କା ପାଇବେ। କେବଳ ବିବାହିତ ମହିଳାମାନେ ଏହାର ଲାଭ ପାଇବେ।
ଏହି ସରକାରୀ ଯୋଜନାର ନାମ ହେଉଛି ମାତୃଭା ବନ୍ଦନା ଯୋଜନା(Pm Matritva Vandana Yojona)। ଏଥିରେ ଗର୍ଭବତୀ ମହିଳାଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ମହିଳା ଏବଂ ତାଙ୍କ ଜନ୍ମିତ ସନ୍ତାନର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଏହି ସାହାଯ୍ୟ ଦିଆଯାଏ। ଜନ୍ମ ହୋଇଥିବା ପିଲାମାନେ ଯେପରି ପୁଷ୍ଟିହୀନତା ଓ କୌଣସି ପ୍ରକାରର ରୋଗରେ ପୀଡିତ ନ ହେବେ ସେଥିପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି।
ଯୋଜନାର ଲାଭ- ଗର୍ଭବତୀ ମହିଳାଙ୍କ ବୟସ ଅତିକମରେ ୧୯ ବର୍ଷ ହେବା ଉଚିତ୍
-ଏହି ଯୋଜନାରେ ଆପଣଙ୍କୁ କେବଳ ଅଫଲାଇନରେ ଆବେଦନ କରିବାକୁ ପଡିବ।
-ସରକାର ୩ଟି କିସ୍ତିରେ ମହିଳାଙ୍କ ଆକାଉଣ୍ଟକୁ ୬୦୦୦ ଟଙ୍କା ଟ୍ରାନ୍ସଫର କରିବେ।
- ଏହି ଯୋଜନା ଜାନୁଆରୀ ୨୦୧୭ ରେ ଆରମ୍ଭ ହୋଇଥିଲା।
'OSCAR' ମଞ୍ଚରେ ଫିଲ୍ମ ନିର୍ମାତାଙ୍କୁ କହିବାକୁ ମିଳିଲାନି ସୁଯୋଗ; ବିଗିଡ଼ିଲା ସ୍ୱାସ୍ଥ୍ଯଟଙ୍କା କିପରି ପାଇବେ?ଏହି ଯୋଜନାରେ ମହିଳାମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୧୦୦୦ ଟଙ୍କା, ଦ୍ୱିତୀୟ ପର୍ଯ୍ୟାୟରେ ୨୦୦୦ ଟଙ୍କା ଏବଂ ତୃତୀୟ ପର୍ଯ୍ୟାୟରେ ଗର୍ଭବତୀ ମହିଳାଙ୍କୁ ୨୦୦୦ ଟଙ୍କା ପ୍ରଦାନ କରାଯାଇଛି। ଶିଶୁର ଜନ୍ମ ସମୟରେ ଅବଶିଷ୍ଟ ୧୦୦୦ ଟଙ୍କା ଡାକ୍ତରଖାନାରୁ ମିଳିଥାଏ।
ଆପଣ ହେଲ୍ପଲାଇନ ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ।କେନ୍ଦ୍ର ସରକାରଙ୍କଠାରୁ ପ୍ରାପ୍ତ ରାଶି ଗର୍ଭବତୀ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ହସ୍ତାନ୍ତର କରାଯିବ। ଯଦି ଆପଣ ଏ ବାବଦରେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣ ହେଲ୍ପଲାଇନ ନମ୍ବର 7998799804 ରେ ଯୋଗାଯୋଗ କରିପାରିବେ।
Pitra Dosh: ପିତୃ ଦୋଷ ଲାଗିଲେ ମିଳେ ଏହି ସଙ୍କେତ; ଜାଣନ୍ତୁ ମୁକ୍ତି ଉପାୟ
ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରନ୍ତୁଆପଣ ଅଫିସିଆଲ୍ ୱେବସାଇଟ୍ https://wcd.nic.in/schemes/pradhan-mantri-matru-vandana-yojana ସହିତ ଯୋଗାଯୋଗ କରିପାରିବେ। ଏଠାରେ ଆପଣ ଏହି ଯୋଜନା ବିଷୟରେ ସମସ୍ତ ସୂଚନା ପାଇବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।