News 18 Odia Digital
PM Kisan Yojana
: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଦ୍ୱାଦଶ କିସ୍ତି ଆପଣଙ୍କ ଆକାଉଣ୍ଟରେ ପହଞ୍ଚି ସାରିଛି ଓ ବର୍ତ୍ତମାନ ୧୩ ତମ କିସ୍ତି ପାଇଁ ଅପେକ୍ଷା ଆରମ୍ଭ ହୋଇଛି । ଏହି ସମୟରେ ସରକାର ଚାଷୀଙ୍କୁ ଏକ ବଡ ଅପଡେଟ ଦେଇଛନ୍ତି ଓ କହିଛନ୍ତି ଯେ ଯଦି ଆପଣ ନୂତନ ନିୟମ ପାଳନ କରୁ ନାହାଁନ୍ତି, ତେବେ ୧୩ ତମ କିସ୍ତିରେ ସମସ୍ୟା ହୋଇପାରେ । ଦେଶର ପ୍ରାୟ ୮ କୋଟି କୃଷକ ଦ୍ୱାଦଶ କିସ୍ତି ପାଇଁ ଟଙ୍କା ପାଇଥିବାବେଳେ ୨ କୋଟିରୁ ଅଧିକ ଚାଷୀ ସେମାନଙ୍କ କିସ୍ତି ପାଇଁ ଅପେକ୍ଷା କରିଛନ୍ତି ।
ଯଦି ଆପଣ ଚାହୁଁଛନ୍ତି ୧୩ ତମ କିସ୍ତିର ଟଙ୍କା ଅଟକି ନଯାଉ, ତେବେ ଆପଣ ନୂଆ ନିୟମକୁ ବହୁତ ଭଲ ଭାବରେ ଅନୁସରଣ କରିବା ଉଚିତ୍ । ସରକାର କହିଛନ୍ତି ଯେ ବର୍ତ୍ତମାନ କୃଷକଙ୍କୁ ପଞ୍ଜୀକରଣ ପାଇଁ ରାସନ କାର୍ଡର ଏକ ସପ୍ଟ କପି ଦେବାକୁ ପଡିବ । ବର୍ତ୍ତମାନ ହାର୍ଡ କପି ଦେବାର କୌଣସି ଆବଶ୍ୟକତା ନାହିଁ ଏବଂ ଏହି ସଫ୍ଟ କପିକୁ ପିଡିଏଫ୍ କରି ପୋର୍ଟାଲରେ ଅପଲୋଡ୍ କରିଦିଆ ଯିବ । ଏହା ସହିତ, ଇ-KYC କରିବା ମଧ୍ୟ ଆବଶ୍ୟକ ହେବ । ଏହି ଦୁଇଟି ଡକ୍ୟୁମେଣ୍ଟ୍ ବିନା ୧୩ ତମ କିସ୍ତି ପାଇଁ ଟଙ୍କା ପାଇବା କଷ୍ଟକର ହେବ ।
ପୂର୍ବରୁ ପ୍ରକ୍ରିୟା କ’ଣ ଥିଲାବର୍ତ୍ତମାନ ପର୍ଯ୍ୟନ୍ତ କୃଷକମାନଙ୍କୁ ସେମାନଙ୍କ ପଞ୍ଜୀକରଣ କାର୍ଯ୍ୟ କରିବା ପାଇଁ ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଓ ଘୋଷଣା ପତ୍ରର ହାର୍ଡ କପି ଦାଖଲ କରିବାକୁ ପଡୁଥିଲା । ବର୍ତ୍ତମାନ ଏହି ପ୍ରକ୍ରିୟା ଶେଷ ହୋଇଛି ଓ କେବଳ ସଫ୍ଟ କପି ଦାଖଲ କରିବାକୁ ପଡିବ । ବର୍ତ୍ତମାନ ଏହି ନିୟମ ସହିତ ସ୍ୱଚ୍ଛତା ମଧ୍ୟ ବୃଦ୍ଧି ପାଇବ । ଅନେକ କୃଷକ ଏପର୍ଯ୍ୟନ୍ତ ଦ୍ୱାଦଶ କିସ୍ତି ପାଇଁ ଟଙ୍କା ମଧ୍ୟ ପାଇନାହାଁନ୍ତି ।
ଏହି ଡକ୍ୟୁମେଣ୍ଟ୍ ମଧ୍ୟ ଆବଶ୍ୟକପ୍ରଧାନମନ୍ତ୍ରୀ କିସାନ ଯୋଜନାର ଲାଭ ଉଠାଇବା ପାଇଁ ସରକାର ଆହୁରି କିଛି ଦଲିଲ ପ୍ରସ୍ତୁତ କରିଛନ୍ତି । ସରକାର କହିଛନ୍ତି ଯେ କୃଷକମାନଙ୍କ ପାଇଁ ଆଧାର ରହିବା ଆବଶ୍ୟକ, ଆଧାର ବିନା ଚାଷୀଙ୍କୁ ଏହାର ସୁବିଧା ଦିଆଯାଇ ପାରିବ ନାହିଁ । ଅଧିକାଂଶ କୃଷକ, ଯେଉଁମାନେ କି ଏହି ସମୟରେ କିସ୍ତି ଟଙ୍କା ପାଇନାହାଁନ୍ତି, ସେମାନଙ୍କ ମଧ୍ୟରୁ ଅନେକଙ୍କର ଦଲିଲ ଅସମ୍ପୂର୍ଣ୍ଣ ରହିଛି ଏବଂ ସେମାନଙ୍କୁ ସେମାନଙ୍କର ଡକୁମେଣ୍ଟ ଅପଡେଟ କରିବାକୁ କୁହାଯାଇଛି ।
କିସାନ୍ କ୍ରେଡିଟ୍ କାର୍ଡ ପାଇବା ହେଲା ସହଜକୃଷକଙ୍କ ସୁବିଧା ପାଇଁ ସରକାର କିସାନ କ୍ରେଡିଟ କାର୍ଡକୁ ପିଏମ କିସାନ ଯୋଜନା ସହିତ ଯୋଡିଛନ୍ତି । ଏଭଳି ପରିସ୍ଥିତିରେ କୃଷକମାନଙ୍କ ପାଇଁ କେସିସି ଅର୍ଥାତ୍ କିସାନ୍ କ୍ରେଡିଟ୍ କାର୍ଡ ପାଇବା ସହଜ ହୋଇଛି । ପିଏମ କିସାନ ଯୋଜନା ସହିତ ଜଡିତ କୃଷକମାନେ ସହଜରେ କେସିସି ପାଇଥାନ୍ତି । ଏଥିରେ ସୁଧ ହାର ବହୁତ କମ୍ ଓ ବ୍ୟାଙ୍କଗୁଡିକ ମଧ୍ୟ ସ୍ୱଳ୍ପ ସୁଧରେ କୃଷକମାନଙ୍କୁ ସହଜ ଋଣ ପ୍ରଦାନ କରନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।