PM Kisan: ଏହି କୃଷକଙ୍କ ଆକାଉଣ୍ଟରେ ଆସିବ ନାହିଁ ସମ୍ମାନ ନିଧିର ଟଙ୍କା; ଯାଞ୍ଚ କରନ୍ତୁ ଏହି ଲିଷ୍ଟ!

ଗଣମାଧ୍ୟମ ରିପୋର୍ଟରେ ଏହା ଆଶା କରାଯାଉଛି ଯେ ଏହି ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ୨୦୦୦ ଟଙ୍କା ଲେଖାଏଁ କିସ୍ତି ସମସ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ । କିନ୍ତୁ ଅନେକ କୃଷକ ଏପରି ଅଛନ୍ତି ଯେଉଁମାନଙ୍କୁ ଏହି ସ୍କିମର ଲାଭ ମିଳିବ ନାହିଁ । ଜାଣନ୍ତୁ କାହାକୁ ଲାଭ ମିଳିବ ନାହିଁ..

PM Kisan: ଏହି କୃଷକଙ୍କ ଆକାଉଣ୍ଟରେ ଆସିବ ନାହିଁ ସମ୍ମାନ ନିଧିର ଟଙ୍କା; ଯାଞ୍ଚ କରନ୍ତୁ ଏହି ଲିଷ୍ଟ!
ଏହି କୃଷକଙ୍କ ଆକାଉଣ୍ଟରେ ଆସିବ ନାହିଁ ସମ୍ମାନ ନିଧିର ଟଙ୍କା
  • News18 Odia
  • Last Updated: April 12, 2021, 3:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର (PM Kisan Samman Nidhi Scheme) ଅଷ୍ଟମ କିସ୍ତି ଖୁବ ଶୀଘ୍ର କେନ୍ଦ୍ର ସରକାର ଜାରି କରିବେ । ଆଶା କରାଯାଉଛି ଯେ ଚଳିତ ମାସ ଶେଷ ସୁଦ୍ଧା କୃଷକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯିବ । ଏହି ଯୋଜନାରେ କୃଷକମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ଦିଆ ଯାଇଥାଏ । ଏହି ଟଙ୍କାକୁ ୩ ଟି କିସ୍ତିରେ ଦିଆଯାଏ ।

ଗଣମାଧ୍ୟମ ରିପୋର୍ଟରେ ଏହା ଆଶା କରାଯାଉଛି ଯେ ଏହି ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ୨୦୦୦ ଟଙ୍କା ଲେଖାଏଁ କିସ୍ତି ସମସ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ । କିନ୍ତୁ ଅନେକ କୃଷକ ଏପରି ଅଛନ୍ତି ଯେଉଁମାନଙ୍କୁ ଏହି ସ୍କିମର ଲାଭ ମିଳିବ ନାହିଁ । ଜାଣନ୍ତୁ କାହାକୁ ଲାଭ ମିଳିବ ନାହିଁ..

ଏହି ଲୋକମାନେ ଲାଭ ପାଇବେ ନାହିଁ
ନିୟମ ଅନୁଯାୟୀ ଏହି ଯୋଜନାର ଲାଭ ପାଇବାକୁ ହେଲେ ଚାଷୀଙ୍କ ନାମରେ ଏକ ଚାଷ ଜମି ରହିବା ଆବଶ୍ୟକ । ଏହା ସହିତ ଯଦି ଜମି ଚାଷୀଙ୍କ ଜେଜେବାପା କିମ୍ବା ପିତାଙ୍କ ନାମରେ ଥାଏ ତେବେ ଏହି ଯୋଜନାର ଲାଭ ଉପଲବ୍ଧ ହେବ ନାହିଁ । ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଚାଷୀଙ୍କ ନାମରେ କୃଷି ଜମି ରହିବା ଆବଶ୍ୟକ । ଏଥି ସହିତ ଯଦି କେହି ଆୟକର ରିଟର୍ଣ୍ଣ ଦାଖଲ କରୁଥାନ୍ତି ତେବେ ତାଙ୍କୁ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରୁ ବାଦ ଦିଆଯାଇଥାଏ । ଏଥିରେ ଓକିଲ, ଡାକ୍ତର, CA ଇତ୍ୟାଦି ମଧ୍ୟ ଏହି ଯୋଜନା ବାହାରେ ରହିଥାନ୍ତି ।

କିପରି ପଞ୍ଜିକରଣ କରିବେ-
>> କୃଷକମାନେ ପ୍ରଥମେ https://pmkisan.gov.in/ ରେ ଦିଆଯାଇଥିବା Farmer Corner ଟ୍ୟାବରେ କ୍ଲିକ୍ କରିବା ଆବଶ୍ୟକ ।
>> ଏଠାରେ କୃଷକମାନଙ୍କୁ ନିଜକୁ ପଞ୍ଜୀକରଣ କରିବାର ବିକଳ୍ପ ଦିଆଯାଇଛି ।
>> ବର୍ତ୍ତମାନ ଆପଣଙ୍କୁ Farmer Corner ଟ୍ୟାବରେ New Registration ର ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ ।
>> ଏହା ପରେ ଆପଣଙ୍କ ସାମ୍ନାରେ ଏକ ନୂଆ ପେଜ ଖୋଲିବ ।
>> ଏଥିରେ ଆଧାର ନମ୍ବର ଏଣ୍ଟ୍ରି କରିବା ଦ୍ୱାରା ପଞ୍ଜୀକରଣ ଫର୍ମ ଖୋଲିବ ।
>> ପଞ୍ଜୀକରଣ ଫର୍ମରେ ସମ୍ପୂର୍ଣ୍ଣ ସୂଚନା ପୁରଣ କରନ୍ତୁ । ଏଥିରେ ଆପଣଙ୍କ ନାମ, ଲିଙ୍ଗ, ବର୍ଗ, ଆଧାର କାର୍ଡ, ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗ୍ରାମ, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଆଇଏଫଏସସି କୋଡ୍, ଠିକଣା, ମୋବାଇଲ୍ ନମ୍ବର, ଜନ୍ମ ତାରିଖ ଇତ୍ୟାଦି ଦେବାକୁ ପଡିବ ।
>> ସମସ୍ତ ସୂଚନା ପୁରଣ କରିବା ପରେ save ର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ଓ ପଞ୍ଜୀକରଣ ପାଇଁ ଫର୍ମର Submit ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

ଅନଲାଇନ୍ ତାଲିକାରେ କିପରି ଯାଞ୍ଚ କରିବେ ନାମ?
ତାଲିକାରେ ଆପଣଙ୍କର ନାମ ଯାଞ୍ଚ କରିବାକୁ ଆପଣଙ୍କୁ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ pmkisan.gov.in ଭିଜିଟ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ମୂଳପେଜରେ Farmer Corner ରେ କ୍ଲିକ୍ କରିବାକୁ ପଡିବ । ଏଥିରେ, ଆପଣଙ୍କୁ Beneficiary Listର ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ । ହିତାଧିକାରୀ ତାଲିକାରେ କ୍ଲିକ୍ କରିବା ପରେ ଏକ ନୂତନ ପୃଷ୍ଠା ଖୋଲିବ । ଏଠାରେ ଆପଣ ରାଜ୍ୟ, ଜିଲ୍ଲା, ଉପ-ଜିଲ୍ଲା, ବ୍ଲକ ଓ ଗ୍ରାମର ସଂପୂର୍ଣ୍ଣ ସୂଚନା ଏଣ୍ଟ୍ରି କରିବାକୁ ପଡିବ । ଏହା ପରେ Get Report ଉପରେ କ୍ଲିକ୍ କରନ୍ତୁ । ପୂରା ତାଲିକା ଆପଣଙ୍କ ସାମ୍ନାରେ ପ୍ରକାଶ ପାଇବ ।

ଏହା ବ୍ୟତୀତ ଆପଣ ଅଧିକ ସୂଚନା ପାଇଁ ଏହି ନମ୍ବରଗୁଡ଼ିକୁ ମଧ୍ୟ କଲ କରିପାରିବେ
>> ପିଏମ କିସାନ ସମ୍ମାନ ଯୋଜନା ଲ୍ୟାଣ୍ଡଲାଇନ ନମ୍ବର: ୦୧୧—୨୩୩୮୨୦୯୨, ୨୩୩୮୨୪୦୧
>> ପିଏମ କିସାନ ସମ୍ମାନ ଯୋଜନା ଟୋଲ ଫ୍ରି ନମ୍ବର : ୧୮୦୦୧୧୫୫୧୬୬
>> ପିଏମ କିସାନ ସମ୍ମାନ ଯୋଜନା ହେଲ୍ପଲାଇନ ନମ୍ବର: ୧୫୫୨୬୧, ୦୧୨୦-୬୦୨୫୧୦୯
Published by: Jagdish Barik
First published: April 12, 2021, 3:48 PM IST