News18 Odia Digital
PM Kisan Scheme Update: କୃଷକ(Farmer)ମାନଙ୍କୁ କେନ୍ଦ୍ର ସରକାର ଅନେକ ପ୍ରକାର ସୁବିଧା ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା*Pm kishan Scheme Yojona)ର ଫାଇଦା ଉଠାଇଥିବା କୃଷକମାନେ ବର୍ତ୍ତମାନ ଦୁଇଗୁଣ ଲାଭ ପାଇବାକୁ ଯାଉଛନ୍ତି। ପୂର୍ବରୁ ସରକାର ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଟ୍ରାନ୍ସଫର କରୁଥିଲେ, କିନ୍ତୁ ବର୍ତ୍ତମାନ ଆପଣଙ୍କୁ ୪୦୦୦ ଟଙ୍କା ମିଳିବ। ହଁ ... ଯଦି ଆପଣ ମଧ୍ୟ ଜଣେ କୃଷକ ତେବେ ଆପଣ ଦୁଇଗୁଣ ଟଙ୍କା ପାଇବେ। ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ସରକାର କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି ଅର୍ଥ ଦେଶର କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ସରକାର ହସ୍ତାନ୍ତର କରିଛନ୍ତି।
ଅନେକ କୃଷକ ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ସମ୍ପୁର୍ଣ୍ଣ କରି ନଥିଲେ, ଯେଉଁଥିପାଇଁ ସେମାନେ ୧୩ ତମ କିସ୍ତି ପାଇଁ ଟଙ୍କା ପାଇନାହାଁନ୍ତି। ବର୍ତ୍ତମାନ ୧୪ ତମ କିସ୍ତିରେ ସରକାର ୨୦୦୦ଟଙ୍କା ବଦଳରେ ୪୦୦୦ ଟଙ୍କା ଚାଷୀଙ୍କୁ ହସ୍ତାନ୍ତର କରିବେ। ଏଥିରେ, ଯେଉଁ କୃଷକମାନେ ୧୩ ତମ କିସ୍ତି ପାଇଁ ଟଙ୍କା ପାଇନାହାଁନ୍ତି। ସେହି କୃଷକମାନେ ମଧ୍ୟ ୧୩ ତମ କିସ୍ତି ପାଇଁ ଟଙ୍କା ପାଇବେ।
ସ୍ୱାସ୍ଥ୍ଯମନ୍ତ୍ରୀଙ୍କ ଆପତ୍ତିଜନକ ଭିଡ଼ିଓ ଭାଇରାଲ! ସଫେଇ ଦେଲେ ଖୋଦ ମନ୍ତ୍ରୀଏପର୍ଯ୍ୟନ୍ତ ୧୩ଟି କିସ୍ତିର ଅର୍ଥ କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷକଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ କୃଷକମାନେ ସେମାନଙ୍କର ୧୪ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ଯେଉଁମାନେ ୧୩ ତମ କିସ୍ତି ପାଇଁ ଟଙ୍କା ପାଇ ନାହାଁନ୍ତି, ସେମାନେ ଉଭୟ ୧୩ ତମ ଏବଂ ୧୪ ତମ କିସ୍ତି ପାଇଁ ଟଙ୍କା ପାଇବେ।
୧୪ ତମ କିସ୍ତି କେବେ ଆସିବ?ଏପ୍ରିଲରୁ ଜୁଲାଇ ମଧ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ୧୪ ତମ କିସ୍ତି ଆସିବ। ଗତ ବର୍ଷ, ସମାନ ଅବଧିରେ ଏକାଦଶ କିସ୍ତି ୩୧ମେ ୨୦୨୨ କୁ ସ୍ଥାନାନ୍ତରିତ ହୋଇଥିଲା। କିନ୍ତୁ ଏଥର ଶୀଘ୍ର ଆକାଉଣ୍ଟରେ ୧୪ ତମ କିସ୍ତି ପାଇବା ସମ୍ଭାବନା ଅଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।